ନୂଆଦିଲ୍ଲୀ : ପାକିସ୍ତାନ ପାଇଁ ଗୁପ୍ତଚର କାର୍ଯ୍ୟ କରୁଥିବା ଅଭିଯୋଗରେ ଫସି ଥିବା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କର ଗୁରୁବାର ହାଜର ବେଳେ ନିଜ ବାପାଙ୍କ ସହ ସାକ୍ଷାତ ହୋଇ ପାରି ନାହିଁ। ଯେତେବେଳେ ତାଙ୍କର ପିତା କୋର୍ଟରେ ପହଞ୍ଚିଲେ, ସେତେବେଳେ ଜଣାପଡ଼ିଲା ଯେ,ଜ୍ୟୋତିଙ୍କୁ ପୂର୍ବରୁ ହିଁ କୋର୍ଟରେ ହାଜର କରାଯାଇ ସାରିଛି ଏବଂ ଏବେ ସେ ଯାଇ ସାରିଲେଣି। ଉଲ୍ଲେଖନୀୟ ଯେ, କେହି ଜଣେ ତାଙ୍କୁ ହାଜର ନେଇ ଭୁଲ ସମୟ କରି ଦେଇଥିଲେ।
ଦ ଟ୍ରିବ୍ୟୁନ ଅନୁସାରେ, ଜ୍ୟୋତିଙ୍କ ବାପା ହରିଶ ମିଡ଼ିଆକୁ କହିଛନ୍ତି , ମୋତେ କୁହାଯାଇ ଥିଲା ଯେ, ତାଙ୍କୁ (ଜ୍ୟୋତି) ଦ୍ୱିପ୍ରହର ସମୟରେ କୋର୍ଟରେ ହାଜର କରାଯିବ। ଏହି କାରଣରୁ ମୁଁ ସେଠାରୁ ଗଲି। କିନ୍ତୁ ଯେବେସୁଦ୍ଧା ମୁଁ ପହଞ୍ଚିଲି , ସେପର୍ଯ୍ୟନ୍ତ ସେ ସେଠାରୁ ଯାଇ ସାରି ଥିଲେ। କେହି ମୋତେ ଭୁଲ ସମୟ ଦେଇ ଥିଲେ।
ଶୁଣାଣି ବେଳେ ଜ୍ୟୋତି ମାଲହୋତ୍ରା କୋର୍ଟଙ୍କୁ କହି ଥିଲେ କି, ସେ ନିଜ ପକ୍ଷ ପାଇଁ କୌଣସି ବି ପ୍ରାଇଭେଟ୍ ଓକିଲ ଦେଇ ନାହାନ୍ତି। ଏହାପରେ କୋର୍ଟ ଡିଫେନ୍ସ ଲିଗାଲ୍ ଆଡ କାଉନ୍ସିଲକୁ ତାଙ୍କର ଆଇନଗତ ସାହାଯ୍ୟ କରିବାକୁ ନିର୍ଦ୍ଦେଶ ଦେଇ ଥିଲେ। ଏହାପରେ ସେଠାରେ ଥିବା ଯୋଗମଣି ଶର୍ମା , ଦୀପକ ଓ ନିତିନ, ଜ୍ୟୋତିଙ୍କ ପକ୍ଷରେ ଦଲିଲ ଦେଇଥିଲେ। ସେଠାରେ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ମନ୍ଦୀପ ବଦକ କୋର୍ଟରେ ଉପସ୍ଥିତ ହୋଇ ଥିଲେ।
ଏହା ପୂର୍ବରୁ , ଗୁରୁବାର ହିସାରର ଏକ କୋର୍ଟ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କର ପୁଲିସ ଜେପାଜତର ଅବଧି ୪ଦିନ ପାଇଁ ବୃଦ୍ଧି କରିଛନ୍ତି। ପୁଲିସ ପ୍ରବକ୍ତା ଏହି ସୂଚନା ଦେଇଛନ୍ତି। ଗୁପ୍ତଚର ସନ୍ଦେହରେ ଗିରଫ ୟୁଟ୍ୟୁବର (୩୩)ଙ୍କୁ ୫ଦିନର ପୁଲିସ ହେପାଜତର ଅବଧି ସମାପ୍ତ ହେବା ପରେ କୋର୍ଟରେ ହାଜର କରାଯାଇ ଥିଲା । ଜ୍ୟୋତି ମାଲହୋତ୍ରା ସେହି ୧୨ ଜଣ ଲୋକଙ୍କ ମଧ୍ୟରେ ସାମିଲ ଅଛନ୍ତି , ଯାହାଙ୍କୁ ଗତ ଦୁଇ ସପ୍ତାହ ମଧ୍ୟରେ ଗୁପ୍ତଚର କରିବା ସନ୍ଦେହରେ ପଞ୍ଜାବ , ହରିଆଣା , ଓ ଉତ୍ତର ପ୍ରଦେଶରୁ ଗିରଫ କରାଯାଇଛି। ତଦନ୍ତକାରୀମାନେ ସନ୍ଦେହ କରୁଛନ୍ତି ଯେ, ଉତ୍ତର ଭାରତରେ ପାକିସ୍ତାନ ସହ ଜଡ଼ିତ ଏକ ଗୁପ୍ତଚର ନେଟୱର୍କ ସକ୍ରିୟ ଅଛି।
ହିସାରରେ ରହୁଥିବା ୟୁଟ୍ୟୁବର ଜ୍ୟୋତିଙ୍କ ଚ୍ୟାନେଲର ନାଁ ଟ୍ରାଭେଲ ୱିଦ୍ ଜୋ । ଗତ ସପ୍ତାହରେ ନ୍ୟୁ ଅଗ୍ରସେନ ଏକ୍ସଟେନ୍ସରୁ ଗିରଫ କରିବା ପରେ ତାଙ୍କ ବିରୋଧରେ ସରକାରୀ ଗୋପନୀୟତା ଅଧିନିୟମ ଓ ଭାରତୀୟ ନ୍ୟାୟ ସଂହିତାର ପ୍ରାବଧାନ ଅନୁସାରେ ମାମଲା ରୁଜୁ କରାଯାଇ ଥିଲା। ହିସାର ପୁଲିସ ବୁଧବାର କହିଛି ଯେ, ଏମିତି କୌଣସି ପ୍ରମାଣ ସାମ୍ନାକୁ ଆସି ନାହିଁ , ଯେଉଁଥିରୁ ଏହା ଜଣାପଡ଼ିବ କି , ମାଲହୋତ୍ରାଙ୍କ ପାଖକୁ ସାମରିକ ବା ପ୍ରତିରକ୍ଷା ସମ୍ୱନ୍ଧୀୟ କୌଣସି ସୂଚନା ଥିଲା। କିନ୍ତୁ ସେ ନିଶ୍ଚିତ ଭାବରେ କିଛି ଲୋକଙ୍କ ସହ ସଂପର୍କରେ ଥିଲେ ଏବଂ ଜାଣିଥିଲେ ଯେ ସେମାନେ ପାକିସ୍ତାନୀ ଗୁପ୍ତଚର ଏଜେଣ୍ଟ ।