ବିଜେପିର ମିଶ୍ରଣ ପର୍ବ, ବିଭିନ୍ନ ଦଳ ଛାଡ଼ି ପଦ୍ମ ଧରିଲେ ଶତାଧିକ କର୍ମୀ

NEWS7
ବାଲେଶ୍ୱର-କୁରୁଡ଼ା-ରାସ୍ତା

ଭଦ୍ରକ ୨୧।୦୨ : ବିଜେପିର ମିଶ୍ରଣ ପର୍ବ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳି ଅଧିନ ମଞ୍ଜୁରୀ ରୋଡ ଡାକ୍ତରଖାନା ପଡ଼ିଆରେ ବିଜେପି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ମିଶ୍ରଣ ପର୍ବ । ଏହି ମିଶ୍ରଣ ପର୍ବରେ ବିଭିନ୍ନ ଦଳର ଶତାଧିକ କର୍ମୀ ଓ ନେତା ସାମିଲ ହୋଇଥିଲେ । ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ତଥା ଦଳର ନେତ୍ରୀ ସଂଘମିତ୍ରା ପଣ୍ଡାଙ୍କ ସଂଯୋଜନା ଏବଂ ଜିଲ୍ଲା ସଭାପତି ଭଗବାନ ପଣ୍ଡାଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ସାଂସଦ ଅଭିମନ୍ୟୁ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନବାଗତ କର୍ମୀ ଓ ନେତାମାନଙ୍କୁ ସ୍ବାଗତ କରିଥିଲେ । ପ୍ରାକ୍ତନ ବ୍ଲକ ବିଜେଡି ଉପସଭାପତି ତଥା ଜିଲ୍ଲା ସାଧାରଣ ସମ୍ପାଦକ ଜଗନ୍ନାଥ ଭାରତୀ, ପୂର୍ବତନ ସରପଞ୍ଚ ଲକ୍ଷ୍ମୀପ୍ରିୟଦର୍ଶନୀ ଭାରତୀ, ପୂର୍ବତନ ଜିଲ୍ଲା କଂଗ୍ରେସ ସମ୍ପାଦକ ଜଗନ୍ନାଥ ସେନାପତି, ପୂର୍ବତନ ପ୍ରଧାନଶିକ୍ଷକ ଉଦୟ ନାଥ ସେଠୀ, ପୂର୍ବତନ ଗୋଷ୍ଠୀ ଶିକ୍ଷା ସଂଯୋଜକ ଅକ୍ଷୟ ଜେନା ପ୍ରମୁଖ ଶତାଧିକ କର୍ମୀ ବିଜେପିରେ ଯୋଗଦାନ କରିଥିଲେ ।