ଭୁବନେଶ୍ୱର ୦୧/୦୫: ତାତିରୁ ସାମାନ୍ୟ ଆଶ୍ୱସ୍ତି । କାଳବୈଶାଖୀ ପ୍ରଭାବରେ କମିଲା ତାପମାତ୍ରା । ବିଶେଷ କରି କଟକକିଆଙ୍କୁ ତାତିରୁ ମିଳିଛି ସାମାନ୍ୟ ଆଶ୍ୱସ୍ତି।
କଟକ ସହରର ଅଧିକାଂଶ ଅଞ୍ଚଳରେ କାଳବୈଶାଖୀ ବର୍ଷା ହୋଇଛି । ଫଳରେ ତାତିରେ ଆଉଟୁ ପାଉଟୁ ହେଉଥିବା ଲୋକଙ୍କୁ ମିଳିଛି ତ୍ରାହି । ଏହା ସହ କୋହଲା ପାଗ ହେବା ସହ ବର୍ଷା ଜାରି ରହିଛି । ଅନ୍ୟପଟେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବି ଝିପିଝିପି ବର୍ଷା ସହ କୋହଲା ପାଗ ଲାଗି ରହିଛି ।
ସୂଚନା ଥାଉକି, ବାୟୁମଣ୍ଡଳରେ ଜଳୀୟବାଷ୍ପ ବଢ଼ିବା ସହ ବହୁ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ଥିବା ନେଇ ସ୍ପଷ୍ଟ କରିଥିଲେ ପାଣିପାଗ ବିଶେଷଜ୍ଞ । ତାପମାତ୍ରାରେ ବଡ଼ ଧରଣର ହ୍ରାସ ଘଟିବ ବୋଲି ସୂଚନା ମିଳିଥିଲା ।
ବିଷେଶ କରି ବୁଧବାର ଦିନ ପାଗ ସାମାନ୍ୟ ବଦଳିଛି । ସକାଳୁ ସକାଳୁ ତାତି ରହିଥିଲେ ସୁଦ୍ଦା ମଧ୍ୟାହ୍ନରେ କାଲବୈଶାଖୀ ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣରେ ପାରଦ ୧ରୁ ୨ ଡିଗ୍ରୀ ଖସିଛି । ଏହାର ପ୍ରଭାବରେ ଗୁରୁବାରଠାରୁ ତାପମାତ୍ରା ସାମାନ୍ୟ କମିପାରେ । ତଥାପି ୫ ତାରିଖ ପର୍ଯ୍ୟନ୍ତ ବଡ଼ ଆଶ୍ୱସ୍ତି ସମ୍ଭାବନା ନାହିଁ ।