LIVE TV

ଦେଓଗାଁରେ ଯୁବକଙ୍କ ବେକ ହାଣି ହତ୍ୟା ମାମଲା, ୩ ସାଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

NEWS7
ଆନ୍ତର୍ଯ୍ୟାତୀୟ-କବିତା-ଓ-ଚି

ବଲାଙ୍ଗୀର: ଦେଓଗାଁ ଆତଂଲା ଗାଁରେ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ବଲାଙ୍ଗୀର ପୋଲିସ। ହତ୍ୟା ଘଟଣାରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ତିନିଜଣ ହେଲେ ଦେଓଗାଁ ଥାନା ଅନ୍ତର୍ଗତ ବନ୍ଧପଡ଼ାର ରାଜା କଟା, ଓମ୍ ନନ୍ଦ ଓ ଡଙ୍ଗରପଡ଼ାର ଇରଫାନ ଚତ୍ରିଆ।ଏହି ୩ ସାଙ୍ଗ ମୃତ ସୁଜିତ ଭୋଇଙ୍କ ପିଲାଦିନର ସାଙ୍ଗ।

ସୂଚନା ଅନୁସାରେ, ଗତ ୨୬ ତାରିଖ ସନ୍ଧ୍ୟା ୭ଟା ସମୟରେ ୪ ଜଣ ସାଙ୍ଗ ଅନ୍ତର୍ଲା ଗାଁର ପତରଫଡ଼ିଠାରେ ଏକାଠି ବସି ମଦ ପିଉଥିଲେ। ଏହି ସମୟରେ ରାଜାର ମାଆ ଫୋନ କରିଥିଲେ। ଆଉ ରାଜା ସମସ୍ତଙ୍କୁ ଚୁପ୍ ରହିବାକୁ କହିଥିଲେ। ମାତ୍ର ସୁଜିତ ତା’ କଥା ନଶୁଣି ଗାଳି ଗୁଲଜ କରିଥିଲେ। ଫଳରେ ଏଥିରେ ଅନ୍ୟ ୩ ସାଙ୍ଗ ସୁଜିତକୁ ମାଡ଼ ମାରିବା ସହ ନିଶା ଯୋଗୁ ପାଖରେ ଥିବା ହତିଆରରେ ବେକକୁ ହାଣି ହତ୍ୟା କରିଥିଲେ।

ଏନେଇ ମଙ୍ଗଳବାର ସମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛନ୍ତି ବଲାଙ୍ଗୀର ଏସଡିପିଓ। ସେପଟେ ହତ୍ୟାର ମୁଖ୍ୟ ଅଭିଯୁକ୍ତ ରାଜା ନିଶା ଯୋଗୁ ଏଭଳି କରିଥିବା କହିବା ସହ ନିଜ ଦୋଷ ସ୍ୱୀକାର କରିଛି। ଗିରଫ ତିନିଜଣ ଦୁଲୁଦୁଲି ବଜାରେ ବଜା ବଜାଇବା କାମ କରୁଥିଲେ।