ସିଏମ୍‌ କେଜ୍ରିୱାଲଙ୍କୁ ଭେଟିଲେ ରାଘବ ଚଡ୍ଡା, ଦୀର୍ଘ ଦିନ ଧରି ଲଣ୍ଡନରେ ହେଉଥିଲେ ଚିକିତ୍ସିତ

Published By : Prameya-News7 Bureau | May 18, 2024 IST

ନୂଆଦିଲ୍ଲୀ ୧୮/୦୫: ଦିଲ୍ଲୀରେ ରାଜନୈତିକ ଅସ୍ଥିରତା ତୀବ୍ର ହେବାରେ ଲାଗିଛି । ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ପୂର୍ବରୁ ରାଘବ ଚଡ୍ଡା ଶନିବାର ସିଏମ କେଜ୍ରିୱାଲଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । ଲୋକସଭା ନିର୍ବାଚନ ଘୋଷଣା ହେବା ପରଠାରୁ ରାଘବ ବିଦେଶ ଯାଇ ସେଠାରେ ଚିକିତ୍ସିତ ହେଉଥିଲେ । ହେଲେ ଏବେ ସେ ଦିଲ୍ଲୀ ଫେରିଛନ୍ତି । 

ଦିଲ୍ଲୀ ସରକାରୀ ମନ୍ତ୍ରୀ ସୌରଭ ଭରଦ୍ୱାଜ ବହୁ ପୂର୍ବରୁ ସୂଚନା ଦେଇଥଲେ ଯେ ବ୍ରିଟେନରେ ରାଘବ ଚଡ୍ଡାଙ୍କ ଆଖି ଚିକିତ୍ସା ଚାଲିଛି । ସେ କହିଥିଲେ ଯେ ରାଘବଙ୍କ ଅବସ୍ଥା ଗୁରୁତର , ଯଦି ଠିକ୍ ସମୟରେ ଚିକିତ୍ସା କରା ନ ଯାଏ ତେବେ ସେ ହରାଇପାରନ୍ତି ଦୃଷ୍ଟିଶକ୍ତି । ଏପରି ପରିସ୍ଥିତିରେ, ସୁସ୍ଥ ହେବାକୁ ବି ସମୟ ଲାଗିପାରେ । 



ସୌରଭ ଭରଦ୍ୱାଜ ଏହା ମଧ୍ୟ କହିଥିଲେ ଯେ ରାଘବ ଶୀଘ୍ର ସୁସ୍ଥ ହୋଇ ଲୋକସଭା ନିର୍ବାଚନ ମଧ୍ୟରେ ନିର୍ବାଚନ କାର୍ଯ୍ୟକଳାପରେ ଜଡିତ ହେବେ। କହିବାକୁ ଗଲେ ଦିଲ୍ଲୀରେ ଷଷ୍ଠ ପର୍ଯ୍ୟାୟରେ ଅର୍ଥାତ୍ ୨୫ ମେରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । 

ଯଦିଓ ଲୋକସଭା ନିର୍ବାଚନ ଘୋଷଣା ହେବା ପରଠାରୁ ରାଘବ ବିଦେଶରେ ଥିଲେ, ଏବେ ସେ ଭୋଟ୍ ଦେବାର ଠିକ୍ ପୂର୍ବରୁ ଫେରିଛନ୍ତି । କୁହାଯାଉଛି ଯେ ରାଘବ ବର୍ତ୍ତମାନ ମେ ୨୫ରେ ଭୋଟ୍ ଦେବା ପୂର୍ବରୁ ପ୍ରଚାର ଆରମ୍ଭ କରିପାରିବେ । ଏହା ସହିତ ରାଘବଙ୍କ ଆଗମନ ଦିଲ୍ଲୀର ସମସ୍ତ ସାତୋଟି ଆସନରେ ଆମ୍ ଆଦମୀ ପାର୍ଟିକୁ ମଜବୁତ କରିପାରିବ । 

ବିଜେପି ବିରୋଧରେ ତୀବ୍ର ବିବୃତ୍ତି ଦେଉଥିବା ଆମ୍ ଆଦମୀ ଦଳର ସେହି ନେତାଙ୍କ ମଧ୍ୟରେ ରାଘବଙ୍କ ନା ଗଣନା କରାଯାଏ । ତାଙ୍କର ଏହି ମନୋଭାବ ଦେଖି ଆମ୍ ଆଦମୀ ପାର୍ଟି ରାଘବଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରି ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.