ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ମନମୋହନ ଏବଂ ସୁଜିତ୍ କୁମାରଙ୍କ ନାଁରେ ମୋହର

NEWS7
world-cup-hockey-a-r-rahmen-guljar-to-sing-title-song

ଭୁବନେଶ୍ବର ୩।୩: ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ । ବିଜେଡି ପରେ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି ଦଳ । ସେହିଭଳି ବିଜେପି ସୁଜିତ କୁମାରଙ୍କ ନାଁରେ ମୋହର ମାରିଛି । ବିଜେପି ସଂସଦୀୟ ବୋର୍ଡର ନିଷ୍ପତ୍ତି କ୍ରମେ ଉଭୟଙ୍କ ନାଁ ଘୋଷଣା କରାଯାଇଛି ।

ଏ ଖବର ବି ପଢ଼ନ୍ତୁ:- ୩ୟ ଏବଂ ୪ର୍ଥ ଆସନ ପାଇଁ କମ୍ପିଟିସନ : ସମର୍ଥନ ମିଳିଲେ ସବୁ ଆସନ ମଧ୍ୟ ବିଜେପି ଜିତିପାରିବ

ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଭାବେ ସଂତୃପ୍ତ ମିଶ୍ରଙ୍କ ନାଁ ଘୋଷଣା କରିଥିବା ବେଳେ କମନ କ୍ୟାଣ୍ଡିଡେଟ୍ ଭାବେ ଡାକ୍ତର ଦତ୍ତେଶ୍ବର ହୋତାଙ୍କ ନାଁ ଘୋଷଣା କରିସାରିଛି । କଂଗ୍ରେସ ନବୀନଙ୍କୁ ପ୍ରସ୍ତାବ ଦେଇଥିବା ପ୍ରାର୍ଥୀ ଦତ୍ତେଶ୍ବରଙ୍କୁ କମନ କ୍ୟାଣ୍ଡିଡେଟ୍ ଭାବେ ଘୋଷଣା କରିଥିବାରୁ ବିଜେପି ଏହାକୁ ଗ୍ରହଣ କରବନି ବୋଲି ଚର୍ଚ୍ଚା ହେଉଥିଲା ।

​​​​​​​ଏ ଖବର ବି ପଢ଼ନ୍ତୁ:- ସାମ୍ନାକୁ ଆସିଲେ ରାହୁଲଙ୍କ ସାଙ୍ଗ ଶିବା, ମୋତେ ନିର୍ଘାତ ପିଟିଲେ, ମୁଁ ବେହୋସ ଥିଲି...

ତେବେ ବିଜେପି ସୋମବାର ବିଧାନସଭାରୁ ୧୬ ସେଟ୍ ନାମାଙ୍କନ ପତ୍ର ନେଇସାରିଛି । ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନଙ୍କ ସହ ଆଶ୍ରିତ ପଟ୍ଟନାୟକ, ଦୁଷ୍ମନ୍ତ ସ୍ୱାଇଁ, ରଘୁନାଥ ଜଗଦଲା ଏବଂ ପ୍ରତାପ ନାୟକ ୧୬ ସେଟ୍ ନାମାଙ୍କନ ପତ୍ର କିଣିଛନ୍ତି । ଯଦିଓ ଦଳ ପାଖରେ ଦୁଇଟି ଆସନ ପାଇଁ ସଂଖ୍ୟା ରହିଛି ତେବେ ୧୬ ସେଟ୍ ନାମାଙ୍କନ ପତ୍ର କିଣିବା ନେଇ ଚର୍ଚ୍ଚା ବଢିଛି । ଚର୍ଚ୍ଚା ହେଉଛି ଦଳ ୩ ଜଣଙ୍କୁ ରାଜ୍ୟସଭା ପଠାଇବ ଚତୁର୍ଥ ସେଟ୍‌ଟି ଜଣେ ଡମି କ୍ୟାଣ୍ଡିଡେଟ୍ ପାଇଁ ।