୪୪ ଡିଗ୍ରୀ ଉପରେ ୫ ସହରର ତାପମାତ୍ରା, ଟ୍ବିନ୍ ସିଟିରେ ସାମାନ୍ୟ ଆଶ୍ୱସ୍ତି

Published By : Prameya-News7 Bureau | May 02, 2024 IST

ଭୁବନେଶ୍ବର ୨।୫: ଆଜି ବି ତାତି ଜୋର । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ଓଡିଶା । ସକାଳୁ ସକାଳୁ ଖରା ସମ୍ଭାଳି ହେଉନି । ସତେ ଯେପରି ଆକାଶରୁ ନିଆଁ ବର୍ଷୁଛି । ଗୁଳୁଗୁଳି ସାଙ୍ଗକୁ କଲବଲ କରୁଛି ଅସହ୍ୟ ତାତି । ଗୁରୁବାର ରେକର୍ଡ ତାପମାତ୍ରା ଅନୁଯାୟୀ, ୪୫ଡ଼ିଗ୍ରୀ ସହ ବଲାଙ୍ଗୀର ରାଜ୍ୟର ଉତ୍ତପ୍ତ ସହର ହୋଇଛି । ୨୯ ସହରରେ ୪୦ ଡ଼ିଗ୍ରୀ କିମ୍ବା ଅଧିକ ଦିନ ତାପମାତ୍ରା ରେକର୍ଡ ହୋଇଛି । ଉପକୂଳ ଓଡ଼ିଶାରେ ଅନେକ ସ୍ଥାନରେ କମିଲା ତାତି । ଟ୍ୱିନସିଟି ରେ ତଳକୁ ଖସିଲା ପାରଦ ।

ଗୁରୁବାର ରେକର୍ଡ ତାପମାତ୍ରା ଅନୁଯାୟୀ, ବଲାଙ୍ଗୀର ୪୫, ଅନୁଗୁଳ ୪୪.୭, ନୂଆପଡ଼ା ୪୪.୬, ତାଳଚେର ଓ ଟିଟିଲାଗଡ଼ ୪୪.୫, ଭୁବନେଶ୍ୱର ୩୯, କଟକ ୩୮.୬ ଡିଗ୍ରୀ ରେକର୍ଡ ହୋଇଛି ।

୧୭ ଦିନ ପରେ ୪୦ ଡ଼ିଗ୍ରୀ ତଳକୁ ଖସିଲା ରାଜଧାନୀ ତାତି । ୧୯୬୯ରୁ ଆଜି ମଧ୍ୟରେ ଅପ୍ରେଲ ମାସରେ ପ୍ରଥମ ଥର ପାଇଁ ଲଗାତାର ୧୬ ଦିନ ଧରି ୪୦ ଡିଗ୍ରୀ ସେଲସିୟସ କିମ୍ବା ଅଧିକ ତାପମାତ୍ରା ରେକର୍ଡ । ଗୁରୁବାର ଦୀର୍ଘ ୧୭ ଦିନର ଅବଧି ପରେ ଅପ୍ରେଲ ୧୫ରୁ ମେ’ ୧ ପରେ ରାଜ୍ୟରେ ୪୦ ଡିଗ୍ରୀ ସେଲସିୟସ ତଳକୁ ଖସିଛି ରାଜଧାନୀ ତାପମାତ୍ରା । ଗୁରୁବାର ୧୮ତମ ଦିନରେ ୩୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । 

ସେପଟେ ଦିନ ସାଢ଼େ ୨ଟା ସୁଦ୍ଧା ଝାରସୁଗୁଡ଼ା ୪୨.୬, ସମ୍ବଲପୁର ୪୨.୩, କେନ୍ଦୁଝର ୪୨, ହୀରାକୁଦ ୪୧.୮ ରାଉରକେଲା ୪୧.୮, ବାଲେଶ୍ବର ଓ ଚାନ୍ଦବାଲି ୪୧.୨, ପୁରୀ ୩୩.୬, ପାରାଦୀପ ୩୩.୫, ଗୋପାଳପୁର ୩୨.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା ।

ସେହିଭଳି ଦିନ ସାଢ଼େ ୧୧ଟା ସୁଦ୍ଧା ବାଲେଶ୍ୱରରେ ୪୦.୬°, ଝାରସୁଗୁଡାରେ ୪୦°, କେନ୍ଦୁଝରରେ ୪୦°, ସମ୍ବଲପୁରରେ ୩୯.୭°, ହୀରାକୁଦରେ ୩୯°, ରାଉରକେଲାରେ ୩୮.୪°, ଭୁବନେଶ୍ୱରରେ ୩୮°, ପୁରୀରେ ୩୩.୬°, ପାରାଦୀପରେ ୩୨.୪°, ଗୋପାଳପୁରରେ ୩୨.୪ ° ତାପମାତ୍ରା ରେକର୍ଡ କରାଯାଇଥିଲା ।

ସେହିଭଳି ସକାଳ ସାଢ଼େ ୮ଟା ସୁଦ୍ଧା ତାଳଚେରରେ ୩୭.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ଭବାନୀପାଟଣାରେ ୩୬.୨, ବଲାଙ୍ଗିର ୩୫.୪, ମାଲକାନଗିରି ୩୫, ଝାରସୁଗୁଡ଼ା ୩୪.୮, ବାଲେଶ୍ବର ୩୪.୬, ରାଉରକେଲା ୩୪.୪ ଡିଗ୍ରୀ ତାପାମାତ୍ରା ରେକର୍ଡ ହୋଇଥିଲା ।

You Can Read :

୧୭ଦିନ ପରେ ୪୦ ତଳକୁ ଖସିଲା ରାଜଧାନୀ ତାତି, ଗୁରୁବାର ୩୯ ଡିଗ୍ରୀ ସେଲସିୟସ ରେକର୍ଡ 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.