Tejas crash: ତେଜସ ହାଲୁକା ଯୁଦ୍ଧ ବିମାନ କ୍ରାସ ରିପୋର୍ଟକୁ ଖଣ୍ଡନ କଲା ହାଲ୍; କହିଲା, ଯାନ୍ତ୍ରିକ ସମସ୍ୟା ଥିଲା

NEWS7
କଳାରେ-ଟପ୍ପର-ରେଭେନ୍ସା-ଜୁନ

ନୂଆଦିଲ୍ଲୀଗତକାଲି ଭାରତର ହାଲୁକା ଯୁଦ୍ଧ ବିମାନ ତେଜସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ମିଡିଆରେ ରିପୋର୍ଟ ପ୍ରକାଶ ପାଇଥିଲା ଆଉ ଆଜି (ସୋମବାର)ରାଷ୍ଟ୍ରାୟତ୍ତ ଏରୋସ୍ପେସ୍ ପ୍ରମୁଖ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ଖବରକୁ ଖଣ୍ଡନ କରିଛି। ଏହା ଗ୍ରାଉଣ୍ଡରେ ଏକ ଛୋଟ ଯାନ୍ତ୍ରିକ ସମସ୍ୟା ବୋଲି ହାଲ୍ କହିଛି।ହାଲ୍ ଏକ୍ସରେ ପୋଷ୍ଟ କରି ଲେଖିଛିଏଲସିଏ ତେଜସ୍ ନେଇ ସମ୍ପ୍ରତି ଗଣମାଧ୍ୟମ ରିପୋର୍ଟକୁ ହାଲ ସ୍ୱୀକାର କରୁଛି। ହେଲେ ଏଥିରେ ତଥ୍ୟଗତ ସ୍ପଷ୍ଟୀକରଣ ଦେବାକୁ ଚାହୁଁଛି। ଏଲ୍‌ସିଏ ତେଜସ୍ ଦୁର୍ଘଟଣାର କୌଣସି ରିପୋର୍ଟ ହୋଇ ନାହିଁ। ଏହି ଘଟଣାଟି ଗ୍ରାଉଣ୍ଡରେ ହୋଇଥିବା ଏକ ଛୋଟ ଯାନ୍ତ୍ରିକ ସମସ୍ୟା ଥିଲା।

କମ୍ପାନୀ ଆହୁରି କହିଛି ଯେ ଏଲ୍ସିଏ ତେଜସ୍ "ସାମ୍ପ୍ରତିକ ଲଢ଼ୁଆ ବିମାନ ମଧ୍ୟରେ ବିଶ୍ୱର ସର୍ବୋତ୍ତମ ସୁରକ୍ଷା ରେକର୍ଡ ମଧ୍ୟରୁ ଗୋଟିଏକୁ ବଜାୟ ରଖିଛି।" ଏବଂ ଏସଓପିର ଅଂଶ ଭାବରେ, ଏକ ଦ୍ରୁତ ସମାଧାନ ପାଇଁ ଆଇଏଏଫ୍ ସହିତ ସମନ୍ୱୟରେ ରଖି ସମସ୍ୟାର ଗଭୀର ବିଶ୍ଳେଷଣ କରାଯାଉଛି ବୋଲି ହାଲ୍ କହିଛି।

ମାସେ ତଳେ ଏକ ଟେକ୍ନିକାଲ ଦୁର୍ଘଟଣାରେ ତେଜସ ହାଲୁକା ବିମାନ କ୍ରାସ ହୋଇଥିଲା ବୋଲି ମିଡିଆରେ ଖବର ପ୍ରକାଶ ପାଇଥିଲ। ଏହାପରେ ଏଲ୍ସିଏ ତେଜସକୁ ନେଇ ବାୟୁସେନା ମଧ୍ୟରେ କଡ଼ାକଡ଼ି ଯାଞ୍ଚ ଆରମ୍ଭ ହୋଇଯାଇଥିଲା। ଏନେଇ ଗଣମାଧ୍ୟମରେ ଖବର ଆସିବା ପରେ ହାଲ୍କୁ ଏହି ସ୍ପଷ୍ଟୀକରଣ ଦେବାକୁ ପଡ଼ିଛି।

ଚଳିତ ମାସ ଆରମ୍ଭରେ ଏକ ପ୍ରମୁଖ ବାୟୁସେନାର ଘାଟିର ଅପରେସନାଲ ଏରିଆରେ ଏହି ଘଟଣା ଘଟିଥିଲା। ଲଢ଼ୁଆ ବିମାନଟି ନିୟମିତ ତାଲିମ ଉଡ଼ାଣ ଭରୁଥିବା ବେଳେ କ୍ରାସ୍ ହୋଇଥିବା ରିପୋର୍ଟ କରାଯାଇଥିଲା। ତେବେ କୌଣସି ଯାନ୍ତ୍ରୀକୁ ତ୍ରୁଟି ଯୋଗୁ ଦୁର୍ଘଟଣା ଘଟିଥାଇପାରେ ବୋଲି ସନ୍ଦେହ କରାଯାଇ ବାୟୁସେନା ମଧ୍ୟରେ ତଦନ୍ତ କରାଯାଉଛି। ବିମାନଟିର ଏୟାରଫ୍ରେମ୍ ଗୁରୁତର କ୍ଷତି ହୋଇଛି ଏବଂ ଏହା ନଷ୍ଟ ହୋଇପାରେ। ତଥାପି, ପାଇଲଟ୍ ସୁରକ୍ଷିତ ଭାବରେ ବାହାରକୁ ବାହାରି ଆସିଲେ ଏବଂ ତାଙ୍କୁ କୌଣସି ଗୁରୁତର ଆଘାତ ଲାଗି ନ ଥିଲା।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭାରତୀୟ ବାୟୁସେନାରେ ସାମିଲ ହେବା ପରଠାରୁ ଏହା ତୃତୀୟ ତେଜସ୍ ବିମାନ, ଯାହା ନଷ୍ଟ ହୋଇଯାଇଛି। ପ୍ରଥମ ଦୁର୍ଘଟଣା ୨୦୨୪ ମାର୍ଚ୍ଚରେ ଜୈସଲମେର ନିକଟରେ ଘଟିଥିଲା। ସେତେବେଳେ ଏହି ଫାଇଟର ଜେଟଟି ନିଜର ଫାୟାରପାୱ ପ୍ରଦର୍ଶନ କରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ଏଥିରେ ପାଇଲଟ୍ ସୁରକ୍ଷିତ ଭାବରେ ବାହାରକୁ ବାହାରି ଆସିଥିଲେ। ଦ୍ୱିତୀୟ ଘଟଣା ନଭେମ୍ବର ୨୦୨୫ରେ ଦୁବାଇ ଏୟାରଶୋରେ ଏକ ଏରୋବେଟିକ୍ ପ୍ରଦର୍ଶନ ସମୟରେ ଘଟିଥିଲା।ଯେଉଁଥିରେ ପାଇଲଟଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାର ତଦନ୍ତ ଏପର୍ଯ୍ୟନ୍ତ ଜାରି ରହିଛି।