ରାଜଧାନୀ ଉପକଣ୍ଠରେ ଅଘଟଣ, ଭଣଜା ପେଟରେ ଭୁଜାଲି ଭୁସିଦେଲା ସମ୍ପର୍କୀୟ ମାମୁ

NEWS7
ରୋଗୀ-ଚାଲାଣ-ଅଭିଯୋଗରେ-ପୋଲି

ବାଲିପାଟଣା ୨୧।୦୧ : ଭଣଜା ପେଟରେ ଭୁଜାଲି ଭୁସିଦେଲା ସମ୍ପର୍କୀୟ ମାମୁ । ରାଜଧାନୀ ଉପକଣ୍ଠ ବାଲିପାଟଣାରେ ହତ୍ୟାକାଣ୍ଡ । ମୃତକ ହେଲେ ଭାପୁର ନାଥ ସାହିର ଲିପୁ ନାଥ । ହତ୍ୟା କରିବା ପରେ ଅଭିଯୁକ୍ତ ମାମୁ ମିଥୁନ ନାଥ ଫେରାର ହୋଇ ଯାଇଛି।

​​​​​​​

ମିଳିଥିବା ସୂଚନା ଅନୁସାରେ , କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରଥମ ଥଟା ମଜା ହୋଇଥିଲେ । ହେଲେ ଏହାପରେ ପରେ ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ଘଟିଥିବା ସ୍ଥାନୀୟ ଲୋକ କହିଛନ୍ତି । ଲିପୁ ଏବଂ ମିଥୁନ ସମ୍ପର୍କିୟ ମାମୁ -ଭଣଜା । ମାମୁ ମିଥୁନ ଘର ପାଖ ରାସ୍ତାରେ ବୁଲୁଥିବା ବେଳେ ଭଣଜା ଲିପୁ ମଜାରେ କିଛି କହିଥିଲେ । ଏଥିରେ ମାମୁ ମିଥୁନ ରାଗିଯାଇ ଲିପୁ କୁ ଗାଳି ଗୁଲଜ କରିଥିଲେ । ପୁନର୍ବାର ଲିପୁ ଥଟ୍ଟା କରିବାରୁ ମିଥୁନ ପାଖରେ ରଖିଥିବା ଏକ ଭୁଜାଲିରେ ଲିପୁର ପେଟକୁ ଭୁସି ଦେଇଥିଲା । ତୁରନ୍ତ ତାଙ୍କୁ ପ୍ରଥମେ ବାଲିପାଟଣା ଏବଂ ପରେ କ୍ୟାପିଟାଲ୍ ହସ୍ପିଟାଲ୍ ରେଫର କରାଯାଇଥିଲା । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି । ବାଲିପାଟଣା ଥାନା ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ଖୋଜିବା ଆରମ୍ଭ କରିଛି।