LIVE TV

ଟ୍ରକ୍ ପଛରେ ପିଟିହେଲା ବାଇକ୍, ଘଟଣାସ୍ଥଳରେ ଦୁଇ ଆରୋହୀଙ୍କ ମୃତ୍ୟୁ

NEWS7
ଲୋକାର୍ପିତ-ହେଲା-ସମ୍-ଅଲ୍ଟ

ଉମରକୋଟ ୨୫୧୦: ନବରଙ୍ଗପୁର ଜିଲ୍ଲା ରାଇଘର ଥାନା କୋରବେଲା ନିକଟ ନିର୍ମାଣଧୀନ ଭାରତମାଲା ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି

ଗତ ତିନି ଦିନ ହେବ କୋରବେଲା ନିକଟ ନିର୍ମାଣଧୀନ ଭାରତମାଲାର ରାସ୍ତା କଡରେ ଏକ ମାଲ ବୋଝେଇ ଟ୍ରକ ଖରାପ ହୋଇ ରହିଥିଲା କଚରାପାରାର ଦୁଇ ବାଇକ ଆରୋହୀ ଦ୍ରୁତ ଗତିରେ ଆସି ଭାରସାମ୍ୟ ହରାଇ ଠିଆ ହୋଇଥିବା ଟ୍ରକ ପଛରେ ପିଟି ହୋଇଥିଲେ ଫଳରେ ଘଟଣାସ୍ଥଳରେ ହିଁ ଦୁଇ ବାଇକ୍ରୋହୀଙ୍କ ମୃତ୍ୟୁ ହୋଇଯାଇଛି ମୃତକ ଦୁଇ ଜଣ ହେଲେ ରୋହିତ ପୂଜାରୀ, ରାଜୁ ପାଣ୍ଡେ । ରାଇଘର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଶବ, ଟ୍ରକ ଓ ବାଇକକୁ ଜବତ କରିଛି । ଏହିଠାରେ ସୂଚନାଯୋଗ୍ୟ ଯେ ନିର୍ମାଣଧୀନ ଭାରତମାଲା ରାସ୍ତାରେ ପ୍ରତିଦିନ ଦୁର୍ଘଟଣା ଘଟି ଜୀବନ ହାନି ହେଉଛି ମୁଖ୍ୟତଃ ବାଇକ୍‌ ଚାଳକଙ୍କ ବେପରୁଆ ଦ୍ରୁତ ଗତିରେ ଗାଡି ଚଳାଇବା ଯୋଗୁଁ ବାରମ୍ବାର ଏହିପରି ଦୁର୍ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି ।