Vinod Kumar Shukla Passed Away: ପ୍ରସିଦ୍ଧ ହିନ୍ଦୀ ସାହିତ୍ୟିକ, ଜ୍ଞାନପୀଠ ବିଜେତା ବିନୋଦ କୁମାର ଶୁକ୍ଲଙ୍କ ପରଲୋକ

NEWS7
uk-developed-corona-vaccine-which-will-be-tested-on-humans-from-thursday

ରାୟପୁରVinod Kumar Shukla Passed Away: ପ୍ରସିଦ୍ଧ ହିନ୍ଦୀ ସାହିତ୍ୟିକ ଏବଂ ଜ୍ଞାନପୀଠ ପୁରସ୍କାର ବିଜେତା ବିନୋଦ କୁମାର ଶୁକ୍ଲଙ୍କର ମଙ୍ଗଳବାର ୮୯ ବର୍ଷ ବୟସରେ ପରଲୋକ ହୋଇଛି। ସମକାଳନୀ ହିନ୍ଦୀ ସାହିତ୍ୟରେ ବିନୋଦ କୁମାର ଶୁକ୍ଲ ଜଣେ ଖୁବ୍ ପରିଚିତ ଚେହେରା। ଗତ କିଛିଦିନ ହେବ ଏହି ପ୍ରବୀଣ ଲେଖକ ଅସୁସ୍ଥ ଥିଲେ। ରାୟପୁର ଏମ୍ସରେ ତାଙ୍କର ଚିକିତ୍ସା ଚାଲିଥିଲା। ମଙ୍ଗଳବାର ତାଙ୍କର ବିୟୋଗ ହୋଇଥିବା ଏମ୍ସର ଡାକ୍ତରମାନେ ସୂଚନା ଦେଇଛନ୍ତି।

ଶୁକ୍ଲାଙ୍କୁ ପୂର୍ବରୁ ଗୁରୁତର ଅବସ୍ଥାରେ ରାୟପୁର ଏମ୍ସର କ୍ରିଟିକାଲ୍ କେୟାର ୟୁନିଟରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ୍ ଦ୍ୱାରା ଜାରି କରାଯାଇଥିବା ମେଡିକାଲ୍ ବୁଲେଟିନ୍ ଅନୁଯାୟୀ, ସେ ଏକ ଗମ୍ଭୀର ଶ୍ୱାସକ୍ରିୟା ରୋଗରେ ପୀଡିତ ଥିଲେ ଏବଂ ଇଣ୍ଟରଷ୍ଟିସିଆଲ୍ ଫୁସଫୁସ ରୋଗ (ILD)ର ପିଡ଼ିତ ଥିଲେ। ଟାଇପ୍-୨ ମଧୁମେହ ମେଲିଟସ୍ ଏବଂ ଉଚ୍ଚ ରକ୍ତଚାପ ସମେତ ଏକାଧିକ ରୋଗ ଯୋଗୁ ତାଙ୍କ ଅବସ୍ଥା ଆହୁରି ଜଟିଳ ହୋଇ ପଡ଼ିଥିଲା।

ଡାକ୍ତରଙ୍କ ସୂଚନା ଅନୁସାରେ, ଶୁକ୍ଲ ଗୁରୁତର ନିମୋନିଆ ପାଇଁ ଚିକିତ୍ସିତ ହେଉଥିଲେ। ଏଥିସହିତ ତାଙ୍କର ପ୍ଲୁରାଲ ଇଫ୍ୟୁଜନ ଏବଂ ସିଷ୍ଟମିକ୍ ସଂକ୍ରମଣ ମଧ୍ୟ ଥିଲା। ସେ ମୁଖ କ୍ୟାଣ୍ଡିଡାଇସିସ୍(oral candidiasis) ପାଇଁ ମଧ୍ୟ ଚିକିତ୍ସିତ ହେଉଥିଲେ। ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା।