ଦୁଇ ଦିନ ପ୍ରବଳ ଝଡ଼ ବର୍ଷା ସମ୍ଭାବନା, ମତ୍ସ୍ୟଜୀବୀଙ୍କୁ ସତର୍କତା ଜାରି କଲା ପାଣିପାଗ ବିଭାଗ

Published By : Prameya-News7 Bureau | May 05, 2024 IST

ଭୁବନେଶ୍ବର ୫।୫: ଆସନ୍ତା ୬ ଓ ୮ ତାରିଖରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା । ଦୁଇ ଦିନ ପ୍ରବଳ ଝଡ଼ ବର୍ଷା ନେଇ ମତ୍ସ୍ୟଜୀବୀଙ୍କୁ ସତର୍କତା ଜାରି କରାଯାଇଛି । ୬ ଓ ୮ ତାରିଖ ଦୁଇ ଦିନ ସମୁଦ୍ରକୁ ନଯିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ଉତ୍ତର ଓଡ଼ିଶା ଉପକୂଳରେ ଝଡ଼ ବର୍ଷା ନେଇ ସତର୍କତା ଜାରି କରାଯାଇଛି । ୪୦ରୁ ୫୦ କି.ମି. ବେଗରେ ପବନ ସହ ବଡ଼ ଜୁଆର ଆସିବାର ସମ୍ଭାବନା ରହିଛି ।

ସେପଟେ ଏହାକୁ ନେଇ ପାରାଦୀପ ଅଞ୍ଚଳର ମତ୍ସ୍ୟଜୀବୀ ମାନେ ବସବାସ କରୁଥିବା ଅଞ୍ଚଳ ନେହେରୁବଙ୍ଗଳା, ବାଲିପ୍ଲଟ, ନୂଆବଜ଼ାର ଓ ଷଣ୍ଢକୁଦ ଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ଡକାବାଜି ଯନ୍ତ୍ର ସହାୟତାରେ ସତର୍କ ସୂଚନା ଜାରି କରାଯାଇଛି l ୫ ତାରିଖ ଠାରୁ ୮ ତାରିଖ ମଧ୍ୟରେ ତିନିଦିନ ଧରି ସମୁଦ୍ର ଅଶାନ୍ତ ରହିବା କାରଣରୁ ମତ୍ସ୍ୟଜୀବୀ ମାନେ ସମୁଦ୍ର ମଧ୍ୟରେ ମାଛ ଧରିବାକୁ ବାରଣ କରାଯିବା ସହିତ ସେମାନଙ୍କ ଯନ୍ତ୍ର ଚଳିତ ଡ଼ଙ୍ଗା ଓ ବୋଟ୍ ଗୁଡିକୁ ଉଚ୍ଚ ସ୍ଥାନକୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି  l

You Can Read :




  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.