ଦହିବରା ଖାଇ ୭୦ରୁ ଅଧିକ ଲୋକ ଅସୁସ୍ଥ

NEWS7
village-youth-constructed-village-road-in-bhadrak

ବୌଦ୍ଧ ୧୯।୧୨ : ଦହିବରା ଖାଇ ୭୦ରୁ ଅଧିକ ଲୋକେ ଅସୁସ୍ଥ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଗବଯୋର ଗାଁରୁ ଆସିଛି ଏପରି ଘଟଣା। ମନମୁଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଚିକିତ୍ସା ଜାରି ରଖିଛି ।

ଖବର ଅନୁଯାୟୀ, ଗବଯୋର ଗାଁର ସାପ୍ତାହିକ ହାଟରେ ଜଣେ ସ୍ଥାନୀୟ ଦହିବରା ବ୍ୟବସାୟୀ ନିକଟରୁ ଲୋକେ ଦହିବରା କିଣି ଖାଇଥିଲେ। ପରେ ଉକ୍ତ ବ୍ୟବସାୟୀ ଅପରାହ୍ନ ସମୟରେ ଗବଯୋର ଗାଁକୁ ଦହିବରା ବିକ୍ରି କରିବାକୁ ଆସିଥିଲା । ଗ୍ରାମରେ ଛୋଟ ପିଲା ଠାରୁ ବଡ଼ ଲୋକ ସମସ୍ତେ ଦହିବରା ଖାଇଥିଲେ। ଖାଇବା ପରେ ସନ୍ଧ୍ୟାରେ ଗ୍ରାମବସୀଙ୍କ ମୁଣ୍ଡ ବୁଲାଇବା ସହ ଝାଡ଼ା ଓ ବାନ୍ତି ଆରମ୍ଭ ହୋଇଥିଲା । ଏପରିକି ଅନେକ ଛୋଟ ଛୁଆଙ୍କ ସହ ଲୋକେ ଅସୁସ୍ଥ ହୋଇ ପଡିଥିଲେ। ଖବର ପାଇ ପଳସାଗୋରା ସ୍ୱାସ୍ଥ୍ୟକେନ୍ଦ୍ରରୁ ଏକ ଟିମ୍ ଗ୍ରାମରେ ପହଁଚି ଚିକିତ୍ସା ଆରମ୍ଭ କରିଥିଲେ । ଗୁରୁତର ଆହତଙ୍କ ସଂଖ୍ୟା ବଢୁ ଥିବାରୁ ମନମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆଉ ଏକ ଟିମ୍ ଆସି ଗାଁରେ ପହଁଚିଛି । ଅନେକ ଗୁରୁତରଙ୍କୁ ମେଡିକାଲ ପଠାଯିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି।