LIVE TV

କିଏ ଏହି ସାଧୁ ? ଯାହାଙ୍କ ପାଦ ଧୋଇଦେଲେ ପ୍ରେମାନନ୍ଦ ମହାରାଜ…

NEWS7
ମାଓବାଦୀ-ହିଂସାଦୁଇଟି-ଗାଡି

ନୂଆଦିଲ୍ଲୀ ୧୩।୧୦: ନିଜେ ଜଣେ ସନ୍ଥ । କିନ୍ତୁ ଜଣେ ସାଧୁଙ୍କୁ ଦେଖି ହୋଇଗଲେ ଭାବୁକ । ସିହାଂସନରୁ ଓହ୍ଲାଇ ଆସିଲେ । ଶରଣକୁ ଗଲେ, ଆଉ ପାଦ ଧୋଇଦେଲେ । ଦର୍ଶନ ପାଇବା ମାତ୍ରେ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ । ଏହି ସମୟର କିଛି ଚିତ୍ର ଏବେ ବେଶ୍‌ ଭାଇରାଲ୍‌ ହେଉଛି । ତେବେ ଚିତ୍ରରୁ ତ ଜଣେ ସନ୍ଥଙ୍କୁ ଚିହ୍ନି ସାରିଥିବେ । କିନ୍ତୁ ଏବେ ଚିନ୍ତା କରୁଥିବେ ସାଙ୍ଗରେ ଥିବା ଅନ୍ୟ ସାଧୁ ଜଣକ କିଏ ?

ସମସ୍ତେ ପ୍ରେମାନନ୍ଦ ମହାରାଜଙ୍କୁ ଚିହ୍ନିଛନ୍ତି । ସେ ବୃନ୍ଦାବନରେ ରହୁଥିବା ଜଣେ ଜଣାଶୁଣା ସନ୍ଥ ବା କଥାବାଚକ । ଆଉ ଚିତ୍ରରେ ଦେଖିବାକୁ ମିଳୁଛି କି ଜଣେ ସନ୍ଥଙ୍କୁ ଦେଖି ସେ ଭାବୁକ ହୋଇଯାଉଛନ୍ତି । ଆଉ ତାଙ୍କ ସିଂହାସନରୁ ଓହ୍ଲାଇ ଜଣେ ସାଧୁ ଜଣଙ୍କୁ ବସାଇ ପୂଜା କରୁଛନ୍ତି । ଏପରିକି ପାଦ ଧୋଇଦେଉଛନ୍ତି ।

ପ୍ରେମାନନ୍ଦ ମହାରାଜ ଯେଉଁ ବ୍ୟକ୍ତିଙ୍କ ପାଦ ଧୋଇଦେଉଛନ୍ତି ସେ ହେଉଛନ୍ତି ଗୁରୁ ଶରଣାନନ୍ଦ । ଗୁରୁ ଶରଣାନନ୍ଦ ହେଉଛନ୍ତି ରମଣରେତି ମହାବନର ମହାରାଜ । ସେ ପ୍ରେମାନନ୍ଦ ମହାରାଜଙ୍କ ଆଧ୍ୟାତ୍ମିକ ଗୁରୁ । ଉଭୟ ପ୍ରାୟତଃ ସତସଙ୍ଗ ପରିଚାଳନା କରନ୍ତି । ପ୍ରେମାନନ୍ଦ ମହାରାଜ ଏବଂ ଗୁରୁ ଶରଣାନନ୍ଦ ସମ୍ପର୍କରେ ବହୁତ ନିକଟତର ।

ପ୍ରକୃତରେ, ପ୍ରେମାନନ୍ଦ ମହାରାଜଙ୍କ ଅସୁସ୍ଥତା ଖବର ପାଇ ଗୁରୁ ଶରଣାନନ୍ଦ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବା ପାଇଁ କେଳିକୁଞ୍ଜ ଆଶ୍ରମକୁ ଆସିଥିଲେ । ଆଉ ଆଶ୍ରମରେ ଉପସ୍ଥିତ ଲୋକମାନେ ଦୁହିଁଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ପ୍ରେମାନନ୍ଦ ମହାରାଜ ଶରଣାନନ୍ଦ ମହାରାଜଙ୍କୁ ଦେଖିବା ମାତ୍ରେ ସେ ତାଙ୍କ ସମ୍ମୁଖରେ ସାଷ୍ଟାଙ୍ଗ ପ୍ରଣାମ କରିବା ସହ ପ୍ରେମାନନ୍ଦ ମହାରାଜ ଗୁରୁ ଶରଣାନନ୍ଦ ମହାରାଜଙ୍କୁ ତାଙ୍କ ସିଂହାସନରେ ବସାଇ ବିନମ୍ରତା ସହିତ ତଳେ ବସିଥିଲେ ।

ଏହି ସମୟରେ ଗୁରୁ ଶରଣାନନ୍ଦ ଜୀ ପ୍ରେମାନନ୍ଦ ମହାରାଜଙ୍କୁ କହିଥିଲେ ଯେ ତାଙ୍କର ଜଣେ ଭକ୍ତ ତାଙ୍କର ଗୋଟିଏ କିଡନୀ ତାଙ୍କୁ ଦାନ କରିବାକୁ ଚାହୁଁଛନ୍ତି। ଏଥିରେ ପ୍ରେମାନନ୍ଦ ମହାରାଜ ଉତ୍ତର ଦେଇଥିଲେ, "ଯେପର୍ଯ୍ୟନ୍ତ ରାଧାରାଣୀଙ୍କ କୃପା ରହିଛି, ସେପର୍ଯ୍ୟନ୍ତ ସେ ଏହି କିଡନୀରେ ବଞ୍ଚିବେ।"