ଭାଷଣ ପଢ଼ିବାରେ ପଛେଇ ଗଲେ ମୁଖ୍ୟମନ୍ତ୍ରୀ, ନିଜ ରେକର୍ଡକୁ ଭାଙ୍ଗି ପାରିଲେନି

NEWS7
ବାଲେଶ୍ୱର-ଜାଇକା-ଗୁଳିକାଣ୍ଡ

ଭୁବନେଶ୍ବର ୨୦।୨: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ରାଜ୍ୟ ସରକାରଙ୍କ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଆଗତ କରାଯାଇଛି । ଗତବର୍ଷ ତୁଳନାରେ ବଜେଟ୍ ଆକାରରେ ୬.୯ ପ୍ରତିଶତ ବୃଦ୍ଧି କରାଯାଇଛି ।

ତେବେ ଚଳିତ ବଜେଟ୍‌ରେ ଭାଷଣ ପଢ଼ିବାରେ ପଛେଇ ଗଲେ ମୁଖ୍ୟମନ୍ତ୍ରୀ । ନିଜ ରେକର୍ଡକୁ ଭାଙ୍ଗି ପାରିଲେନି । ମୁଖ୍ୟମନ୍ତ୍ରୀଙ୍କ ୨୦୨୬-୨୭ ବଜେଟ୍ ଅଭିଭାଷଣ ଅବଧି ୨ ଘଣ୍ଟା ୧ ମିନିଟ୍ ରହିଥିଲା । ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ବଜେଟ୍ ଭାଷଣ ୨୫ ଜୁଲାଇ ୨୦୨୪ରେ ୨ ଘଣ୍ଟା ୯ ମିନିଟ୍ ରହିଥିଲା । ସେହିଭଳି ୧୭ ଫେବୃଆରୀ ୨୦୨୫ରେ ମୁଖ୍ୟମନ୍ତ୍ରୀଙ୍କ ବଜେଟ୍ ଅଭିଭାଷଣର ଅବଧି ଥିଲା ୨ ଘଣ୍ଟା ୪୪ ମିନିଟ୍ । ତେବେ ଏହାକୁ ଦେଖିଲେ ଧିରେ ଧିରେ ମୁଖ୍ୟମନ୍ତ୍ରୀଙ୍କ ବଜେଟ୍ ଭାଷଣ ଅବଧି କମୁଥିବାର ମଧ୍ୟ ଦେଖିବାକୁ ମିଳିଛି । ନିଜ ରେକର୍ଡକୁ ମଧ୍ୟ ନିଜେ ଭାଙ୍ଗିପାରି ନାହାନ୍ତି ।

ବିଧାନସଭାରେ ମୁଖ୍ୟମନ୍ତ୍ରୀ ୨୦୨୬-୨୭ ବଜେଟ୍ ଉପସ୍ଥାପନ କରିବା ପରେ ଶନିବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି ସୁରମା ପାଢ଼ୀ ।

ମୁଖ୍ୟମନ୍ତ୍ରୀଙ୍କ ବଜେଟ୍ ଭାଷଣ ଅବଧି :

୨୫/୭/୨୦୨୪ରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ବଜେଟ୍ ଅଭିଭାଷଣ ଅବଧି - ୨ ଘଣ୍ଟା ୯ ମିନିଟ୍

୧୭/୨/୨୦୨୫ରେ ମୁଖ୍ୟମନ୍ତ୍ରୀଙ୍କ ବଜେଟ୍ ଅଭିଭାଷଣ ଅବଧି - ୨ ଘଣ୍ଟା ୪୪ ମିନିଟ୍

୨୦/୨/୨୦୨୬ରେ ମୁଖ୍ୟମନ୍ତ୍ରୀଙ୍କ ବଜେଟ୍ ଅଭିଭାଷଣ ଅବଧି - ୨ ଘଣ୍ଟା ୧ ମିନିଟ୍