ଭାରତ-ପାକିସ୍ତାନ ସୀମାରୁ ମିଳିଲା ଏକେ-୪୭ : ବଡ ଆଟାକ୍ ପାଇଁ ଲୁଚାଇଥିଲେ ଆତଙ୍କବାଦୀ

NEWS7
worlds-unique-stone-that-lays-egg-in-every-30-years

ଚଣ୍ଡିଗଡ,୮|୦୧: ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ଫେଲ୍ ମାରିଲା ଆଙ୍କବାଦୀଙ୍କ ଆକ୍ରମଣ ଉଦ୍ୟମ । ଭାରତରେ ଆକ୍ରମଣ ପାଇଁ ଲୁଚାଇ ରଖିଥିବା ବିପୁଳ ଅସ୍ତ୍ରଶସ୍ତ୍ରକୁ ଜବତ କରାଯାଇଛି । ପଞ୍ଜାବର ପଠାନକୋନ ପୋଲିସ ସହ ଗୁଇନ୍ଦା ଅଧିକାରୀ ମିଳିତ ଚଢଉ କରି ବିପୁଳ ପରିମାଣର ଗୁଳିଗୋଳା ଜବତ କରିଛନ୍ତି ।

ରିପୋର୍ଚ ଅନୁସାରେ, ପୋଲିସକୁ ଭାରତ-ପାକିସ୍ତାନୀ ସୀମାରେ କିଛି ଆତଙ୍କବାଦୀଙ୍କ ଗତିବିଧି ଏବଂ ବନ୍ଧୁକ ଚାଲାଣ ନେଇ ଖବର ଆସିଥିଲା । ଏହାପରେ ଚଢଉ କରାଯାଇଥିଲା । ସୀମା ସହ ଲାଗିଥିବା ନାରୋତ ଜୈମାଲ ସିଂ ଅଞ୍ଚଳରୁ ଅନେକ ବନ୍ଧୁକ ଏବଂ ଗୁଳି ପୋଲିସ ହାତରେ ଲାଗିଛି ।

କୁହାଯାଉଛି ଯେ, ଏସମସ୍ତ ଅସ୍ତ୍ରଶସ୍ତ୍ରକୁ ପାକିସ୍ତାନରୁ ଭାରତକୁ ପଠାଯାଉଥିଲା । ପଞ୍ଜାବ ତଥା ଦେଶର ଅନ୍ୟ ସ୍ଥାନରେ ଆକ୍ରମଣ ପାଇଁ ଏହାକୁ ବ୍ୟବହାର କରାଯାଇଥାନ୍ତା । ତେବେ ଜବତ ଅସ୍ତ୍ରଶସ୍ତ୍ର ମଧ୍ୟରେ ତିନୋଟି ଏକେ-୪୭,ଟି ମାଗାଜିନ୍,ଟି ପିସ୍ତଲ ଓ୯୮ଟି ଜୀବନ୍ତ ଗୁଳି ରହିଛି ।

ସ୍ଥାନୀୟ ଡିଆଜି ସନ୍ଦୀପ ଗୋଏଲ କହିଛନ୍ତି ଯେ, ପାକିସ୍ତାନ ମାଟିରେ ଅପରେଟ୍ କରୁଥିବା କିଛି ଆତଙ୍କୀ ସଙ୍ଗଠନ ପଞ୍ଜାବ ଦେଇ ଅସ୍ତ୍ରଶସ୍ତ୍ର ପଠାଉଥିଲେ । ଏନେଇ ଗୁଇନ୍ଦା ସୂଚନା ମିଳିଥିଲା । ଏହାପଛରେ ପାକିସ୍ତାନ ଆଇଏସଆଇର ହାତ ରହିଛି । ଏତେ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଆହୁରି ଅନେକ ଜାଗାରେ ପୋଲିସ ଚଢଉ କରୁଥିବା ସେ ପ୍ରକାଶ କରିଛନ୍ତି ।