୯୦ ଦିନ ପରେ ମେଡିକାଲରୁ ଡିସଚାର୍ଜ ହେବେ ଅଭିଜିତ ମଜୁମଦାର, ଏବେ ସେ ବିପଦମୁକ୍ତ...

NEWS7
କଟକ-ଦୀପୁ-ମଲ୍ଲୀକ-ହତ୍ୟା-ମାମ

ଭୁବନେଶ୍ୱର ୩୧।୧୨: ଓଲିଉଡ୍ ପାଇଁ ଖୁସିଖବର । ଖୁବଶୀଘ୍ର ମେଡିକାଲରୁ ଡିସଚାର୍ଜ ହେବେ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର। ଦିନେ କି ଦୁଇ ଦିନ ମଧ୍ୟରେ ଅଭିଜିତ୍ ମଜୁମଦାରଙ୍କୁ ମେଡିକାଲକୁ ଡିସଚାର୍ଜ କରାଯିବ ବୋଲି ଭୁବନେଶ୍ୱର ଏମ୍ସର ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ସୂଚନା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅଭିଜିତ ମଜୁମଦାର ଏବେ ବିପଦମୁକ୍ତ ଅଛନ୍ତି । ସେପ୍ଟେମ୍ବର ୪ରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ । ପ୍ରଥମେ ନ୍ୟୁରୋ ସମସ୍ୟା ନେଇ ସେ ଭର୍ତ୍ତି ହୋଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ଦେହ ଅଧିକ ଅସୁସ୍ଥ ହୋଇପଡିଥିଲେ। ଦେହ ଖରାପ ଲାଗି ତାଙ୍କ ଦେହରେ ଅନେକ ଅଙ୍ଗ କାମ କରୁନଥିଲା । ସେ ଆଇସିୟୁରେ ଥିଲେ। ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି । ବର୍ତ୍ତମାନ ତାଙ୍କ ସବୁ ଅର୍ଗାନ ଠିକ୍ ଭାବେ କାମ କରୁଛି । ତେଣୁ ତାଙ୍କୁ ଖୁବଶୀଘ୍ର ମେଡିକାଲକୁ ଡିସଚାର୍ଜ କରାଯିବ ।

ସୂଚନାଯୋଗ୍ୟ ଯେ, ଅନେକ ଆଲବମ ଓ ଫିଲ୍ମ ପାଇଁ ସଙ୍ଗୀତ ନିର୍ଦ୍ଦେଶକ ଦେଇଛନ୍ତି ଅଭିଜିତ ମଦୁମଦାର । ୨୦୦୦ ମସିହାରେ କାଶିଆ କପିଳା ଜରିଆରେ ଫିଲ୍ମ ଦୁନିଆରେ ପାଦ ଥାପିଥିଲେ ଅଭିଜିତ ମଜୁମଦାର। ଯାହାପରେ ସେ ଆଉ ପଛକୁ ଫେରିଚାହିଁନାହାନ୍ତି । ବର୍ତ୍ତମାନ ସୁଦ୍ଧା ୫୦ରୁ ଅଧିକ ଫିଲ୍ମ ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଇସାରିଛନ୍ତି ଅଭିଜିତ ମଜୁମଦାର। ଯେଉଁଥିରେ ସେ ଏକାଧିକ ଫିଲ୍ମରେ ଗୀତ ବି ବୋଲିଛନ୍ତି। ସେହିପରି ଅନେକ ଯୁବ କଣ୍ଠଶିଳ୍ପୀ ଙ୍କୁ ସୁଯୋଗ ଦେବାରେ ମଧ୍ୟ ଅଭିଜିତ ମଜୁମଦାରଙ୍କ ହାତ ରହିଥାଏ ।