ଅଣ ଓଡ଼ିଆ ଠିକାଦାରଙ୍କୁ ଗୁରୁତ୍ୱ ଦେଉଛନ୍ତି ସରକାର, ବିରୋଧରେ ରାସ୍ତାକୁ ଓହ୍ଲାଇଲେ ଠିକାଦାର ମହାସଂଘ

NEWS7
who-is-the-god-father-of-arnab-goswami-in-group-five-rahul-gandhi-targets-centers-on-chat-viral

ଭୁବନେଶ୍ୱର ୨୦।୦୨ : ରାସ୍ତାକୁ ଓହ୍ଲାଇଲେ ଓଡ଼ିଶା ଠିକାଦାର ମହାସଂଘ । ୮ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ସଂଘର ସମସ୍ତ ସଦସ୍ୟ । ଓଡ଼ିଶାର ପ୍ରତି ଜିଲ୍ଲାରୁ ଏକତ୍ରିତ ହୋଇଛନ୍ତି ଶହ ଶହ ଓଡ଼ିଆ କଣ୍ଟ୍ରାକ୍ଟର । ସରକାରଙ୍କ ଉପରେ ବର୍ଷିବା ସହ ଦେଇଥିବା ପ୍ରତିଶୃତିକୁ ପୂରଣ କରିବାକୁ ଦାବି କରିଛନ୍ତି । ଓଡ଼ିଆ ଠିକାଦାର ମାନେ ଅବହେଳିତ ହେଉଥିବାର ଅଭିଯୋଗ ଆଣିଛନ୍ତି । ସରକାର ଠିକାଦାରଙ୍କୁ ଶୋଷଣ କରୁଛନ୍ତି ।

ଏ ଖବର ବି ପଢନ୍ତୁ:- ଧାନ ତାତିରେ ଆଜି ବି ଗୃହ ଅଚଳ, ଦିନ ୧୧ଟା ୩୦ ଯାଏଁ ବିଧାନସଭା ମୁଲତବୀ

ସେହିପରି ଓଡ଼ିଆ ଅସ୍ମିତା କଥା କହୁଥିବା ସରକାର ଏବେ ଅଣ ଓଡ଼ିଆ କଣ୍ଟ୍ରାକ୍ଟରଙ୍କ ଦ୍ୱାରା ବିଭିନ୍ନ ବଡ଼ ବଡ଼ କାମ କରୁଛନ୍ତି । ଫଳରେ ଅବହେଳିତ ହୋଇଛନ୍ତି ଓଡ଼ିଆ କଣ୍ଟ୍ରାକ୍ଟର । ତେଣୁ ଆଜିଠାରୁ ବିଭିନ୍ନ ଉନ୍ନୟନ ପ୍ରକଳ୍ପର କାର୍ଯ୍ୟ ବନ୍ଦ କରିଛନ୍ତି କଣ୍ଟ୍ରାକ୍ଟର। ସିଭିଲ୍, ଇଲେକ୍ଟ୍ରିକ୍, ପିଏଚଡ଼ି ସହ ଅନେକ ବିଭାଗରେ ଚାଲୁଥିବା କାମ ଠପ୍ ହୋଇଛି । ଏହାସହ ବିଧାନସଭା ସମ୍ମୁଖରେ ଗଣବିକ୍ଷୋଭ କରିଛି ଓଡ଼ିଆ ଠିକାଦାର ମହାସଂଘ । ରାଜ୍ୟ ସରକାରଙ୍କ ଟେଣ୍ଡର ପ୍ରକ୍ରିୟାରେ ଚଞ୍ଚକତା କରାଯିବା ପ୍ରତିବାଦରେ ଏହି ବିକ୍ଷୋଭ କରାଯାଇଛି ।

ଏ ଖବର ବି ପଢନ୍ତୁ:- ଦୋଳ ପୂର୍ଣ୍ଣିମାରେ ଲାଗିବ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ, ଏହି ସମୟରେ କରିବେ ପାକ ନିଷେଧ...