ଟିମ୍ ଇଣ୍ଡିଆର ନୂଆ ଚେଜିଂ ମାଷ୍ଟର, ବିରାଟଙ୍କ ରେକର୍ଡ ଭାଙ୍ଗିଲେ ତିଲକ ବର୍ମା

NEWS7
using-blade-is-dangerous-for-health

ଧର୍ମଶାଳା, ୧୫/୧୨:ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତୃତୀୟ ଟି20ରେ ବିଜୟ ଲାଭ କରିଛି ଭାରତ । ପ୍ରଥମେ ବୋଲରଙ୍କ ଘାତକ ବୋଲିଂ ଆଗରେ ଆଣ୍ଠେଇଥିଲା ଭ୍ରମଣକାରୀ ଟିମ୍ । ଫଳରେ କମ୍ ରନର ଟାର୍ଗେଟକୁ ଟିମ୍ ଇଣ୍ଡିଆ ସହଜରେ ହାସଲ କରିନେଇଥିଲା ।

ମୁକାବିଲାରେ ଭାରତ ପକ୍ଷରୁ ସର୍ବାଧିକ ରନ୍ କରିଥିଲେ ଅଭିଷେକ ଶର୍ମା ଏବଂ ତିଲକ ବର୍ମା । ଅଭିଷେକ ଶୀଘ୍ର ଆଉଟ୍ ହୋଇଥିଲେ ବି ଶେଷ ଯାଏଁ ଅପରାଜେୟ ଥିଲେ ତିଲକ । ମୁକାବିଲା ପରେ ତାଙ୍କୁ ବିରାଟ କୋହଲିଙ୍କ ସହ ତୁଳନା କରାଯାଉଛି ।୨୩ବର୍ଷୀୟ ତିଲକ ରନ୍ ଚେଜିଂରେ ଟି୨୦ଫର୍ମାଟରେ ସବୁଠାରୁ ଅଧିକ ଆଭରେଜ୍ ଥିବା ଖେଳାଳି ହୋଇପାରିଛନ୍ତି । ଏହାସହ ଟିମ୍ ଇଣ୍ଡିଆର ଅନ୍ୟତମ ଭରସାଯୋଗ୍ୟ ବ୍ୟାଟର ହୋଇପାରିଛନ୍ତି ।

ତୃତୀୟ ଟି20ରେ ତିନି ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ ତିଲକ ବର୍ମା ।୩୪ବଲରୁ୨୫ରନ୍ କରି ଶେଷ ଯାଏଁ ଅପରାଜେୟ ରହିଥିଲେ । ଭାରତୀୟ ବିଜୟରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା । ଇନିଂସରେ ତିନୋଟି ଚଉକା ସାମିଲ ଥିଲା । ତେବେ ତାଙ୍କ ଇନିଂସ ସେତେ ବିସ୍ଫୋରକ ନଥିଲେ ବି୧୧୮ରନ୍ ଟାର୍ଗେଟ୍ କୁ ଚେଜ୍ କରିବାରେ ସଫଳ ହୋଇଥିଲାଟିମ୍

ତୃତୀୟ ଦିନିକିଆ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିଲକଙ୍କ ଆଭରେଜ୍ ହେଉଛି୭୦.୫୦। ଯାହା ଯେକୌଣସି ବିପକ୍ଷ ଟିମ୍ ବିରୋଧରେ ସର୍ବାଧିକ । ପୂର୍ବରୁ ଏହି ରେକର୍ଡ ବିରାଟ କୋହଲିଙ୍କ ନାଁରେ ରହିଥିଲା । ସେ ପାକିସ୍ତାନ ବିପକ୍ଷରେ୭୦.୨୮ଆଭରେଜରେ ରନ୍ କରିଥିଲେ । ସେହିପରି ରନ୍ ଚେଜିଂରେ ତିଲକଙ୍କ ଆଭରେଜ୍୬୮.୦ରହିଛି । ଯାହା ବିରାଟଙ୍କଠୁ ଅଧିକ । ବିରାଟଙ୍କ ଆଭରେଜ୍ ରହିଛି୬୭.। ଅର୍ଥାତ ଟି୨୦ରେ ବିରାଟଙ୍କୁ ହଟାଇ ତିଲକ ନୂଆ ଚେଜିଂ ମାଷ୍ଟର ହୋଇପାରିଛନ୍ତି ।

ତିନି ନମ୍ବର କ୍ରମରେ ବ୍ୟାଟିଂ ପାଇଁ ଆସିବା ପରେ ତିଲକଙ୍କ ଆଭରେଜ୍ ସୁଧୁରିଛି । ସେ ତିନି ନମ୍ବର ସ୍ଥାନରେ ବ୍ୟାଟିଂ ପାଇଁ ଆସି୧୪ଟି ଇନିଂସରୁ୪୬୮ରନ୍ ସଂଗ୍ରହ କରିଛନ୍ତି ।୧୬୦.୨୭ଷ୍ଟ୍ରାଇକ୍ ରେଟରେ ତାଙ୍କ ବ୍ୟାଟରୁ ରନ୍ ବାହାରିଛି । ଏଥିରେ ଦୁଇଟି ଶତକ ଏବଂ ଗୋଟିଏ ଅର୍ଧଶତକ ରହିଛି । ସେହିପରି ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ସିରିଜରେ ସେ ତିନୋଟି ମ୍ୟାଚରେ୧୧୩ରନ୍ କରିସାରିଛନ୍ତି । ଏଥିରେ ଗୋଟିଏ ଅର୍ଥଶତକ ରହିଛି ।

ଏହାଛଡା ଟି20 କ୍ୟାରିଅରରେ ସେ 39ଟି ମୁକାବିଲା ଖେଳିଛନ୍ତି । ଏଥିରେ ସେ୧୧୧୦ରନ୍ କରିଥିବା ବେଳେ ଆଭରେଜ୍ ରହିଛି୪୮.୨୬୨୩ବର୍ଷରେ ସେ ଦୁଇଟି ଶତକ ସହଟି ଅର୍ଧଶତକ ଲଗାଇ ସାରିଛନ୍ତି ।