ବଲେଶ୍ବରରୁ ପଶ୍ଚିମବଙ୍ଗ-ତାମିଲନାଡୁକୁ ଲମ୍ବିଥିଲା ଠକେଇର ଚେର, ବେନାମୀ ଆକାଉଣ୍ଟରେ ଚାଲିଥିଲା ଟଙ୍କା ନେଣଦେଣ

NEWS7
ରାଜଧାନୀରେ-ରଜ-ମଉଜ

ପୁରୀ ୬।୩: ବାଲେଶ୍ଵରରୁ ପଶ୍ଚିମବଙ୍ଗ, ତାମିଲନାଡୁ ପର୍ଯ୍ୟନ୍ତ ଲମ୍ବିଛି ଠକେଇର ଲମ୍ବା ଚେର । ବିଜିନେସ୍ ଅପର୍ଚୁନିଟି କହି ପ୍ରାୟ ୧ କୋଟି ଟଙ୍କା ଠକିନେଇଥିଲେ ସାଇବର ଠକ । ବେନାମୀ ଆକାଉଣ୍ଟରେ ଚାଲିଥିଲା ଟଙ୍କା ନେଣଦେଣ । ସାଇବର କବଚ ଆଗରେ ଫେଲ୍ ମାରିଲା ସବୁ ପ୍ଲାନ୍ । ଧରାପଡିଗଲେ ଆନ୍ତଃରାଜ୍ୟ ସାଇବର ଲୁଟେରା ରାକେଟ୍ ।

ଏ ଖବର ବି ପଢ଼ନ୍ତୁ:- ହୋଲି ଖୁସି ରହିଲାନି ବେଶୀ ସମୟ ; ଛୁଟି ସାରି ଫେରୁଥିଲେ, ଟ୍ରେନ୍ରେ ଛକିଥିଲା ଯମ

ସାଇବର ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଜାରି ରହିଛି ସ୍ବତନ୍ତ୍ର ଅଭିଯାନ ଅପରେସନ କବଚ । ଏହି ପରିପ୍ରେକ୍ଷୀରେ ପୁରୀ ପୋଲିସକୁ ମିଳିଛି ବଡ଼ ସଫଳତା । ପୁରୀ ସାଇବର ଥାନା ଆନ୍ତଃରାଜ୍ୟ ସାଇବର ଲୁଟେରାର ଏକ ରାକେଟକୁ ଗିରଫ କରିବାରେ ସଫଳ ହୋଇଛି । ବାଲେଶ୍ଵରରୁ ପଶ୍ଚିମବଙ୍ଗ, ତାମିଲନାଡୁ ପର୍ଯ୍ୟନ୍ତ ଲମ୍ବିଛି ଠକେଇର ଏହି ଲମ୍ବା ଚେର । ସାଇବର ଫ୍ରଡ, ଫେକ୍ ସିମ୍ ପ୍ରସ୍ତୁତି ସହ ଲିମିଟ ଲେସ୍ କରେଣ୍ଟ ଆକାଉଣ୍ଟ ମାଧ୍ୟମରେ ଅଭିଯୁକ୍ତ ମାନେ ଠକେଇ କରୁଥିଲେ । ଗିରଫ ଅଭିଯୁକ୍ତ ହେଉଛନ୍ତି ତାମିଲନାଡୁର ଅହମଦ ଟୋପନ, ପଶ୍ଚିମବଙ୍ଗର ଅବଦୁଲ ଆଜିଜ ଶେଖ ଏବଂ ବାଲେଶ୍ବରର ସୁଶାନ୍ତ କୁମାର ପରିଡ଼ା । ପ୍ରାୟ ୮୦ରୁ ଉର୍ଦ୍ଧ୍ବ ସିମ୍ କାର୍ଡ ବ୍ୟବହାର କରିଥିଲେ ସାଇବର ଠକ ।

ଏ ଖବର ବି ପଢ଼ନ୍ତୁ:- କୁକୁର ଛୁଆକୁ ମାଡ଼ ବେଳେ ପ୍ରତିବାଦ କରି ଝିଆରୀ ଆକ୍ରମଣର ଶୀକାର, ବଡ଼ ଭାଇର ତେଣ୍ଟା ମାଡ଼ରେ ସାନ ଭାଇ ଗୁରୁତର

ବିଜିନେସ୍ ଅପର୍ଚୁନିଟି କହି ପ୍ରାୟ ୧ କୋଟି ଟଙ୍କାର ଠକେଇ ହୋଇଥିଲା । ‘Speeding Exim’ କମ୍ପାନୀ ନାମରେ ଚାଲିଥିଲା ବେନାମୀ ଆକାଉଣ୍ଟ । ଅଭିଯୁକ୍ତଙ୍କ ଠାରୁ ପୋଲିସ ୧୫ଟି ଏଟିଏମ୍ କାର୍ଡ, ୧୫ଟି ସିମ୍ କାର୍ଡ, ୬ଟି ମୋବାଇଲ୍ ଫୋନ୍, ୭ଟି ଚେକ୍ବୁକ୍ ଜବତ କରିଛି । ଏହି ଘଟଣଣାରେ ଆହୁରି ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ରହିଥିବା ବେଳେ ପୋଲିସ ଛାନଭିନ୍ କରୁଥିବା ପୁରୀ ଏସ୍ପି ସୂଚନା ଦେଇଛନ୍ତି ।