Live Live
LIVE

ବରଯାତ୍ରୀରେ ଆସିଥିଲେ ଦୁଇ ଭାଇ , ହଣାକଟାରେ ଜଣେ ମୃତ, ଆଉ ଜଣେ ଗୁରୁତର

NEWS7
todays-prediction-187

ବୌଦ୍ଧ ୦୯।୦୩ : ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା କାଶଲପୁର ଗାଁରେ ଅଭାବନୀୟ ଘଟଣ । ଗାଁକୁ ଆସିଥିବା ବରଯାତ୍ରୀରେ ଥିବା ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ । ଘଟଣାସ୍ଥଳର ଜଣଙ୍କର ମୃତ୍ୟୁ ହୋଇଥିବା ଆଉ ଜଣେ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏ ଖବର ବି ପଢନ୍ତୁ:-ଟଙ୍କା ପାଇଁ ପୁତୁରାକୁ ବି ମାରିବାକୁ ପଛାଇଲା ନାହିଁ ଦାଦା, ହତ୍ୟା ପରେ ରଚିଥିଲା ଅପହରଣର ନାଟକ

ଖବର ଅନୁଯାୟୀ, ମୁଣ୍ଡାପଡ଼ା ଗ୍ରାମର ବାସୁଦେବ ଝାଙ୍କର ଝାରସୁଗୁଡ଼ା ଠାରେ ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ। କିଛି ଦିନ ତଳେ ସେ ନିଜ ଗ୍ରାମକୁ ଆସିଥିଲେ। ରବିବାର ରାତିରେ ବାସୁଦେବ ଓ ତାଙ୍କ ସମ୍ପର୍କୀୟ ଭାଇ ଶାନ୍ତନୁ ଝାଙ୍କରଙ୍କୁ କିଛି ଲୋକ ସଙ୍ଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଫଳରେ ବାସୁଦେବଙ୍କ ମୃତ୍ୟୁ ହୋଇଥିବା ବେଳେ ଶାନ୍ତନୁ ଗୁରୁତର ହୋଇଛନ୍ତି। ତାଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ବୌଦ୍ଧ ପୋଲିସ ଘଟଣା ସ୍ଥଳରେ ପହଁଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ଏ ଖବର ବି ପଢନ୍ତୁ:- ଘରେ ବସି ଫାଇନାଲ ମ୍ୟାଚ୍ ଦେଖୁଥିଲେ, ଫୋନ୍ କରି ଡାକିଲେ, ଧାରୁଆ ଅସ୍ତ୍ରରେ ମାରିଦେଲେ

ସେପଟେ ଖବର ପାଇ ବୌଦ୍ଧ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହାସହ ଘଟଣାରେ ଅଧିକ ଛାନ୍ଭିନ୍ ଜାରି ରଖିଛି। ତେବେ ଏହି ହତ୍ୟାକାଣ୍ଡ କାହିଁକି ଓ କେମିତି ଘଟିଲା । ସେନେଇ ତଦନ୍ତ ଜାରି ରହିଛି ।