କାଳବୈଶାଖୀ ସତ୍ତ୍ବେ ତାତିରେ ଲାଗୁନି ବ୍ରେକ୍, ସାଢେ ୧୧ଟା ସୁଦ୍ଧା ୪୦ ଡିଗ୍ରୀ ଟପିଛି ପାରଦ

Published By : Prameya-News7 Bureau | May 02, 2024 IST

ଭୁବନେଶ୍ବର ୨।୫: କାଳବୈଶାଖୀ ସତ୍ତ୍ବେ ତାତିରେ ଲାଗୁନି ବ୍ରେକ୍ । ଆଜି ବି ତାତି ଜୋର । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ଓଡିଶା । ସକାଳୁ ସକାଳୁ ଖରା ସମ୍ଭାଳି ହେଉନି । ସତେ ଯେପରି ଆକାଶରୁ ନିଆଁ ବର୍ଷୁଛି । ଗୁଳୁଗୁଳି ସାଙ୍ଗକୁ କଲବଲ କରୁଛି ଅସହ୍ୟ ତାତି । ଦିନ ସାଢ଼େ ୧୧ଟା ସୁଦ୍ଧା ୪୦ ଡିଗ୍ରୀ ଟପିଛି ପାରଦ । ୪୦.୬ ଡିଗ୍ରୀ ତାପମାତ୍ରା ସହ ବାଲେଶ୍ୱର ସବୁଠୁ ଉତ୍ତପ୍ତ ସହର ହୋଇଛି । ୩୯ ଡିଗ୍ରୀ ଉପରେ ରହିଛି ଓଡ଼ିଶାର ୫ ସହର ।

ଗୁରୁବାର ଦିନ ସାଢ଼େ ୧୧ଟାରେ ରେକର୍ଡ ତାପମାତ୍ରା ଅନୁଯାୟୀ, ବାଲେଶ୍ୱରରେ ୪୦.୬°, ଝାରସୁଗୁଡାରେ ୪୦°, କେନ୍ଦୁଝରରେ ୪୦°, ସମ୍ବଲପୁରରେ ୩୯.୭°, ହୀରାକୁଦରେ ୩୯°, ରାଉରକେଲାରେ ୩୮.୪°, ଭୁବନେଶ୍ୱରରେ ୩୮°, ପୁରୀରେ ୩୩.୬°, ପାରାଦୀପରେ ୩୨.୪°, ଗୋପାଳପୁରରେ ୩୨.୪ ° ତାପମାତ୍ରା ରେକର୍ଡ କରାଯାଇଛି ।

ସେହିଭଳି ସକାଳ ସାଢ଼େ ୮ଟା ସୁଦ୍ଧା ତାଳଚେରରେ ୩୭.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ଭବାନୀପାଟଣାରେ ୩୬.୨, ବଲାଙ୍ଗିର ୩୫.୪, ମାଲକାନଗିରି ୩୫, ଝାରସୁଗୁଡ଼ା ୩୪.୮, ବାଲେଶ୍ବର ୩୪.୬, ରାଉରକେଲା ୩୪.୪ ଡିଗ୍ରୀ ତାପାମାତ୍ରା ରେକର୍ଡ ହୋଇଥିଲା ।

You Can Read :

ଢେଙ୍କାନାଳରେ ଜରୁରୀ ଅବତରଣ କଲା ହେଲିକପ୍ଟର, ବଡ଼ବିଲରୁ ଯାଉଥିଲା ମୁମ୍ବାଇ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.