ଜାଣନ୍ତୁ ତେହେରାନ ତରଳ ସୁନାର ରସାୟନ ବିଜ୍ଞାନ

NEWS7
the-epidemic-is-back-the-crisis-is-back-last-years-picture-is-fresh

  • ଇରାନୀ ତୈଳରେ ରହିଛି କ’ଣ? ଏହାର କାରଣ ରାଜନୀତିରେ ନୁହେଁ ରହିଛି ରସାୟନ ବିଜ୍ଞାନରେ
  • ଇରାନୀ ତୈଳର ୭୦% ସିଧା ପ୍ରିମିୟମ ଇନ୍ଧନରେ ବଦଳି ପାରୁଛି
  • ଆମେରିକା ସେଲ ଅଏଲରୁ ବହୁତ ଅଧିକ ‘ନାପଥା’ ଉତ୍ପାଦିତ ହୋଇଥାଏ ଓ ଏଥିରୁ ଡିଜେଲ ଏବଂ ଜେଟ୍ ଫୁଏଲ କମ ମିଳିଥାଏ

ନୂଆଦିଲ୍ଲୀ ୧୪।୩: ଇରାନ ତୈଳର କ୍ୱାଲିଟି ଏତେ ଅନନ୍ୟ ଯେ ରିଫାଇନାରୀଙ୍କ ଲାଗି ଏହାକୁ ଛାଡିବା ବୈଷୟିକ ଓ ଆର୍ଥିକ ଆତ୍ମହତ୍ୟା ଭଳି ହୋଇପାରେ। ଯେତେବେଳେ ବି ଆପଣ ଆପଣଙ୍କ କାରରେ ପେଟ୍ରୋଲ ପକାନ୍ତି କି କୌଣସି ବିମାନରେ ଯାତ୍ରା କରନ୍ତି ଏହି ଯାତ୍ରା ପଛରେ ରିଫାଇନାରୀ ଇଞ୍ଜିନିୟରଙ୍କ ପରିଶ୍ରମ ଓ ଗଣିତ ଲୁଚି ରହିଥାଏ। ଦୀର୍ଘ ଦଶନ୍ଧୀ ହେଲା ବିଶ୍ୱର ଇଞ୍ଜିନିୟର ହୁଅନ୍ତୁ ଅଥବା ବିରୋଧୀ ଦେଶ କିମ୍ବା କଡ଼ା କଟକଣା ସମୟ ସମସ୍ତେ ଇରାନ ତୈଳକୁ ବାଛି ଆସିଛନ୍ତି। ଏଣୁ ଏଥିରେ ପ୍ରଶ୍ନ ଉଠିବା ସ୍ୱଭାବିକ ଏହି ତୈଳରେ ରହିଛି କ’ଣ? ଏହାର କାରଣ ରାଜନୀତିରେ ନୁହେଁ ରହିଛି ରସାୟନ ବିଜ୍ଞାନରେ।

କଣ ଏହି ରହସ୍ୟ?
ଅଶୋଧିତ ତୈଳ ସାମାନ୍ୟ ତରଳ ନୁହେଁ, ବରଂ ଏହା ହଜାର ହଜାର ହାଇଡ୍ରୋ କାର୍ବନ ଅଣୁଙ୍କ ମିଶ୍ରଣ। ଏଥିରେ କାର୍ବନ ଓ ହାଇଡ୍ରୋଜନ ପରମାଣୁର ଶୃଙ୍ଖଳା ରହିଥାଏ। ଏଥିରେ ଛୋଟ ଶୃଙ୍ଖଳା ହାଲୁକା ହୋଇଥାଏ ଓ ଏଥିରୁ ମହଙ୍ଗା ପେଟ୍ରୋଲ ଜେଟ୍ ଫୁଏଲ ତିଆରି ହୋଇଥାଏ। ଏଥିରେ ଦୀର୍ଘ ଓ ଭାରି ଶୃଙ୍ଖଳାରୁ ଶସ୍ତା ପିଚୁ ଭଳି ଉତ୍ପାଦ ମିଳିଥାଏ। ଇରାନର ଅଶୋଧିତ ତୈଳ ରସାୟନିକ ରୂପେ ଏକ ଏପରି ‘ସ୍ୱିଟ ସ୍ପଟ’ରେ ରହିଛି ଯାହାକୁ ବଦଳାଇବା ବିଶ୍ୱର ବଡ଼ରୁ ବଡ଼ ରିଫାଇନାରୀଙ୍କ ପାଇଁ ଦୁଃସ୍ୱପ୍ନ ପ୍ରମାଣିତ ହୋଇପାରେ।

ଏପିଆଇ ଗ୍ରାଭିଟି ଓ ସନ୍ତୁଳିତ ସଲଫରର ଯାଦୁ
କୌଣସି ତୈଳର କ୍ୱାଲିଟିକୁ ଦୁଇଟି ଉପାୟରେ ମପାଯାଇଥାଏ। ଏଥିରେ ଘନତ୍ୱ ବା ଏପିଆଇ ଓ ଏଥିରେ ଥିବା ସଲଫରର ମାତ୍ରା। ଏଥିରେ ଉପଯୁକ୍ତ ଘନତ୍ୱ ହିଁ ସବୁଠୁ ବଡ଼ କଥା। ପାଣିର ଘନତ୍ୱ ବା ଏପିଆଇ ୧୦ ଥାଏ। ଏଥିରେ ଇରାନୀ ଲାଇଟ କ୍ରୁଡର ଏପିଆଇ ଗ୍ରାଭିଟି ୩୩ରୁ ୩୬ ମଧ୍ୟରେ ରହିଥାଏ। ଏହା ଅଶୋଧିତ ତୈଳକୁ ‘ମିଡିୟମ’ ଓ ‘ଲାଇଟ୍’ ସୀମାରେ ରଖି ଥାଏ, ଯାହା ସାରା ବିଶ୍ୱର ରିଫାଇନାରୀଙ୍କ ଲାଗି ଏକ ପସନ୍ଦର ଶ୍ରେଣୀ।

ସୋଧନ ଲାଗି ହୁଏ ସ୍ୱଳ୍ପ ବ୍ୟୟ
ଇରାନ ତୈଳରେ ସଲଫରର ମାତ୍ରା ମାତ୍ର ୧.୩୬ରୁ ୧.୫% ମଧ୍ୟରେ ଥାଏ। ସଲଫର ହଟାଇବା ପ୍ରକ୍ରିୟା (ହାଇଡ୍ରୋଡିସଲଫରାଇଜେସନ) ୪୫୦ ଡିଗ୍ରି ତାପମାତ୍ରା ଓ ଭାରି ଚାପ ମଧ୍ୟରେ ହୋଇଥାଏ। ଇରାନୀ ତୈଳରେ ସଲଫରର ମାତ୍ରା ଏତେ ସନ୍ତୁଳିତ ଯେ ଏହାକୁ ସଫା କରିବା ପାଇଁ ଏସିଆର ମଧ୍ୟୟମ ସ୍ତରର ରିଫାଇନାରୀଙ୍କୁ ମୋଟା ନିବେଶ ଆବଶ୍ୟକତା ପଡେନି।

୭୦%ର ଗୋଲ୍ଡେନ ୟିଲ୍ଡ
ଇରାନୀ ଲାଇଟ୍ କ୍ରୁଡର ସବୁଠୁ ବଡ଼ ଶକ୍ତି ଏହାର ‘ଡିଷ୍ଟିଲେସନ ୟିଲ୍ଡ’। ଏହି ତୈଳର ଏକ ବ୍ୟାରେଲର ୨୦% ହାଲୁକା ଅଂଶରୁ ପେଟ୍ରୋଲ ଆଦି ଉତ୍ପାଦିତ ହୋଇ ପାରୁଥିବା ବେଳେ ୫୦%ରୁ ଡିଜେଲ, ଜେଟ୍ ଫୁଏଲ ଭଳି ତାପଜ ଅଏଲ ଉତ୍ପାଦିତ ହୁଏ। ଏହାର ଅର୍ଥ ହେଉଛି ୧ ବ୍ୟାରେଲ ଇରାନୀ ତୈଳର ୭୦% ସିଧା ପ୍ରିମିୟମ ଇନ୍ଧନରେ ବଦଳି ପାରୁଛି। ରିଫାଇନାରୀ ଇଞ୍ଜିନିୟରଙ୍କ ଲାଗି ଏହି କନଭର୍ସନ ହାର ସବୁଠୁ ଲାଭଜନକ ହୋଇଥାଏ। ଯଦି ଏହି ତୈଳ ସପ୍ଲାଇ ବନ୍ଦ ହୁଏ ରିଫାଇନାରୀଙ୍କ କାର୍ଯ୍ୟକ୍ଷମତା ଓ ଲାଭ ଉଭୟ ହ୍ରାସ ହେବ।

ଆମେରିକା ଓ ଭେନେଜୁଏଲା କାହିଁକି ଦେଇ ପାରିବେନି ବିକଳ୍ପ?
ପ୍ରାୟତଃ ପ୍ରଶ୍ନ ଉଠିଥାଏ ଚୀନ୍ ଓ ଭାରତ ଭଳି ଦେଶ ଆମେରିକାର ସେଲ ଅଏଲ ଅଥବା ଭେନେଜୁଏଲାର ତୈଳକୁ କାହିଁକି ସିଫ୍ଟ ହେଉ ନାହାନ୍ତି? ଏହାର ଜବାବ ମଧ୍ୟ ରସାୟନ ବିଜ୍ଞାନରେ ରହିଛି। ଆମେରିକୀୟ ତୈଳ ବହୁତ ହାଲୁକା ଏହାର ଏପିଆଇ ୩୯ ଉପରେ ଥାଏ। ଏହା ଶୁଣିବାକୁ ଭଲ ଲାଗୁଥାଇପାରେ ହେଲେ ଏଥିରୁ ବହୁତ ଅଧିକ ‘ନାପଥା’ ଉତ୍ପାଦିତ ହୋଇଥାଏ ଓ ଏଥିରୁ ଡିଜେଲ ଏବଂ ଜେଟ୍ ଫୁଏଲ କମ ମିଳିଥାଏ। ମିଡିୟମ ଗ୍ରେଡ ଲାଗି ନିର୍ମିତ ରିଫାଇନାରୀ ଏହାକୁ ସୋଧନ କରି ନିଜର କୁଶଳତା ହରାଇଥାନ୍ତି।

ସେହିପରି ଭେନେଜୁଏଲା ତୈଳ ବହୁତ ଭାରି। ଏହାର ଏପିଆଇ ୮ରୁ ୧୦ ମଧ୍ୟରେ। ଏହା ପାଇପରେ ସହଜରେ ବହେ ନାହିଁ। ଏହାକୁ ରିଫାଇନ କରିବା ପାଇଁ କୋକର ଓ ହାଇଡ୍ରୋ କ୍ରାକର ୟୁନିଟ୍ ଆବଶ୍ୟକ ପଡିଥାଏ। ଏହା ବେଶ୍ ବ୍ୟୟ ବହୁଳ। ଏଥି ପାଇଁ ଇରାନୀ ତୈଳର ଚାହିଦା ବିଶ୍ୱରେ ସର୍ବାଧିକ।