ପୋଖରୀରେ ବୁଡ଼ି ଅଢ଼େଇ ବର୍ଷର ଶିଶୁକନ୍ୟାଙ୍କ ମୃତ୍ୟୁ, ସହଜରେ ଗ୍ରହଣ କରିପାରୁନି ଜେଜେମା’

NEWS7
ଇଜ୍ଜତ-ଫେରାଇବା-କିଏ-na-mane-na

ଉଦଳା ୧୪।୧: ହାଡ଼ଭଙ୍ଗା ଶୀତରେ ନାତୁଣୀକୁ ଘୋଡାଇ ଧରିଛି ଜେଜେମା’ । ନାତୁଣୀର ମୃତ୍ୟୁ ହୋଇଛି ତାକୁ ସହଜରେ ଗ୍ରହଣ କରିପାରୁ ନାହିଁ । ଆଉ ନାତୁଣୀକୁ କାହାକୁ ଦେଉ ନାହାନ୍ତି । ନିଜେ ନେଇ ଶବଗୃହରେ ନାତୁଣୀର ମୃତଦେହକୁ ଘୋଡାଇ ରଖି ଶବଗୃହ ବାହାରେ ବସି ଆଖିରୁ ଲୁହ ଗଡାଉଛନ୍ତି । ଉଦଳା ମେଡିକାଲ ପରିସରରେ ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା କୁସୁନପୁର ଗ୍ରାମରେ ପାଣିରେ ବୁଡ଼ି ଅଢେଇ ବର୍ଷ ଶିଶୁ କନ୍ୟାର ମୃତ୍ୟୁ ହୋଇଛି । ମୃତ ଶିଶୁ ଉକ୍ତ ଗ୍ରାମର ଜିତେନ୍ କୁମାର ଦାସଙ୍କ ଅଢେଇ ବର୍ଷର ଝିଅ । ୪ ମାସ ପୂର୍ବରୁ ଜିତେନଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ସୁକାନ୍ତି ସାମାନ୍ୟ ମାନସିକ ବିକାରଗ୍ରସ୍ତ । ଏଭଳି ଅବସ୍ଥାରେ ଝିଅ ଜେଜେମା’ଙ୍କ ପାଖରେ ରହୁଥିଲା । ବୁଧବାର ଶିଶୁକନ୍ୟା ଘର ବାଡ଼ିରେ ଖେଳୁଥିବା ବେଳେ ଅସାବଧାନତା ବଶତଃ ନିକଟରେ ଥିବା ପୋଖରୀରେ ବୁଡି ଯାଇଥିଲେ । ଅନ୍ୟ କାମରେ ବ୍ୟସ୍ତ ଥିବା ମା’ ସୁକାନ୍ତି ଏବଂ ଜେଜେମା’ ତାଙ୍କୁ ଖୋଜି ନ ପାଇବା ପରେ ପୋଖରୀରେ ସେ ବୁଡି ଯାଇଥିବା ଦେଖି ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଉଦଳା ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ କପ୍ତିପଦା ପୋଲିସ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।