୧୦ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ, ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ନୃଶଂସ ସ୍ୱାମୀ !

NEWS7
test-match-1st-day-news

କଣ୍ଟାବାଞ୍ଜି ୧୮।୨: ସଇତାନ ସ୍ୱାମୀର ଉନ୍ମତ୍ତକାଣ୍ଡ । ୧୦ ବର୍ଷର ବୈବାହିକ ସମ୍ପର୍କ ହେଲା ତୁଚ୍ଛ । ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ । ବଲାଙ୍ଗିର ସିନ୍ଧେକେଲା ଥାନା ଜାମପଡା ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜାମପଡା ଗାଁର ବୈଶାଖୁ ରଣା ନିଜ ସ୍ତ୍ରୀଙ୍କୁ ମଙ୍ଗଳବାର ରାତିରେ ତଣ୍ଟି ଚିପି ହତ୍ୟା କରିଥିବା ଅଭଯୋଗ କରିଛନ୍ତି ମୃତ ମହିଳାଙ୍କ ବାପା ।

ଏ ଖବର ବି ପଢ଼ନ୍ତୁ:- ବ୍ରିଜ୍‌ରେ ଚଢ଼ି କାନ୍ଦି କାନ୍ଦି ଫୋନ୍ କରୁଥିଲେ, ଯିଏ ଯେତେ ଡାକିଲେ ଶୁଣିଲେନି : ଲୋକଙ୍କ ଆଖି ଆଗରେ ଡେଇଁପଡ଼ିଲେ

ସୂଚନାଯୋଗ୍ୟ ଯେ, ଗତ କିଛି ବର୍ଷ ହେଲା ବଲାଙ୍ଗିର ସିନ୍ଧେକେଲା ଥାନା ଜାମପଡା ଗାଁରେ ବୈଶାଖୁ ରଣା ଏବଂ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଲାଗିରହୁଥିଲା । ଏପରିକି ବିଭିନ୍ନ ସମୟରେ ମଦ୍ୟପାନ କରି ସ୍ତ୍ରୀକୁ ମାଡ଼ ମାରୁଥିଲା । ମଙ୍ଗଳବାର ରାତିରେ ସ୍ତ୍ରୀକୁ ହତ୍ୟା କରିଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଖବର ପାଇ ସିନ୍ଧେକେଲା ପୋଲିସ ଓ ଟିଟିଲାଗଡ଼ ଏସ୍ଡ଼ିପିଓ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ।

ଏ ଖବର ବି ପଢ଼ନ୍ତୁ:- ସ୍ବାମୀ ନା ରାକ୍ଷସ ! ସ୍ତ୍ରୀ ଦେହରେ ନିଆଁ ଲଗାଉଥିଲା, ପୋଡ଼ିଗଲେ ଶାଶୁ-ଶ୍ବଶୁର-ଶଳା

ସ୍ତ୍ରୀକୁ ହତ୍ୟା କରି ଜଣଙ୍କ ଘରେ ଲୁଚି ରହିଥିବା ବେଳେ ସ୍ବାମୀ ବୈଶାଖୁ ରଣାକୁ ପୋଲିସ ଅଟକ ରଖି ଅଧିକ ତଦନ୍ତ କରୁଛି । ୧୦ ବର୍ଷ ପୂର୍ବରୁ ରଜାମରା ଗ୍ରାମରେ ବିବାହ କରିଥିଲେ ବୈଶାଖୁ । ଉଭୟଙ୍କ ଦୁଇ ପୁଅ ରହିଥିବା ବେଳେ ଅନ୍ୟ ଗାଁରେ ଥିବା ସମ୍ପର୍କୀୟଙ୍କ ଘରେ ରହୁଥିଲେ । ଏହାର ସୁଯୋଗ ନେଇ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି ।