Live Live
LIVE

ବାହାଘରକୁ ଯାଇଥିଲେ ଶବ ହୋଇ ଫେରିଲେ, ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ଚାରିଜଣଙ୍କ ଜୀବନ

NEWS7
ପୁରୀରେ-ଘରୁ-ଡାକି-ନେଇ-ଯୁବକଙ

ସୋନପୁର: ଗାଁ ଦାଣ୍ଡରୁ ମଶାଣି ଯାଏ ଲାଗିଥିଲା ଲୋକଙ୍କ ଭିଡ଼। କାନ୍ଦ ବୋବାଳିରେ ଫାଟି ପଡୁଥିଲା ଗାଁ ପରିବେଶ। କୋହ ସମ୍ଭାଳି ପାରୁନଥିଲେ ସମ୍ପର୍କୀୟ। ଦୁର୍ଘଟଣାରେ ମୃତ ଗୋଟିଏ ପରିବାରର ୪ ଜଣକ ଶବସତ୍କାର ସମୟରେ ଦେଖିବାକୁ ଏଭଳି ହୃଦୟବିଦାରକ ଦୃଶ୍ୟ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଯାମପାଳି ଗ୍ରାମର ଗୋଟିଏ ପରିବାରର ୪ ଜଣକ ଅକାଳ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।

ସୂଚନା ଅନୁସାରେ, ରବିବାର ଯାମପାଳି ଗ୍ରାମର ଜଣେ ଶିଶୁ ସମେତ ୬ ଜଣ ଦୁଇଟି ବାଇକ୍ ଯୋଗେ ଏକ ବିବାହ ସମାରୋହରେ ଯୋଗଦେବାକୁ ବରଗଡ଼ ଜିଲ୍ଲା ରୁଗୁଡ଼ିପାଳି ଗ୍ରାମକୁ ଯାଇଥିଲେ । ତେବେ ବିବାହରୁ ଫେରିବା ସମୟରେ ରାତି ପ୍ରାୟ ୯ଟା ସମୟରେ ବରଗଡ଼ ଜିଲ୍ଲା ଭେଡେନ ଥାନା ମେହେନା ଛକ ଠାରେ ଦୁଇ ବାଇକକୁ ପଛରୁ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା ଏକ ବୋଲେରୋ।

ଫଳରେ ଏଥିରେ ଘଟଣାସ୍ଥଳରେ ଗୋଟିଏ ପରିବାରର ଚାରିଜଣ ମୃତ୍ୟୁ ହୋଇଥିବାବେଳେ ଆଉ ଦୁଇ ଗୁରୁତର ଏବେବି ବୁର୍ଲା ଡାକ୍ତରଖାନାରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ମୃତକ ହେଲେ ଯାମପାଳି ଗ୍ରାମର ଦୟାସାଗର ପଧାନ, ସନ୍ତୋଷ ପଧାନ, କହର ପଧାନ ଓ ସୋମ୍ୟ ପଧାନ। ଆଉ ଏହି ଘଟଣାକୁ ନେଇ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସେପଟେ ଏହି ଘଟଣାକୁ ନେଇ ଓଡ଼ିଶା ଟ୍ରାନ୍ସପୋର୍ଟ ସଂଯୋଜକ ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆଣିଥିବା କହିଥିବାବେଳେ ଯେଉଁ ଗାଡ଼ିଟି ଧକ୍କା ଦେଇଛି ସେହି ଗାଡ଼ି ଡ୍ରାଇଭର ଉପରେ କଡ଼ା କାର୍ଯାନୁଷ୍ଠାନ ନେବା ସହ ମୃତ୍ୟୁ ବରଣ କରିଥିବା ପରିବାରକୁ ସରକାରୀ ସାହାଯ୍ୟ ସହଯୋଗ ଯୋଗାଇ ଦେବାପାଇଁ ଦାବି କରିଛନ୍ତି ଗ୍ରାମବାସୀ ଓ ଅଞ୍ଚଳବାସୀ।