Live Live
LIVE

Rajyasabha Election: କ୍ରସ ଭୋଟିଂ ପାଇଁ ବିଜେପି ଉପରେ ବର୍ଷିଲେ ବିଜେଡି-କଂଗ୍ରେସ, କିଣା ଘୋଡ଼ା କେତେ ଦିନ ଦୌଡ଼ିବ

NEWS7
ମହିଳାଙ୍କୁ-ଗଣଦୁଷ୍କର୍ମ-ପରେ

ଭୁବନେଶ୍ଵର: ରାଜ୍ୟ ରାଜନୀତିର ସବୁଠୁ ରୋଚକ ରାଜ୍ୟସଭା ନିର୍ବାଚନ ଶେଷ ହୋଇଛି | ବିଜେପି ପ୍ରାର୍ଥୀ ମନମୋହନ ସାମଲ, ସୁଜିତ୍ କୁମାର ଓ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି | ସେହିପରି ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ମଧ୍ୟ ରାଜ୍ୟସଭା ନିର୍ବାଚନ ଜିତିଛନ୍ତି | ତେବେ ଦଳର ମୁଖିଆଙ୍କ କଥାକୁ ଏଡ଼ାଇ କ୍ରସ ଭୋଟିଂ କରିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ ବିଧାୟକ | କଂଗ୍ରେସର ତିନି ବିଧାୟକ ଯେଉଁମାନେ କ୍ରସ ଭୋଟିଙ୍ଗ କରିଛନ୍ତି ତାଙ୍କୁ ଦଳ ନିଲମ୍ବନ କରିଛି | କଟକ ବାରବାଟୀ ବିଧାୟିକା ସୋଫିଆ ଫିରର୍ଦ୍ଦୋଶ, ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଏବଂ ମୋହନା ବିଧାୟକ ଦାଶରଥି ଗମାଙ୍ଗକୁ ନିଲମ୍ବନ କରିବା ସହିତ ଦଳରୁ ବହିଷ୍କାର କରିବା ପାଇଁ ଏଆଇସିସିର ଅନୁମତି ଲୋଡ଼ିଛି ପ୍ରଦେଶ କଂଗ୍ରେସ କମିଟି।

କିଣା ଘୋଡାକୁ ସବୁ ଦିନ ଦାନା ଦେଇ ପାରିବ ତ ?

ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ରାଜନୀତି ସରଗରମ | ଖାଲି କଂଗ୍ରେସ ନୁହେଁ, ବିଜେଡିରୁ ବି କ୍ରସ ଭୋଟିଂ ହୋଇଛି | ତେବେ ଏହାକୁ ନେଇ ଶାସକ ଦଳ ବିରୋଧରେ ଘୋଡା ବେପାରର ଅଭିଯୋଗ ଆଣି ବିଷୋଦଗାର କରିଛନ୍ତି ଉଭୟ କଂଗ୍ରେସ ବିଜେଡ଼ି | ରାଜ୍ୟସଭା ନିର୍ବାଚନରେ ହୋଇଥିବା କ୍ରସ୍ ଭୋଟିଂକୁ ନେଇ ପ୍ରେସମିଟ୍ କରି ବିଜେଡି ବର୍ଷିଛି | କିଣା ଘୋଡା କେତେ ଦିନ ଦୌଡ଼ି ପାରିବ | କିଣା ଘୋଡାକୁ ସବୁଦିନ ଦାନା ଦେଇପାରିବ ତ ? ଘୋଡ଼ା ବେପାରରେ ରହି କିଛି ବିଜେଡି ବିଧାୟକ ବିଜୁ ଲିଗାସୀ କଥା କହିବା ହାସ୍ୟାସ୍ପଦ | ଲଜ୍ଜା ନିବାରଣ କରିବାକୁ ବିଜୁ ଲିଗାସୀ କଥା କହୁଛନ୍ତି କିଛି ବିଜେଡି ବିଧାୟକ ।

Also Read: ମୁହଁ ଖୋଲିଲେ ସୌମ୍ୟ, କହିଲେ ନବୀନଙ୍କ କ୍ରେଜ କମିଲାଣି

ଟଙ୍କା ଦେଇ କରାଇଲେ କ୍ରସ ଭୋଟିଂ

ସେମାନେ ମୋଟା ଅଙ୍କର ଟଙ୍କା ନେଇ କ୍ରସ୍ ଭୋଟିଂ କରିଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି | ସେପଟେ କଂଗ୍ରେସ ମଧ୍ୟ ଶାସକ ଦଳ ବିରୁଦ୍ଧରେ ଘୋଡା ବେପାର ଅଭିଯୋଗ ଆଣି କଡା ଭାଷାରେ ନିନ୍ଦା କରିଛି ଯାହାର ଉତ୍ତର ରଖିଛି ଶାସକ ଦଳ | ବିଧାୟକମାନେ ବିବେକାନୁମୋଦିତ ଭୋଟ ଦେଇଛନ୍ତି | ହାରିଗଲା ପରେ ମିଛ ଅଭିଯୋଗ ଆଣୁଛନ୍ତି ବିରୋଧୀ | ନିଜ ବିଧାୟକଙ୍କୁ ରଖିବା ନିଜର ଦାୟିତ୍ଵ ବୋଲି କହିଛି ବିଜେପି।

ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଙ୍ଗର ଭୟ ଥିବାରୁ ବିଜେଡ଼ି କଂଗ୍ରେସ ପକ୍ଷରୁ ବିଭିନ୍ନ ଯୋଜନା ପ୍ରସ୍ତୁତ ହୋଇଥିଲା | ବିଜେଡ଼ି ବିଧାୟକଙ୍କୁ ନବୀନ ନିବାସରେ ରଖିବା, କଂଗ୍ରେସ ବିଧାୟକଙ୍କୁ ପିସିସି ସଭାପତି ବାଙ୍ଗାଲୋରରେ ରଖିବା ଭଳି ଯୋଜନା କରି ମଧ୍ୟ ଫେଲ ମାରିଥିଲେ | ଉଭୟ ବିଜେଡ଼ି କଂଗ୍ରେସରୁ ମୋଟ ୧୧ ଟି କ୍ରସ ଭୋଟିଂ ହୋଇଥିଲା | ଯାହା ଦିଲ୍ଲୀପ ରାୟଙ୍କ ବିଜୟକୁ ସୁନିଶ୍ଚିତ କରିଥିଲା।

Also Read: ବଡ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ, ୩ ବିଧାୟକ ସସପେଣ୍ଡ