ନମ୍ବର ବ୍ଲକ୍ କରିଦେଲେ ଯୁବତୀ, ଘରେ ପଶି ଏସିଡ୍ ମାଡ଼ କଲା ଯୁବକ

NEWS7
taapsee-pannu-is-very-upset-due-to-this-even-the-family-members-have-to-face-difficulties

ମୋତିହାରୀ: ଏକତରଫା ପ୍ରେମର ଭୟଙ୍କର ପରିଣତି । ଯୁବତୀଙ୍କୁ ବିବାହ କରିବାକୁ ବାଧ୍ୟ କରୁଥିଲା ଯୁବକ । କିନ୍ତୁ ବିରୋଧ କରୁଥିଲେ ଯୁବତୀ । ସେ ଫୋନ୍ ନମ୍ବର ବ୍ଲକ କରିଦେବାରୁ ରୋମିଓ ସାଜିଲା ଜହ୍ଲାଦ । ଯୁବତୀଙ୍କ ଶରୀର ଉପରକୁ ଫିଙ୍ଗି ଦେଲା ଏସିଡ୍ । ଏବେ ଗୁରୁତର ଅବସ୍ଥାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଯୁବତୀ । ଏହି ଘଟଣା ବିହାରର ପୂର୍ବ ଚମ୍ପାରଣ ଜିଲ୍ଲାର ପାଟହୀ ଥାନା ଅଞ୍ଚଳରେ ଘଟିଛି ।

ପୋଲିସ ଅନୁଯାୟୀ, ଏହି ଘଟଣା ଖୁଟାଉନା ଗାଁରେ ଘଟିଛି। ରବିବାର ରାତିରେ ଯୁବତୀ ଜଣକ ତାଙ୍କ ଘରର ଏକ କୋଠରୀରେ ତାଙ୍କ ମାଆଙ୍କ ସହିତ ବିଛଣାରେ ଶୋଇଥିଲେ । ଯୁବକ ଘରେ ପଶି ଲାଇଟ୍ ବନ୍ଦ କରିଦେଇଥିଲା । କେହି କିଛି ବୁଝିବା ପୂର୍ବରୁ, ଅଭିଯୁକ୍ତ ଯୁବତୀଙ୍କ ଉପରେ ଏସିଡ୍ ଫିଙ୍ଗି ପଳାଇ ଯାଇଥିଲା। ଏସିଡ୍ ଯୁବତୀଙ୍କ ମୁହଁ ଏବଂ ଶରୀରରେ ପଡ଼ିଥିଲା ଏବଂ ସେ ଚିତ୍କାର କରିଥିଲେ।

ଚିତ୍କାର ଶୁଣି ତାଙ୍କ ମାଆ ଉଠି ପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ପୀଡିତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଏବଂ ପୋଲିସକୁ ସୂଚନା ଦିଆଯାଇଥିଲା। ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୀଡିତାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି।

ସୋମବାର ଦିନ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ପୀଡିତାଙ୍କ ବୟାନ ଆଧାରରେ ପାଟହୀ ପୋଲିସ ଷ୍ଟେସନରେ ଏକ ଏଫଆଇଆର ରୁଜୁ କରାଯାଇଛି ଏବଂ ଅଭିଯୁକ୍ତକୁ ଗିରଫ କରାଯାଇଛି। ସେ କହିଛନ୍ତି, ଏହି ମାମଲା ଏକତରଫା ପ୍ରେମ ସହିତ ଜଡିତ। ଅଭିଯୁକ୍ତ ଜଣକ ଯୁବତୀଙ୍କ ସହିତ ଫୋନ୍ରେ କଥା ହେଉଥିଲେ । କିନ୍ତୁ କିଛି ଦିନ ପୂର୍ବରୁ ଯୁବତୀ, ତା ସହିତ ଯୋଗାଯୋଗ ବନ୍ଦ କରିଦେଇଥିଲେ ଏବଂ ତା ନମ୍ବରକୁ ବ୍ଲାକଲିଷ୍ଟ କରିଥିଲେ। ଫଳରେ ଏକତରଫା ପ୍ରେମରେ ପାଗଳ ଯୁବକର ରାଗ ବଢ଼ିଯାଇଥିଲା । ସେ ସିଧା ଯୁବତୀଙ୍କ ଉପରେ ଏସିଡ୍ ପକାଇ ଦେଇଥିଲା ।

ଅଭିଯୁକ୍ତଙ୍କୁ ପ୍ରିୟାଂଶୁ କୁମାର ବୋଲି ଜଣାପଡ଼ିଛି । ଅଭିଯୁକ୍ତ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇର ମାମୁଁ ପୁଅ। ପୋଲିସ ଘଟଣାର ତଦନ୍ତ କରୁଛି। ଅଭିଯୁକ୍ତ ପୀଡ଼ିତାଙ୍କୁ ବିବାହ କରିବାକୁ ବାଧ୍ୟ କରୁଥିଲା । ସେପଟେ ଏହା ଏକ ପାରିବାରିକ ମାମଲା ଥିବାରୁ, ଥାନାରେ କୌଣସି ଅଭିଯୋଗ ହୋଇନଥିଲା ।