ଦୁଇ ଦିନ ପରେ ରାଜ୍ୟରେ କାଳବୈଶାଖୀ, ୩ରୁ ୫ଡ଼ିଗ୍ରୀ ଯାଏଁ ତାପମାତ୍ରାରେ ହ୍ରାସ ସମ୍ଭାବନା

Published By : Prameya-News7 Bureau | May 04, 2024 IST

ଭୁବନେଶ୍ବର ୪।୫: କମିବ ଦିନର ତାତି । ଗ୍ରୀଷ୍ମ ପ୍ରବାହରୁ ମିଳିବ ଆଶ୍ବସ୍ତି । ଆଗାମୀ ଦୁଇ ଦିନ ପରେ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି । କାଳବୈଶାଖୀ ପ୍ରଭାବରେ ୩ ରୁ ୫ ଡ଼ିଗ୍ରୀ ଯାଏଁ ତାପମାତ୍ରାରେ ହ୍ରାସ ଘଟିବା ସମ୍ଭାବନା ରହିଛି ।



ତେବେ ଆଗାମୀ ୨୪ ଘଣ୍ଟାରେ ଉପକୂଳ ସମେତ କିଛି ପାର୍ଶ୍ଵବର୍ତ୍ତୀ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।



ପାଣିପାଗ ବିଭାଗର ଆକଳନ ଅନୁଯାୟୀ,  ୪ରେ ଭୁବନେଶ୍ୱର, କଟକ, କେନ୍ଦ୍ରାପଡ଼ା, ଚାନ୍ଦବାଲି, ଜଗତସିଂହପୁର, ପାରାଦୀପ, ପୁରୀ, ଖୋର୍ଦ୍ଧାରେ ତାତି ୪୦ ଡିଗ୍ରୀ ତଳେ ରହିବ । ଖୋର୍ଦ୍ଧା ଓ ଜଗତସିଂହପୁରରେ ତାତି ୩୮ ଡିଗ୍ରୀ ରହିପାରେ । ପୁରୀ ଓ ପାରାଦୀପରେ ୩୪ ଡିଗ୍ରୀକୁ ଖସି ଆସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୪ ତାରିଖ ପରେ ବଙ୍ଗୋପସାଗରରୁ ବହୁଥିବା ଆଣ୍ଟି ସାଇକ୍ଲୋନିକ୍‌ ସାର୍କୁଲେସନ୍‌ର ପ୍ରଭାବ କମିଯିବ । ୬ରୁ ପବନର ଦିଗ ବଦଳିବ । ଦକ୍ଷିଣରୁ ଆରବସାଗରୀୟ ପବନ ଓ ପରେ ରାଜ୍ୟକୁ ବଙ୍ଗୋପସାଗରୀୟ ପବନ ବହିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

ତେବେ ୬ ତାରିଖରୁ ରାଜ୍ୟର ସବୁ ଅଞ୍ଚଳରୁ ତାତି ଖସିବା ଆରମ୍ଭ ହେବ ବୋଲି ପାଣିପାଗ ବିଭାଗ କହିଛି । କିଛି ସ୍ଥାନରେ ତାତି ୩ରୁ ୪ ଡିଗ୍ରୀ କମିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ୪ରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଜାରି ରହିବ । ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ, ବଲାଙ୍ଗୀର, ସୋନପୁର, ସମ୍ବଲପୁର ଓ ଝାରସୁଗୁଡ଼ାରେ ଗ୍ରୀଷ୍ମପ୍ରବାହ ବହିବ । ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟର କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ  ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

୫ରେ ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ଗ୍ରୀଷ୍ମପ୍ରବାହ ବହିବ । ଅନ୍ୟ ସ୍ଥାନରେ ବିଶେଷ ତତଲା ଅନୁଭୂତ ହେବନି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା ଓ କୋରାପୁଟରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୬ରୁ ଗ୍ରୀଷ୍ମପ୍ରବାହ ଉଭେଇ ଯିବ । ରାଜ୍ୟର ସବୁ ସ୍ଥାନରୁ ତାତି କମିବ । ଦକ୍ଷିଣ ଉପକୂଳ ଓଡ଼ିଶା ଓ ଉତ୍ତର ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ହେବା ସହ ୪୦ରୁ ୫୦ କିମି ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ ଦେଇଛି ।

You Can Read :

ତାତିରୁ ମିଳିବ ଆଶ୍ୱସ୍ତି, ଶନିବାରଠୁ ପୁଣି ଖସିବ ପାରଦ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.