କାମ ସାରି ଫେରୁଥିଲେ ସ୍ୱାମୀ-ସ୍ତ୍ରୀ, ଅଧାରାସ୍ତାରେ ଛକି ବସିଥିଲେ ଯୌନ ପିଶାଚ !

Published By : Prameya-News7 Bureau | May 06, 2024 IST

ନୀଳଗିରି ୦୬।୦୫ : ଅନ୍ଧାର ରାତିରେ କାମ ସାରି ଘରକୁ ଫେରୁଥିଲେ ଦମ୍ପତ୍ତି । ହେଲେ ଯୌନ ପିପାଶୁ ଟେକି ନେଇ ସ୍ୱାମୀ ଆଗରେ କରିଲେ ଗଣଦୁଷ୍କର୍ମ । ଆଉ ଭିଡିଓ ଫୁଟେଜ ରେକର୍ଡ କରି ଭାଇରାଲ କରିବାକୁ ଧମକ ଦେଇଥିବା ଅଭିଯୋଗ ମଧ୍ୟ ହୋଇଛି । ଶେଷରେ ଦୁଇ ଅଭିଯୁକ୍ତଙ୍କୁ କାବୁ କରି ଗ୍ରାମବାସୀ ମାଡ଼ ମାରିବା ସହ ତିନି ଜଣ ଫେରାର ହୋଇଥିବା ଜଣାପଡିଛି । ବାଲେଶ୍ୱର ଜିଲ୍ଲା ବରମପୁର ଥାନା ଅଞ୍ଚଳରୁ ଆସିଛି ଏପରି ଘଟଣା ।

ଖବର ଅନୁଯାୟୀ, ନୀଳଗିରି ଥାନା ଅଧିନ ବରମପୁର ଥାନା ଅଞ୍ଚଳରେ ଥିବା ଧୂପ କାରଖାନା ପାଖରେ ଅନ୍ୟ ଅଞ୍ଚଳର ଦମ୍ପତି କାମ ସାରି ଘରକୁ ଫେରୁଥିଲେ। ପୂର୍ବରୁ ଅନ୍ଧାର ରାତିରେ ବସିଥିବା ନରଣପୁର ଅଞ୍ଚଳର କିଛି ଯୌନପିପାଶୁ ଜଗି ରହିଥିଲେ। ରାସ୍ତାରେ ଦମ୍ପତିଙ୍କୁ ଅଟକାଇ ମହିଳାଙ୍କୁ ଜଙ୍ଗଲ ମଧ୍ୟକୁ ଟେକିନେଇଥିଲେ। ସ୍ୱାମୀ ପ୍ରତିବାଦ କରିବାରୁ ତାଙ୍କୁ ମାଡ଼ ମାରିଥିଲେ। ୫ ଜଣ ଯୁବକ ଅତି ଅମାନୁଷିକ ଭାବେ ଦୁଷ୍କର୍ମ କରିଥିବାର ଅଭିଯୋଗ ଉଠିଛି। ଏପରିକି ସ୍ୱାମୀ ସହିତ ସ୍ତ୍ରୀର ଉଲଗ୍ନ ଭିଡିଓ ରେକଡ଼ିଂ କରି ଭାଇରାଲ କରିବେ ବୋଲି ଧମକ ମଧ୍ୟ ଦେଇଥିଲେ। ଶେଷରେ କୌଶଳ କ୍ରମେ ଉଭୟ ଦମ୍ପତ୍ତି ଖସିଆସିବା ପରେ ଗାଁ ମୁଣ୍ଡରେ କହିଥିଲେ। ପରେ ଗ୍ରାମବାସୀ ମିଳିତ ଭାବେ ଜଙ୍ଗଲରେ ଖୋଜିବା ପରେ ଦୁଇ ଯୁବକଙ୍କୁ କାବୁ କରିଥିଲେ। ଆଉ ତିନିଜଣ ଘଟଣାସ୍ଥଳରୁ ଖସି ପଳାଇ ଯାଇଥିବା ବେଳେ ଦୁଇ ଯୁବକଙ୍କୁ ଗାଁକୁ ଆଣି ବାନ୍ଧି ମାଡ଼ ମାରିଥିଲେ। 

ତେବେ ଅନ୍ୟ ଯୁବକଙ୍କ ଭିତରୁ ଧୂପ କାରଖାନାର ଜଣେ ସିକ୍ୟୁରିଟି ସାମିଲ ଥିବା ଜଣାପଡିଛି। ଅଟକ ଯୁବକ ମାନେ ଦମ୍ପତି ଭିଡିଓ କରିଥିବା କହିଛନ୍ତି। ହେଲେ ସ୍ତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ସ୍ୱାମୀ। ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ବେଳେ ଘଟଣାସ୍ଥଳରେ ଅଯୋଧ୍ୟା ଫାଣ୍ଡିରୁ ପୋଲିସ ପହଁଚି ଯୁବକଙ୍କୁ ଉଦ୍ଧାର କରି ଅଟକ ରଖିଛନ୍ତି। ତଦନ୍ତ ପରେ ପ୍ରକୃତ ସତ ପଦାକୁ ଆସିବ ବୋଲି ଜଣାପଡିଛି। ସେହିପରି ବରମପୁର ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି ଦମ୍ପତି ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.