ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ, ରୁମ୍‌ରେ ରହୁଥିବା ଝିଅ ସାଙ୍ଗ ଫେରାର

Published By : Prameya-News7 Bureau | May 04, 2024 IST

ଭୁବନେଶ୍ୱର ୦୪।୦୫ : ରାଜଧାନୀରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ । ଝୁଲନ୍ତା ଅବସ୍ଥାରେ ଠାବ ହୋଇଛି ମୃତଦେହ । ଭୁବନେଶ୍ୱର ଭରତପୁର ଥାନା ଅଧିନ ଏକ ବସ୍ତିରେ ଘଟିଛି ଏହି ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ଖବର ଅନୁଯାୟୀ, ଭରତପୁର ଥାନା ଅଧିନ ଏକ ବସ୍ତିରେ ଯୁବତୀ ବିଷ୍ଣୁପ୍ରିୟା ରାଉତ ରହୁଥିଲେ । ତାଙ୍କ ସହିତ ଆଉ ଜଣେ ଯୁବତୀ ମଧ୍ୟ ଭଡ଼ାରେ ରହୁଥିଲେ । ଶୁକ୍ରବାର ରାତିରେ ସେ ଘର ଭିତରକୁ ତାଙ୍କର ମୃତଦେହ ଠାବ ହୋଇଥିଲା ।ଗୁରୁବାର ଠାରୁ ଯୁବତୀଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ତେବେ ବିଷ୍ଣୁପ୍ରିୟାଙ୍କ  ମୃତ୍ୟୁ ପରେ ତାଙ୍କ ସହିତ ରହୁଥିବା ଯୁବତୀ ଜଣଙ୍କ ଫେରାର ରହିଥିବା ଅଭିଯୋଗ ହୋଇଛି । 

ସେପଟେ ପରିବାର ପକ୍ଷରୁ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଏନେଇ ସ୍ଥାନୀୟ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହାସହ ସାଇଣ୍ଟିଫିକ୍‌ ଟିମ୍‌ର ମଧ୍ୟ ସହଯୋଗ ନେଇଛି ପୋଲିସ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.