ଏକାଠି ହେବେ କି ବିଜେପି ଓ ଉଦ୍ଧବ ଶିବ ସେନା? ନିମନ୍ତ୍ରଣର ଦିନକ ପରେ ଫଡନାଭିସଙ୍କୁ ଭେଟିଲେ ଉଦ୍ଧବ ଠାକରେ

Published By : Prameya-News7 Bureau | July 17, 2025 IST

internet

ନୂଆଦିଲ୍ଲୀମହାରାଷ୍ଟ୍ରରେ ପୁଣିଥରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ ହୋଇପାରେ। ବିଜେପି ନେତୃତ୍ୱାଧୀନ ଏନ୍‌ଡିଏରେ ସାମିଲ୍ ହୋଇପାରେ ଉଦ୍ଧବ ଶିବସେନା। ଗତକାଲି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ଉଦ୍ଧବ ଠାକରେଙ୍କୁ ବିଜେପିରେ ଯୋଗ ଦେବାକୁ ଏକ ହାଲୁକ ଭାବେ ନିମନ୍ତ୍ରଣ ଦେଇଥିଲେ। ଆଉ ଆଜି(ଗୁରୁବାର) ୟୁବିଟି ମୁଖ୍ୟ ଉଦ୍ଧବ ଠାକରେ ଦେବେନ୍ଦ୍ର ଫଡ଼ନାଭିସ୍‌ଙ୍କୁ ଭେଟିଛନ୍ତି।  ଫଡନବୀସ ଏବଂ ଠାକରେଙ୍କ ମଧ୍ୟରେ ବୈଠକ ବିଧାନ ପରିଷଦ ଅଧ୍ୟକ୍ଷ ରାମ ସିନ୍ଦେଙ୍କ କାର୍ଯ୍ୟାଳୟରେ ହୋଇଥିଲା। ସେମାନଙ୍କ ବୈଠକ ପ୍ରାୟ ୨୦ ମିନିଟ୍ ଧରି ଚାଲିଥିଲା ବୋଲି ଏଏନ୍‌ଆଇରେ ଖବର ପ୍ରକାଶ ପାଇଛି। 

ଏହା ପୁର୍ବରୁ ବୁଧବାର ଫଡ଼ନାଭିସ ମହାରାଷ୍ଟ୍ର ବିଧାନସଭାରେ ଭାଷଣ ଦେବା କହିଥିଲେ ଯେ ୨୦୨୯ ପର୍ଯ୍ୟନ୍ତ ବିଜେପି ବିରୋଧୀ ଦଳ ପୋଜିସନକୁ ଆସିବାର କୌଣସି ସୁଯୋଗ ନାହିଁ। ଅତି କମରେ ୨୦୨୯ ପର୍ଯ୍ୟନ୍ତ, ଆମ ପାଇଁ ସେଠାକୁ (ବିରୋଧୀ ଦଳ) ଆସିବାର କୌଣସି ସୁଯୋଗ ନାହିଁ। ତେବେ ଉଦ୍ଧବ ଜୀ ଶାସକ ଦଳକୁ ଆସିବାର ପରିସର ବିଷୟରେ ଚିନ୍ତା କରିପାରିବେ ଏବଂ ତାହା ଭିନ୍ନ ଉପାୟରେ ଚିନ୍ତା କରାଯାଇପାରିବ। କିନ୍ତୁ ଆମ ପାଇଁ ସେଠାକୁ (ବିରୋଧୀ ଦଳ) ଆସିବାର କୌଣସି ସୁଯୋଗ ନାହିଁ।" 

ଶିବସେନା ଏବଂ ବିଜେପିର ମେଣ୍ଟ ୨୦୧୪ ପର୍ଯ୍ୟନ୍ତ ଭଲ ରହିଥିଲା। କିନ୍ତୁ, ଆସନ ବଣ୍ଟନ ବିବାଦ ଯୋଗୁ ୨୦୧୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଦୁଇ ଦଳ ମଧ୍ୟରେ ୨୫ ବର୍ଷର ପାର୍ଟନର୍ସିପ୍ ଖରାପ ହୋଇଯାଇଥିଲା। ଶେଷରେ ୨୦୧୯ରେ, ନିର୍ବାଚନ ଜିତିବା ପରେ, ଉଦ୍ଧବ ବିଜେପିକୁ ଛାଡି କଂଗ୍ରେସ ସହିତ ହାତ ମିଳାଇଥିଲା। ତେବେ ଅଢ଼େଇ ବର୍ଷ ପରେ ଫଡ଼ନାଭିସ୍ ଏହାର ପ୍ରତିଶୋଧ ନେଇଥିଲେ। ଏକନାଥ ସିନ୍ଦେ ଉଦ୍ଧବଙ୍କ ବିରୋଧରେ ବିଦ୍ରୋହ କରି ଶିବସେନାକୁ ଭାଗ ଭଗା କରିଦେଲେ। ଏବଂ ଦଳର ବହୁମତ ସହ ଆସି ବିଜେପିରେ ଯୋଗ ଦେଇଥିଲେ। ବଦଳରେ ବିଜେପି ଏକନାଥଙ୍କ ମୁଖ୍ୟମନ୍ତ୍ରୀ କରାଇଥିଲା। ଏହାପରେ ଏକନାଥ ୨୦୨୨ରୁ ୨୦୨୪ ଦୁଇ ବର୍ଷ ମୁଖ୍ୟମନ୍ତ୍ରୀ ରହି ପଦଭାର ପୁଣିଥରେ ଫଡ଼ନାଭିସ୍‌କୁ ହସ୍ତାନ୍ତର କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.