ରାଜନୈତିକ ଚକ୍ରାନ୍ତ କରି ବିଧାନସଭାକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରାଯାଉଛି, ଗୃହ ଚଳେଇ ନଦେବାକୁ ଦିଲ୍ଲୀରୁ ନିର୍ଦ୍ଦେଶ ଆସିଛି

Published By : Prameya-News7 Bureau | March 26, 2025 IST

ଭୁବନେଶ୍ବର ୨୬: ବିଧାନସଭା ପବିତ୍ର ଗୃହ ଯେଉଁଠି ରାଜ୍ୟର ବିକାଶ ପାଇଁ ନୀତି ପ୍ରଣୟନ ହେବ କଥା ସେଠି ନିଜର ରାଜନୈତିକ ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ ଦୀର୍ଘ ଦିନ ହେବ ହାଇ ଡ୍ରାମା କରାଯାଉଛି । ଏଭଳି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।  ୭ ମାର୍ଚ୍ଚରୁ ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳୁଛି । ଯାହା କି ବିଧାନସଭା ପରମ୍ପରାରେ କେବେ ବି ଗ୍ରହଣୀୟ ନୁହେଁ । ଯେତେବେଳେ ଏହା ଅସହଣୀୟ ହେଲା ସେତେବେଳେ କଂଗ୍ରେସ ଦଳର ଜଣେ ବରିଷ୍ଠ ବିଧାୟକଙ୍କୁ ବାଚସ୍ପତି ନିଜର ଅନିଚ୍ଛା ସତ୍ତ୍ବେ ନିଲମ୍ବନ କଲେ । ଆଶା କରାଯାଉଥିଲା ଯେ ତାହା ପରେ କଂଗ୍ରେସ ବିଧାୟକ ମାନେ ନିଜ ଆଚରଣ ଉଚ୍ଚାରଣରେ ପରିବର୍ତ୍ତନ ଆଣିବେ । 

ବିଧାନସଭା ନ ଚଳେଇ ଦେବାକୁ କଂଗ୍ରେସକୁ ଦିଲ୍ଲୀରୁ ନିର୍ଦ୍ଦେଶ ଆସିଛି । କଂଗ୍ରେସ ଦଳ ନିଜର ଅସ୍ତିତ୍ବ ବଞ୍ଚେଇବା ପାଇଁ ୨୭ ତାରିଖରେ ଆନ୍ଦୋଳନର ଡାକରା ଦେଇଛି । ବୁଡି ଯାଇଥିବା ଡ଼ଙ୍ଗାକୁ ବଞ୍ଚେଇବାକୁ ଉଦ୍ୟମ କରୁଛି । ଦିଲ୍ଲୀରୁ ନିର୍ଦ୍ଦେଶ ଆସିଛି ୨୭ ତାରିଖ ପର୍ଯ୍ୟନ୍ତ ଗୃହକୁ ଚଳେଇ ଦିଅନାହିଁ । ତାର ଅର୍ଥ ନୁହେଁ ଓଡ଼ିଶାର ସ୍ୱାର୍ଥକୁ ପ୍ରତିହତ କରିବ ବିକାଶକୁ ହତ୍ୟା କରିବ । ଏଥିପାଇଁ ଭଗବାନ କେବେ ବି କ୍ଷମା ଦେବେନି । 

ବିଧାନସଭାରେ ଗୁଣ୍ଡାରାଜ କରିବା, କଦର୍ଯ୍ୟ ଭାଷା ବ୍ୟବହାର କରିବା, ଘଣ୍ଟ ଘଣ୍ଟା ବଜେଇବା ଅଗଣତାନ୍ତ୍ରିକ ଓ ବଡ଼ ଅପରାଧ । ଏହି ଆଚରଣ ପାଇଁ କଂଗ୍ରେସକୁ ଲୋକେ ପ୍ରତ୍ୟାଖ୍ୟାନ କରିଥିଲେ । ଅନ୍ଧୁଣି ଦୁଷ୍କର୍ମ  ଛବିରାଣୀ, ଅଞ୍ଜନା ମିଶ୍ର ଘଟଣା ସାମ୍ନାକୁ ଆସିଥିଲା । ମହିଳାଙ୍କ ଉପରେ ପାସବିକ ଅତ୍ୟାଚାର କରିଛନ୍ତି । ମହିଳାଙ୍କୁ ମୃତ୍ୟୁର ଦ୍ୱାର ଦେଖାଇ ଦେଇଛନ୍ତି । କିନ୍ତୁ ଆମ ସରକାର ସଚେତନ ଅଛନ୍ତି । ନିଜର ରାଜନୈତିକ ଅସ୍ତିତ୍ବ ବଞ୍ଚେଇବା ଓଡ଼ିଶାର ଲୋକଙ୍କ ସ୍ୱାର୍ଥକୁ ହନନ କରୁଛ କଂଗ୍ରେସ । ଆମେ ସ୍ପଷ୍ଟ ଭାବେ କହିଛୁ ଆଲୋଚନାକୁ ଆସନ୍ତୁ । କିନ୍ତୁ ଆଲୋଚନାକୁ ନ ଆସି ବାହାରେ ପ୍ରହସନ କରୁଛନ୍ତି । 

ଗୃହ କମିଟି ଯେଉଁ ଦାବି କରୁଛି କଂଗ୍ରେସ ସେଥିରେ କୌଣସି ଯୌକ୍ତିକତା ନାହିଁ । ବିଧାନସଭାର ରୁଲ ଆଣ୍ଡ ପ୍ରୋସିଜିୟର କହୁଛି କୌଣସି ନିର୍ଦ୍ଦିଷ୍ଟ ଘଟଣାରେ ଗୃହ କମିଟି ଗଠନ କରାଯାଏ । କିନ୍ତୁ ସାମଗ୍ରିକ ଘଟଣାକୁ ନେଇ ଗୃହ କମିଟି ଗଠନ କରାଯାଏନାହିଁ । ଯାହା କି କଂଗ୍ରେସର ସଦସ୍ୟ ମାନେ ଭଲ ଭାବେ ଜାଣିଛନ୍ତି । କେବଳ ଅଛିଣ୍ଡା ଅଙ୍କ କଥା କହି ଗୃହକୁ ୱାସ୍ ଆଉଟ୍ କରିବାକୁ ପରିକଳ୍ପନା କରିଛି କଂଗ୍ରେସ । 

ବିରୋଧୀ ଉତ୍ତର ଚାହୁଁହଛି ଆମେ ଉତ୍ତର ଦେବୁ । ମୁଖ୍ୟମନ୍ତ୍ରୀ ଉତ୍ତର ଦେବାକୁ ପ୍ରସ୍ତୁତ । ବିରୋଧୀ ଦଳ କେବେ ବି ମୁଖ୍ୟମନ୍ତ୍ରୀ ବିବୃତି ଦାବି କରିନାହାନ୍ତି କିନ୍ତୁ ତାମାନେ ନୁହେଁ ଯେ ଉତ୍ତର ବାହାରେ ମାଗିବେ ବିଧାନସଭାରେ ଗଣ୍ଡଗୋଳ କରିବେ ତାକୁ ଗ୍ରହଣ କରାଯିବ । 

କଂଗ୍ରେସକୁ ଛତ୍ରଛାୟା ତଳେ ଘୋଡେଇ କି ରଖିଛି ପ୍ରମୁଖ ବିରୋଧୀ ଦଳ । ଭାବ ଦୋସ୍ତିରେ ସାମିଲ ଅଛନ୍ତି । ତାଙ୍କ ସମୟରେ ଇତିଶ୍ରୀ ବେବିନା ପରି ପିହୁ, ସ୍ମିତାରଣୀ ଭଳି ମହିଳା ଅପରାଧ କଥା କହିଲେ ତାଙ୍କ ପିଏଚଡ଼ି ହେବ । ତତ୍କାଳୀନ ସରକାର ବେଳେ ପୋଲିସ ବିଭାଗକୁ ବଡ଼ ଅବହେଳିତ କରି ରଖାଯାଇଥିଲା । ୧୬ ହଜାର ପଦବୀ ଖାଲି ପଡିଥିଲା । ମିଛ କେସ ଲଗେଇ ଆମ କର୍ମୀକୁ ଗିରଫ କରୁଥିଲେ । ପଣ୍ଡିତ ପୁଅ ମାଙ୍କଡ ମାରିଲେ ମାଫ ହେଉଥିଲା । ଅଭିଯୁକ୍ତକୁ ଗିରଫ କରିବା ପାଇଁ ତୃତୀୟ ମହଲାରୁ ଅନୁମୋଦନ ନେବାକୁ ପଡୁଥିଲା । ଏଭଳି କ୍ଷେତ୍ରରେ ବିଜେଡି ଆଇନଶୃଙ୍ଖଳା କଥା କହିବା ଲଙ୍କାରେ ହରି ଶବ୍ଦ ଭଳି । 

ପ୍ରତିଦିନ ବିଧାନସଭା ଚଳେଇବାକୁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ଏବଂ ବାହାର ସୁରକ୍ଷା ବ୍ୟବସ୍ଥାକୁ ମିଶଇଲେ ଦିନକୁ ୧ କୋଟି ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ଗୃହରେ ବିଶୃଙ୍ଖଳା ସୃଷ୍ଟି କରି ଲୋକଙ୍କ ଟଙ୍କାକୁ କଂଗ୍ରେସ ବରବାଦ କରୁଛି । 

ମଙ୍ଗଳବାର ରାତିରେ କଂଗ୍ରେସ ଦଳର କିଛି ଆସାମାଜିକ ବ୍ୟକ୍ତି ବିଧାନସଭା ଷ୍ଟାଫ୍ ମାନଙ୍କୁ ଆକ୍ରମଣ କଲେ । ଗୁଣ୍ଡାରାଜ କଲେ । ମୁଖ୍ୟମନ୍ତ୍ରୀ ଏବଂ ବିଭିନ୍ନ ମନ୍ତ୍ରୀ ମାନଙ୍କ କବାଟକୁ ଗୋଇଠା ମାରିବାକୁ ଚେଷ୍ଟା କରିଥିଲେ । ୪ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ବିଧାନସଭା ଲବି ଭିତରକୁ ଯିବା ପାଇଁ ଥିବା କବାଟ ଭାଙ୍ଗିଛି । ତା ପରେ ଯାଇ ବିଧାନସଭାର ଷ୍ଟାଫ୍ ତାଙ୍କୁ ବାହାରକୁ ବାହାର କରିଥିଲେ । 

କଂଗ୍ରେସ ଯାହା କରିଛି ତାହାର ପ୍ରମାଣ ଅଛି । କିନ୍ତୁ ସେମାନେ ଯାହା ଅଭିଯୋଗ କରିଛନ୍ତି ତାହାର ଫଟୋ ଦିଅନ୍ତୁ ଆମେ କହିବୁ ଆମେ ଆମର ଭୁଲ ମାନିନେବୁ । ଆମେ ଅନୁରୋଧ କରୁଛୁ ବିରୋଧୀଙ୍କୁ ଆସନ୍ତୁ ସମସ୍ତେ ମିଳିମିଶି ରାଜ୍ୟର ବିକାଶ ପାଇଁ ନକ୍ସା ପ୍ରସ୍ତୁତ କରିବା । 

ଯଦି ବିରୋଧୀଙ୍କ ସହଯୋଗ ଚାହୁଁଛନ୍ତି ତେବେ ନିଲମ୍ବନ ଉଠିବ କି ପ୍ରଶ୍ନରେ କହିଛନ୍ତି ପୂର୍ବରୁ ଅନୁପ ସାଏ ପୂର୍ବରୁ କ୍ଷମା ପ୍ରାର୍ଥନା କରିବା ସହ ଦୁଃଖ ପ୍ରକାଶ କରି କ୍ଷମା ମାଗିଥିଲେ । ତା ପରେ ତାଙ୍କ ନିଲମ୍ବନ ପ୍ରତ୍ୟାହାର କରାଯାଇଥିଲା । ଯଦି କଂଗ୍ରେସ ବିଧାୟକ ମାନେ ସେମିତି କରିବେ ବାଚସ୍ପତି ତାଙ୍କ ନିଷ୍ପତ୍ତି ନେଇପାରିନ୍ତି । 

ବିଧାନସଭାକୁ ବଳ ପୂର୍ବକ ଭାବେ ବନ୍ଦ କରିବାକୁ ବରଦାସ୍ତ କରାଯିବନି । ଗୃହକୁ ଭଲ ଭାବେ ସମସ୍ତେ ଚଳାଇବାକୁ ଦିଅନ୍ତୁ ବୋଲି ଅନୁରୋଧ କଲେ ଆଇନ ମନ୍ତ୍ରୀ ।

You Can Read:

ବିଧାନସଭାରେ ବିବୃତି ରଖିଲେ ବାଚସ୍ପତି, ଗୃହକୁ ଫେରିଲେ ବିଜେଡି ସଦସ୍ୟ

 

 

  • odisha
  • OdishaNews
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.