୪ରୁ ୬ଡିଗ୍ରୀ ବଢ଼ିବ ପାରଦ, ରାଜ୍ୟରେ ୪୮ ଡିଗ୍ରୀ ଛୁଇଁପାରେ ତାପମାତ୍ରା

Published By : Prameya-News7 Bureau | April 24, 2024 IST

ଭୁବନେଶ୍ୱର ୨୪।୦୪ : ଝାଞ୍ଜି ଖରାରୁ ନାହିଁ ନିସ୍ତାର। ଆହୁରି ୪ରୁ ୬ଡିଗ୍ରୀ ବଢ଼ିଯିବ ଦିନ ତାପମାତ୍ରା। ମେ ୧ ତାରିଖ ବେଳକୁ ତାତି ୪୮ ଡିଗ୍ରୀ ସେଲସିୟସ ଛୁଇଁଯିବା ସମ୍ଭାବନା ରହିଛି । ଟକମକ ଫୁଟିବ ସାରା ରାଜ୍ୟ । 

ଗତ ୧୦ ଦିନ ଧରି ଲାଗି ରହିଛି ଅବିରତ ଅଗ୍ନିବର୍ଷା । ପଶ୍ଚିମ ଓଡ଼ିଶାରେ କାଳବୈଶାଖୀ ସାମୟିକ ଆଶ୍ବସ୍ତି ଆଣିଥିଲା। ହେଲେ ପୁଣି ବଢ଼ିବ ତାତି । କେବେ କମିବ ଏ ଭୟଙ୍କର ସ୍ଥିତି ସେନେଇ କୌଣସି ନିର୍ଦ୍ଦିଷ୍ଟ ଆଭାସ ମିଳୁନାହିଁ । ଆକାଶରେ ମେଘର ଚିହ୍ନବର୍ଣ୍ଣ ନାହିଁ । ତତଲା ହାଓ୍ବା ଜାଳି ପୋଡି ଦେଉଛି। ଉତ୍ତର ଓ ଉତ୍ତର ପଶ୍ଚିମ ଆଡୁ ଶୁଷ୍କ ବାୟୁ ପ୍ରବେଶ କରୁଥିବାରୁ ଏହା ପ୍ରଭାବରେ ଗରମ ଅଧିକ ଅନୁଭୂତ ହେଉଛି । 

ତେବେ ପ୍ରଚଣ୍ଡ ତାତି ଯୋଗୁ ରାଜ୍ୟରେ ଅଶୁଂଘାତ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି । ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ୨୨ ତାରିଖ ସୁଦ୍ଧା ୧୬ ଜିଲ୍ଲାରୁ ୧୨୪ ଜଣ ଅଶୁଂଘାତର ଶିକାର ହୋଇ ହସ୍ପିଟାଲକୁ ଆସିଛନ୍ତି । ଏଥିରୁ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି। ଗତକାଲି ୧୮ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା ।

  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.