ମୁସୁରୀ-ଡେରାଡୁନରେ ମର୍ମନ୍ତୁଦ ଦୁର୍ଘଟଣା; ଖାଇକୁ ଖସିଲା କାର୍, ୫ ମୃତ

Published By : Prameya-News7 Bureau | May 04, 2024 IST

ଡେରାଡୁନ୍: ମୁସୁରୀ-ଡେରାଡୁନ୍ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା । ଶନିବାର ଭୋରୁ ଏହି ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଏକ କାର୍ ଖାଇକୁ ଖସିପଡ଼ିଥିଲା। ଏଥିରେ ପାଞ୍ଚଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଯୁବତୀ ଗୁରୁତର ଭାବେ ଆହତ ହୋଇଛନ୍ତି । କାର୍ ରେ ମୋଟ୍ ୬ଜଣ ଯାତ୍ରୀ ଥିଲେ ।

ଉତ୍ତରାଖଣ୍ଡ ମୁସୁରୀ-ଡେରାଡୁନ୍ ରାସ୍ତାରେ ଶନିବାର ଭୋର ୫ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ପ୍ରତ୍ୟକ୍ଷଦର୍ଶିକ କହିବା ମୁତାବକ, ଚୁନାଖାଲ ନିକଟରେ ଏହି ଦୁର୍ଘଟଣା ଘଟିଛି । ଦ୍ରୁତଗତିରେ ଆସୁଥିବା କାର୍ ନିୟନ୍ତ୍ରଣ ହରାଇ ଖାଇରେ ଖସିପଡ଼ିଥିଲା । ତେବେ ଏଥିରେ ବସିଥିବା 6ଜଣଙ୍କ ମଧ୍ୟରୁ ୩ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ  । ଏମାନଙ୍କ ମଧ୍ୟରୁ ଆଉ ୨ଜଣ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା । ତେବେ ଜଣେ ଯୁବତୀ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

  • accident
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.