ସୂର୍ଯ୍ୟରେ ହଲଚଲ, ହାଇ ଆଲର୍ଟରେ ବିଶ୍ୱର ମହାକାଶ ସଂସ୍ଥା

NEWS7
ଶାଶୁ-ଘର-ଯାଇ-ପାଲଟିଗଲେ-ଯୌନଦ

ନୂଆଦିଲ୍ଲୀ ୪।୨: ବୈଜ୍ଞାନିକମାନେ ସୂର୍ଯ୍ୟରେ ଏକ ଅଜବ ହଲଚଲ ଦେଖିଛନ୍ତି। ଏଣୁ ସାରା ବିଶ୍ୱର ମହାକାଶ ସଂସ୍ଥାମାନେ ଏବେ ସତର୍କ ହୋଇଯାଇଛନ୍ତି। ଭାରତ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ସମେତ ଅନ୍ୟ ଏଜେନ୍ସୀମାନେ ସମ୍ଭାବିତ ରେଡିଓ ବ୍ଲାକ୍ ଆଉଟ୍ ଉପରେ ନଜର ରଖିଛନ୍ତି। ସୋଲାର ଫ୍ଲେୟାର ଯୋଗୁ ଉପଗ୍ରହ ସଞ୍ଚାର, ନେଭିଗେସନ ଓ ବିଦ୍ୟୁତ ଗ୍ରିଡ ଉପରେ ପ୍ରଭାବ ପଡିପାରେ। ଏଣୁ ଇସ୍ରୋ ଅଧିକାରୀମାନେ ଭାରତର ୫୦ରୁ ଅଧିକ ସକ୍ରିୟ ଭାରତୀୟ ଉପଗ୍ରହଙ୍କ ଉପରେ ଲଗାତାର ନଜର ରଖି ରହିଛନ୍ତି।

ସୂର୍ଯ୍ୟ ପୃଷ୍ଠରେ 14366 ସନସ୍ପଟ୍ ଅଚାନକ ସକ୍ରିୟ ହେବା ଯୋଗୁ ଏହି ହଲଚଲ ସୃଷ୍ଟି ହୋଇଛି। ଏହି କ୍ଷେତ୍ରରେ ଅନେକ ବିସ୍ଫୋରଣ ହୋଇଛି, ଏଥିରେ ୪ ଶକ୍ତିଶାଳୀ ସୋଲାର ଫ୍ଲେୟର ମଧ୍ୟ ସାମିଲ ରହିଛି। ଏଥିରୁ X8.1 ଶ୍ରେଣୀର ଫ୍ଲେୟାର ସବୁଠୁ ଶକ୍ତିଶାଳୀ ଥିଲା, ଯାହାକୁ ୨୦୨୬ର ସବୁଠୁ ଶକ୍ତିଶାଳୀ ବିସ୍ଫୋରଣ ବୋଲି କୁହାଯାଉଛି। ଏଥିରେ ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସୀ ନାସା ଏହି ଫ୍ଲେୟର୍ସ ୧ ଓ ୨ ଫେବୃଆରୀରେ ସବୁଠୁ ଶକ୍ତିଶାଳୀ ଥିଲା ବୋଲି କହିଛି। ଏଥିରେ x8.1 ଫ୍ଲେୟର ଫେବୃଆରୀ ୧ ତାରିଖ ଦିନ ବାହାରିଥିଲା।

ଅକ୍ଟୋବର ୨୦୨୪ ପରେ ଓ ୧୯୯୬ ମସିହାରେ ରେକର୍ଡ କରାଯାଇଥିବା ସବୁଠୁ ଶକ୍ତିଶାଳୀ ୨୭ ଫ୍ଲେୟାରରେ ଏହାକୁ ସାମିଲ କରାଯାଇଛି। ନାସା ର ସୋଲାର ଡାୟନେମିକ୍ସ ଅବଜରଭେଟରୀ ଏହି ବିସ୍ଫୋରଣଗୁଡିକର ଫଟୋଚିତ୍ର ଉତ୍ତୋଳନ କରିଛି। ଉଲ୍ଲେଖଯୋଗ୍ୟ ଯେ ସୂର୍ଯ୍ୟ ପ୍ରତି ୧୧ ବର୍ଷରେ ସକ୍ରିୟତା ଚକ୍ର ଦେଇ ଗତିକରେ ଓ ଏହି ଝଡ଼ ସୋଲାର ମ୍ୟାକ୍ସିମମର ଅଂଶବିଶେଷ। ଏହି ଶକ୍ତିଶାଳୀ ଫ୍ଲେୟାର ଇଲେକ୍ଟ୍ରୋ ମ୍ୟାଗନେଟିକ ବିକିରଣର ବଡ଼ ବିସ୍ଫୋରଣ ଉତ୍ପନ୍ନ କରେ, ଯାହା ଆଲୋକ ଗତିରେ ପୃଥିବୀକୁ ପହଞ୍ଚେ।

ସୌର ଝଡ଼ ଯୋଗୁ ପୃଥିବୀରେ ମଣିଷ ସିଧାସଳଖ ପ୍ରଭାବିତ ହୁଅନ୍ତି ନାହିଁ। ତେବେ ଏହା ଯୋଗୁ ବାୟୁମଣ୍ଡଳର ଆୟନୋସ୍ପିୟରକୁ ଗୁରୁତର ପ୍ରଭାବିତ କରେ। ଏଥି ଯୋଗୁ ହାଇଫ୍ରିକ୍ୱେନ୍ସୀ ରେଡିଓ ସଞ୍ଚାରରେ ବ୍ଲାକ୍ ଆଉଟ୍, ନେଭିଗେସନ ସିଗ୍ନାଲରେ ବାଧା, ଉପଗ୍ରହ ଉପରେ ବିକିରଣ ବୃଦ୍ଧି ଓ ବିମାନ ଉଡାଣରେ ବିପଦ ସୃଷ୍ଟି କରେ। ଏହାଛଡା ଗୋଲାର୍ଦ୍ଧରେ ଔରରା ଗତିବିଦ୍ଧି ମଧ୍ୟ ବୃଦ୍ଧି ହୁଏ। ତେବେ ପୃଥିବୀ ଏ ପର୍ଯ୍ୟନ୍ତ ବଡ଼ କରୋନାଲ ମାସ ଇଜେକ୍ସନ (ସିଏମଇ)ରୁ ବର୍ତ୍ତି ରହିଛି। ଏହା ଜିୟୋମ୍ୟାଗ୍ନେଟିକ୍ ଝଡ଼ ସୃଷ୍ଟି କରିପାରେ।

ତେବେ ସୂର୍ଯ୍ୟରେ ଦେଖାଦେଇଥିବା ହଲଚଲରେ ଭାରତର ପ୍ରଥମ ସୋଲାର ଅବଜରଭେଟରୀ ଆଦିତ୍ୟ ଏଲ-ୱାନ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଆଦିତ୍ୟ ଏଲ-ୱାନ୍ ଲଙ୍ଗରେଞ୍ଜ ପଏଣ୍ଟରେ ରହି ରିୟଲଟାଇମ ଡାଟା ପ୍ରଦାନ କରୁଛି। ଏଣୁ ଇସ୍ରୋ ଏ ନେଇ ପୂର୍ବ ଚେତାବନୀ ଜାରି କରିପାରୁଛି। ଏଥିରୁ ବର୍ତ୍ତମାନ ପାଇଁ ସେପରି କୌଣସି ବଡ଼ ବିପଦ ନଥିବା ସ୍ପଷ୍ଟ ହୋଇଥିବା ବେଳେ ସୂର୍ଯ୍ୟରେ ଅସ୍ଥିରତା କିନ୍ତୁ ଜାରି ରହିଛି। ଏଣୁ ବୈଜ୍ଞାନିକମାନେ ଉଚ୍ଚ ସତର୍କତା ଅବଲମ୍ବନ କରୁଛନ୍ତି।

ଏହା ବି ପଢନ୍ତୁ:-ଘଣ୍ଟାକୁ ୩୫୦ ରାଉଣ୍ଡ ଗୁଳି ଫୁଟାଇବାର କ୍ଷମତା, ତଟରକ୍ଷୀରେ ସାମିଲ୍ ହେଲା ‘ଅମୂଲ୍ୟ’