୧୨ ଘଣ୍ଟିଆ ନୟାଗଡ ସହର ବଜାର ବନ୍ଦ, ମେଡିକାଲ କଲେଜ ସ୍ଥାପନ ଦାବିରେ ଆନ୍ଦୋଳନ

NEWS7
ମର୍ମନ୍ତୁଦ-ସଡ଼କ-ଦୁର୍ଘଟଣାର

ନୟାଗଡ ୨୪/୦୨: ନୟାଗଡ ସଦର ମହକୁମାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆଜି ନୟାଗଡ ବନ୍ଦ ଡାକରା ଦିଆଯାଇଛି । ଜୟ ନୟାଗଡ ଫାଉଣ୍ଡେସନ ତରଫରୁ ଦିଆଯାଇଥିବା ଡାକରାରେ କେବଳ ଦୋକାନବଜାର ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଛାତ୍ରଛାତ୍ରୀଙ୍କ ପରୀକ୍ଷା ଦୃଷ୍ଟିରୁ ଗାଡି ଚଳାଚଳ ଚାଲୁ ରହିବ ।

also read...

​​​​​​​https://www.prameyanews7.com/fire-mishap-in-bhubaneswar-super-market

ନୟାଗଡ ସଦରମହକୁମାରେ ମେଡିକାଲ କଲେଜ ସ୍ଥାପନ କରିବାକୁ ଦୀର୍ଘଦିନ ହେଲା ବହୁ ସଂଗଠନ ଦାବି କରିଆସୁଥିବାବେଳେ ବଜେଟରେ ନୟାଗଡ ପାଇଁ ହୋମିଓପାଥିକ କଲେଜ ସ୍ଥାପନ କରିବାକୁ ସରକାର ନିଷ୍ପତ୍ତି ନେଇଥିବା ଘୋଷଣା କରିଛନ୍ତି । ସରକାରଙ୍କ ନିଷ୍ପତ୍ତିକୁ ଜନସାଧାରଣ ଗ୍ରହଣ କରିଥିଲେ ମଧ୍ଯ ନୟାଗଡରେ ଭେଷଜ ମହାବିଦ୍ୟାଳୟ ଖୋଲିବାକୁ ଦାବି କରିଛନ୍ତି । ଆଜିର ଏହି ବନ୍ଦପାଳନରେ ସହରର ସମସ୍ତ ଦୋକାନବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି