ବିଶ୍ବରେ ଅଲ୍‌ଟ୍ରା ରିଚ୍ ଧନୀଙ୍କ ଚାଲିକାରେ ବୃଦ୍ଧି; ଲିଷ୍ଟକୁ ଫେରିଲେ ଗୌତମ ଆଦାନୀ

Published By : Prameya-News7 Bureau | May 17, 2024 IST

indiatoday

ନୂଆଦିଲ୍ଲୀ: ବିଶ୍ବରେ ଧନୀଙ୍କ ତାଲିକା ବଢ଼ିବାରେ ଲାଗିଛି। ଏହି ଧନୀମାନଙ୍କ ମଧ୍ୟରେ ବି କିଛି ଲୋକଙ୍କର ସମ୍ପତ୍ତି ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏମାନଙ୍କୁ ଅଲ୍‌ଟ୍ରା ରିଚ୍ କ୍ୟାଟେଗୋରୀରେ ସାମିଲ୍ କରାଯାଇଛି। ଆଉ ଏହି ଅଲ୍‌ଟ୍ରା ରିଚ୍ କ୍ଲବ୍‌ରେ ଧନୀଙ୍କ ସଂଖ୍ୟା ବଢ଼ିଛି। ଏବେ ଏଥିରେ ୧୫ ଜଣଙ୍କୁ ସାମିଲ୍ କରାଯାଇଛି। ଏହି ଗ୍ରୁପରେ ସେହି ଆରବପତିଙ୍କୁ ସାମିଲ୍ କରାଯାଇଛି, ଯେଉଁମାନଙ୍କର ସମ୍ପତ୍ତି ମୂଲ୍ୟ ୧୦୦ ଆରବ ଡଲାରୁ ଅଧିକ ହେବ।

ଏହି ଗ୍ରୁପ୍‌ରେ ସବୁଠାରୁ ଉପରେ ରହିଛନ୍ତି ଏଲ୍‌ଭିଏମ୍‌ଏଚ୍‌(LVMH) ଫାଉଣ୍ଡର ଏବଂ ସିଇଓ ବର୍ଣ୍ଣାର୍ଡ ଅର୍ଣ୍ଣୌଲ୍ଟ। ଧନୀ ତାଲିକାରେ ଏକ ନମ୍ବର ସ୍ଥାନରେ ଥିବା ବର୍ଣ୍ଣାର୍ଡ ଅର୍ଣ୍ଣଲ୍ଟଙ୍କ ସମ୍ପତ୍ତି ୨୨୨ ଅରବ ଡଲାର ହୋଇଯାଇଛି।

ପୁଣିଥରେ ତାଲିକାରେ ସାମିଲ୍ ହେଲେ ଗୌତମ ଆଦାନୀ

ଆମାଜନ୍ ପ୍ରତିଷ୍ଠାତା ଜେଫ୍ ବେଜୋସ୍ ୨୦୮ ବିଲିୟନ ଡଲାର ସମ୍ପତ୍ତି ସହ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଟେସଲା ସିଇଓ ଏଲୋନ୍ ମସ୍କ ୧୮୭ ବିଲିୟନ ଡଲାର ସମ୍ପତ୍ତି ସହିତ ତୃତୀୟ ସ୍ଥାନରେ ଅଛନ୍ତି। ଚଳିତ ବର୍ଷ ମସ୍କଙ୍କ ସମ୍ପତ୍ତି ୪୦ ବିଲିୟନ ଡଲାରରେ ହ୍ରାସ ପାଇବାରୁ ସେ ଦୁନିଆର ଏକ ନମ୍ବର ଧନୀ ବ୍ୟକ୍ତି ହେବାର ଆଖ୍ୟା ମଧ୍ୟ ହରାଇଛନ୍ତି। ଭେଟେରାନ ଭାରତୀୟ ବ୍ୟବସାୟୀ ଗୌତମ ଆଦାନୀ ୧୦୦ ବିଲିୟନ ଡଲାରର ସମ୍ପତ୍ତି ସହ ତାଲିକାରେ ପୁଣିଥରେ ସାମିଲ ହୋଇଛନ୍ତି। ଏହି ତାଲିକାରେ ମୁକେଶ ଅମ୍ବାନୀ ମଧ୍ୟ ସାମିଲ ହୋଇଛନ୍ତି।
ଅଲ୍‌ଟ୍ରା ରିଚ୍ ଲୋକଙ୍କ ମୋଟ ସମ୍ପତ୍ତି ୨.୨ ଟ୍ରିଲିଅନ ଡଲାରକୁ ବୃଦ୍ଧି

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ଲଗ୍‌ଜୁରୀ ଗୁଡ୍ସ ଓ ଜିଓପିଲିଟାକଲ ପରିସ୍ଥିତି କାରଣରୁ ସୁପର ରିଚ ଲୋକଙ୍କ ସମ୍ପତ୍ତି ବୃଦ୍ଧି ହୋଇଛି।   ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ଏହି ଅଲଟ୍ରା ରିଚ୍ ବ୍ୟକ୍ତିଙ୍କ ନେଟ୍ ମୂଲ୍ୟ ଚଳିତ ବର୍ଷ ୧୩ ପ୍ରତିଶତ ବୃଦ୍ଧି ହୋଇ ପ୍ରାୟ ୨.୨ ଟ୍ରିଲିୟନ ଡଲାରରେ ପହଞ୍ଚିଛି। ବିଶ୍ୱ ୫୦୦ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତିର ଏକ ଚତୁର୍ଥାଂଶ ଏହି ୧୫ ଅଲଟ୍ରା ଧନୀ ବ୍ୟକ୍ତିଙ୍କ ପାଖରେ ରହିଛି।

ପ୍ରଥମ ଥର ପାଇଁ ଅଲ୍‌ଟ୍ରା ରିଚ୍ କ୍ଯାଟେଗୋରୀରେ ଥିବା ସମସ୍ତ ୧୫ ଧନୀଙ୍କ ସମ୍ପତ୍ତି ୧୦୦ ଆରବରୁ ଅଧିକ ହୋଇଛି। କସ୍‌ମେଟିକ କମ୍ପାନୀ ଲୋରିୟଲ ମାଲିକ ଫ୍ରାଙ୍କୋଇଜ୍ ବେଟେକୋର୍ଟ ମାୟର୍ସ, ଡେଲ୍ ଟେକ୍ନୋଲୋଜି ପ୍ରତିଷ୍ଠାତା ମାଇକେଲ ଡେଲ ଏବଂ ମେକ୍ସିକୋର ବିଲିୟନେୟାର କାର୍ଲୋସ ସ୍ଲିମ ମଧ୍ୟ ସାମିଲ ଏହି ତାଲିକାରେ ସାମିଲ୍ ହୋଇଛନ୍ତି। 

ଗତ କିଛି ମାସ ମଧ୍ୟରେ ଅନେକ ଥର ଏହି ବ୍ୟବାସାୟୀମାନଙ୍କର ସମ୍ପତ୍ତି ୧୦୦ ବିଲିୟନ ଡଲାରର ଆକଳନ ଅତିକ୍ରମ କରିଛି। ଡିସେମ୍ବରରେ ଫ୍ରାଙ୍କୋଇଜ୍ ବେଟାନକର୍ଟ ମାୟର୍ସ ପ୍ରଥମ ମହିଳା ବ୍ଯବସାୟୀ ଭାବେ ସେ ୧୦୧ ବିଲିୟନ ଡଲାର ସମ୍ପତ୍ତିର ମାଲିକାଣି ହୋଇଥିଲେ। ସେ ଏହି ଇଣ୍ଡେକ୍ସରେ ୧୪ ନମ୍ବରରେ ସ୍ଥାନରେ ରହିଛନ୍ତି। ମାଇକେଲ ଡେଲଙ୍କ ସମ୍ପତ୍ତି ୧୧୩ ବିଲିୟନ ଡଲାରରେ ପହଞ୍ଚିଛି। ସେ ଏକାଦଶ ସ୍ଥାନରେ ଅଛନ୍ତି। ୧୦୬ ବିଲିୟନ ଡ଼ଲାର ସହିତ କାର୍ଲୋସ୍ ସ୍ଲିମ୍ ମଧ୍ୟ ୧୩ ତମ ସ୍ଥାନରେ ଅଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.