OMC ପକ୍ଷରୁ ଭୁବନେଶ୍ୱରରେ କର୍ପୋରେଟ୍ ସ୍ତରୀୟ ତ୍ରିପାକ୍ଷିକ ସୁରକ୍ଷା ସମିତି ବୈଠକ, ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା

NEWS7
ଭାସିଗଲା-ଡଙ୍ଗା-ଫସିଛନ୍ତି-୫

ଭୁବନେଶ୍ୱର ୧୪।୦୩ : OMC ( ଓଡ଼ିଶା ଖଣି ନିଗମ ) ପକ୍ଷରୁ ଭୁବନେଶ୍ୱରରେ କର୍ପୋରେଟ୍ ସ୍ତରୀୟ ତ୍ରିପାକ୍ଷିକ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନିଗମର ବିଭିନ୍ନ ଖଣି କାର୍ଯ୍ୟକଳାପରେ ସୁରକ୍ଷା ଓ ସ୍ୱାସ୍ଥ୍ୟ ସଂପର୍କିତ ସମୀକ୍ଷା କରାଯାଇଛି । ଏହାସହିତ ଖଣି ସୁରକ୍ଷା, କାର୍ଯ୍ୟସ୍ଥଳ, ସ୍ୱାସ୍ଥ୍ୟ ଓ ଶ୍ରମିକ କଲ୍ୟାଣକୁ କିପରି ଆହୁରି ମଜବୁତ୍ କରିବା । ସେଦିଗରେ ଆଲୋଚନା ହୋଇଛି ।

ଡା. ଶ୍ୟାମ ସୁନ୍ଦର ପ୍ରସାଦ, ଉପ-ମହାନିର୍ଦ୍ଦେଶକ, ମାଇନ୍ସ ସେଫ୍ଟି (ଦକ୍ଷିଣ ପୂର୍ବ ମଣ୍ଡଳ), ରାଞ୍ଚି ଏହି ବୈଠକର ଅଧ୍ୟକ୍ଷତା କରିଥିଲେ। ବୈଠକରେ ଓଏମସିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁଧାଶୁଂ ମୋହନ ସାମଲ, ଆଇଏଏସ୍ ଉପସ୍ଥିତ ଥିଲେ। ବୈଠକରେ ଶ୍ରମିକମାନଙ୍କ ପାଇଁ ସ୍ୱାସ୍ଥ୍ୟ ସୁବିଧା, କଳ୍ୟାଣମୂଳକ ବ୍ୟବସ୍ଥା, ମାଇନ୍ସ ସେଫ୍ଟି ବିଷୟରେ ୧୨ତମ ଜାତୀୟ ସମ୍ମେଳନର ସୁପାରିଶ ଗୁଡ଼ିକର କାର୍ଯ୍ୟାନ୍ବୟନ ଓ ବିଦ୍ୟୁତ୍, ଯାନ୍ତ୍ରିକ ଓ ଖଣି ସୁରକ୍ଷା ସମ୍ପର୍କିତ ପ୍ରଚଳିତ ଆଇନଗତ ବ୍ୟବସ୍ଥାର ପାଳନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।

ଡିଜିଏମଏସ୍ (DGMS) ଅଧିକାରୀମାନେ ସୁରକ୍ଷା କ୍ଷେତ୍ରରେ ଓଏମସିର ଡିଜିଟାଲ୍ କରଣ ପ୍ରୟାସକୁ ସ୍ୱାଗତ କରିଥିବା ସହିତ, ଗତ ତିନି ବର୍ଷ ଧରି ଓଏମସିର ସମସ୍ତ ଖଣିରେ ଶୂନ୍ୟ ମୃତ୍ୟୁ ଜନିତ ଦୁର୍ଘଟଣା ରେକର୍ଡ ରହିଥିବାକୁ ପ୍ରଶଂସା କରିଥିଲେ। ସେମାନେ ଖଣି କାର୍ଯ୍ୟକଳାପରେ ଶୁନ୍ୟ କ୍ଷତି ଲକ୍ଷ୍ୟ ପ୍ରତି ଓଏମସି ପ୍ରବନ୍ଧନର ପ୍ରୟାସକୁ ମଧ୍ୟ ସ୍ୱୀକାର କରିଥିଲେ।

ବୈଠକରେ ଡିରେକ୍ଟୋରେଟ୍ ଜେନେରାଲ୍ ଅଫ୍ ମାଇନ୍ସ ସେଫ୍ଟି (DGMS) ପକ୍ଷରୁ ଅଂଶଗ୍ରହଣ କରିଥିବା ଅଧିକାରୀମାନଙ୍କ ମଧ୍ୟରେ ଶ୍ରୀ ଏନ୍. ବାଲସୁବ୍ରମଣ୍ୟମ୍, ଡିଏମଏସ୍ ରିଜିଅନ୍–୨; ଶ୍ରୀ ଏ. କେ. ମିଶ୍ର, ଡିରେକ୍ଟର ଅଫ୍ ମାଇନ୍ସ ସେଫ୍ଟି (ରିଜିଅନ୍–୧); ଏବଂ ଡିପୁଟି ଡିରେକ୍ଟର ଅଫ୍ ମାଇନ୍ସ ସେଫ୍ଟି (DDMS) ରିଜିଅନ୍–୧ ରୁ ଶ୍ରୀ ଟି. ହରି ପ୍ରସାଦ ଓ ଶ୍ରୀ ଉ. ଶିବ ଶଙ୍କର (ରିଜିଅନ୍–୨) ଅନ୍ତର୍ଭୁକ୍ତ ଥିଲେ। ଏଥିସହ ରାଞ୍ଚି ମଣ୍ଡଳରୁ ଡିରେକ୍ଟର ଅଫ୍ ମାଇନ୍ସ ସେଫ୍ଟି (ମେକାନିକାଲ୍) ଓ ଡିରେକ୍ଟର ଅଫ୍ ମାଇନ୍ସ ସେଫ୍ଟି (ଇଲେକ୍ଟ୍ରିକାଲ୍) ମଧ୍ୟ ଉପସ୍ଥିତ ଥିଲେ।

​​​​​​​

ଓଏମସି ପକ୍ଷରୁ ଶ୍ରୀ ସୁଧାଶୁଂ ଶେଖର ଖୋରା, ଆଇଏଫଏସ୍, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (F&E); ଶ୍ରୀ ଆଲୋକ ପାଲ, ନିର୍ଦ୍ଦେଶକ (HR); ଶ୍ରୀମତୀ ତାଲତ ଆଫ୍ରିନ୍, ଓଏଏସ୍, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (P&A) ଏବଂ CSR ମୁଖ୍ୟ; ଶ୍ରୀ ରାଜେଶ ମିଶ୍ର, ଚିଫ୍ ଜେନେରାଲ୍ ମ୍ୟାନେଜର (ପ୍ରଡକ୍ସନ୍); ଶ୍ରୀ ମଳୟ କର, ଜେନେରାଲ୍ ମ୍ୟାନେଜର (HR); ଏବଂ ଶ୍ରୀ ଅନୁରାଗ ଓଝା, ଅସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର (ମାଇନ୍ସ ସେଫ୍ଟି) ସହିତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସେହିପରି ବିଭିନ୍ନ ଖଣି ଅଞ୍ଚଳରୁ ପ୍ରାୟ ୧୮ ଜଣ ଶ୍ରମିକ ପ୍ରତିନିଧିମାନେ ବୈଠକରେ ଅଂଶଗ୍ରହଣ କରିଥିଲେ। ସମସ୍ତ ପକ୍ଷର ସାମୁହିକ ପ୍ରତିବଦ୍ଧତା ସହିତ ବୈଠକର ସମାପ୍ତି ହୋଇଥିଲା, ଯେଉଁଥିରେ ଓଏମସିର ସମସ୍ତ ଖଣି କାର୍ଯ୍ୟକଳାପରେ ସୁରକ୍ଷା ପ୍ରଣାଳୀକୁ ଆହୁରି ଶକ୍ତିଶାଳୀ କରିବା ଓ ଦାୟିତ୍ୱପୂର୍ଣ୍ଣ ଏବଂ ସୁରକ୍ଷିତ ଖଣି କାର୍ଯ୍ୟପ୍ରଣାଳୀକୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ବ ଦିଆଯାଇଥିଲା।