ବୌଦ୍ଧରେ ଶିଖର ଛୁଇଁଲା ତାତି, ୪୫.୨ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ରେକର୍ଡ

Published By : Prameya-News7 Bureau | April 20, 2024 IST

ଭୁବନେଶ୍ବର ୨୦।୪: ସାରା  ଓଡ଼ିଶାରେ ପ୍ରଚଣ୍ଡ ରୌଦ୍ରତାପ । ଆକାଶରୁ  ଅଗ୍ନିବର୍ଷା ହେଉଛି । କ୍ରମାଗତ  ଭାବେ  ୭ଦିନ  ହେବ   ଗ୍ରୀଷ୍ମ  ଲହରୀ  ରାଜ୍ୟରେ   ଜାରି  ରହିଛି । ଆଜି ବି ଅସହ୍ୟ ତାତି । କଲବଲ କରିଛି ଗ୍ରୀଷ୍ମ ପ୍ରବାହ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ୪୫ ଡିଗ୍ରୀ ଟପିଯାଇଛି ତାତି । ଶୁକ୍ରବାର ବୌଦ୍ଧ ତାପମାତ୍ରା ୪୫.୨ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ପୂର୍ବାନୁମାନ ଅନୁଯାୟୀ ୪୫ ଡିଗ୍ରୀ ଅତିକ୍ରମ କରିଛି ତାପମାତ୍ରା । ଶୁକ୍ରବାର ୪୪.୩ ଡିଗ୍ରୀ ସହ ଦେଶର ଉତ୍ତପ୍ତ ସହର ଥିଲା ବୌଦ୍ଧ । ବୌଦ୍ଧରେ ରାସ୍ତାଘାଟ ଜନଶୂନ୍ୟ ଘରୁ ବାହାରିପାରେଲେ ନାହିଁ ଲୋକେ ।

ସେହିପରି ୩୦ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା ଉପରେ ରେକର୍ଡ ହୋଇଛି। ନୂଆପଡାରେ ଆଜି ତାପମାତ୍ରା ୪୪ ଡିଗ୍ରୀ ରହିଥିବା ବେଳେ ତାଳଚେର ଓ ବଲାଙ୍ଗୀରରେ ୪୩.୬, ନୂଆପଡା, କେନ୍ଦୁଝର ଓ ଅନୁଗୁଳରେ ୪୩.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ସେପଟେ ହିଟୱେଭ ନେଇ ଆସନ୍ତାକାଲି ପାଇଁ ମୟୂରଭଞ୍ଜ, କେନ୍ଦୁଝର ଓ ଅନୁଗୁଳ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। 

ସେପଟେ ଆସନ୍ତା  ୨୪ ଘଣ୍ଟାରେ ରାଜ୍ୟରେ ସିଭିୟର ହିଟ୍ ୱେଭ ରହିବା ସହ ମୟୁରଭଞ୍ଜ,  ନୟାଗଡ,   ଅନୁଗୁଳ,  ବୌଦ୍ଧ , କଟକ ଓ କେନ୍ଦୁଝର ଜିଲ୍ଲାରେ ଅରେଞ୍ଜ ଓ୍ବାର୍ଣ୍ଣିଙ୍ଗ  ଜାରି  କରିଛି   ପାଣିପାଗ  ବିଭାଗ । ନୂଆପଡା,  ସୋନପୁର,   ବଲାଙ୍ଗୀର, ଝାରସୁଗୁଡା,  ସମ୍ବଲପୁର,  କଳାହାଣ୍ଡି, କନ୍ଧମାଳରେ ଗ୍ରୀଷ୍ମ ପ୍ରବାହ ପାଇଁ  ୟେଲୋ  ଓ୍ବାର୍ଣ୍ଣିଙ୍ଗ ଜାରି  କରିଛି  ବିଭାଗ । ଉଷ୍ମ   ଓ ଆର୍ଦର  ସ୍ଥିତି  ପାଇଁ   ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ,  ଜଗତସିଂପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ,  ଗଜପତିରେ ଓ୍ବେଲୋ  ଓ୍ବାର୍ଣ୍ଣିଙ୍ଗ ଜାରି କରିଛି  ବିଭାଗ । ତେବେ ରବିବାର ପଶ୍ଚିମ ଝଡ ପ୍ରବାହରେ ମିଳିପାରେ ସାମୟିକ ଆଶ୍ବସ୍ତି । ରବିବାର   ପଶ୍ଚିମା-ଝଡ ଦ୍ୱାରା ପ୍ରଶମିତ କାଳବୈଶାଖୀ   ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ  ଦିନ ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ଯାଏଁ ହ୍ରାସ ଘଟିବ ।   ପ୍ରଭାବରେ  ୨୧ ରୁ ୨୪ ଅପ୍ରେଲ ମଧ୍ୟରେ ରାଜ୍ୟରେ ତାତିରୁ ସାମୟିକ ଆଶ୍ବସ୍ତି ମିଳିବାର ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷର ପ୍ରଭାବା ରହିବ । ୨୫ ତାରିଖ ପରଠାରୁ ପୁଣି ଶୁଷ୍କ ବାୟୁର ପ୍ରଭାବ ବୃଦ୍ଧି ସହ ରାଜ୍ୟର ତାପମାତ୍ରା ବୃଦ୍ଧି ହେବ। 

You Can Read : 

୭ଦିନ ପରେ ମିଳିଲା ନିଖୋଜ ନାବାଳକଙ୍କ ଗଳିତ ମୃତଦେହ, ପାରିପାରିକ ବିବାଦରୁ ହତ୍ୟା କରି ଫିଙ୍ଗି ଦେଇଥିଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.