ଶ୍ରୀମନ୍ଦିର ସୁରକ୍ଷାରେ ପୁଣି ତ୍ରୁଟି, ବଡ଼ଦେଉଳ ଭିତରୁ ବାହାରିଲା ଜୋତା !

NEWS7
stringent-law-for-rapists-injections-are-being-forced-to-make-impotent

ପୁରୀ ୦୩।୦୧ : ଶ୍ରୀମନ୍ଦିର ସୁରକ୍ଷାରେ ପୁଣି ଏକ ବଡଧରଣର ତ୍ରୁଟି ଦେଖିବାକୁ ମିଳିଛି। କେହି ଜୋତା ପିନ୍ଧି ଶ୍ରୀମନ୍ଦିର ଭିତରକୁ ଚାଲିଯାଇଥିବା ଦେଖିବାକୁ ମିଳିଛି। ଯାହା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇବା ସହ କାର୍ଯ୍ୟରେ ଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଉଠିଛି । ଏହାସହ ଜଣେ ବ୍ୟକ୍ତି ଜଣେ କିପରି ଜୋତା ପିନ୍ଧି ଶ୍ରୀମନ୍ଦିରକୁ ଯାଉଥିଲେ । ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଶନିବାର ପୂର୍ବାହ୍ନ ସମୟରେ ଜଣେ ପ୍ରତିହାରୀ ସେବକ ଶ୍ରୀ ମନ୍ଦିର ଭିତରୁ ହାତରେ ଜୋତା ଧରି ବାହାରକୁ ଆସିଥିଲେ। ସେ ଅଭିଯୋଗ କରିଛନ୍ତି ଯେ, କେହି ବ୍ୟକ୍ତି ଜୋତା ପିନ୍ଧି ମନ୍ଦିରକୁ ପ୍ରବେଶ କରିଛି। ସେ ଜୋତାକୁ ଭଅଣ୍ଡ ଘର ବା ଭୋଗ ମଣ୍ଡପ ଦ୍ବାର ନିକଟରେ ରଖାଯାଇଥିବା ଦେଖିବାକୁ ପାଇଥିଲେ । ସେଠାରେ ଜୋତା ରହିଥିବା ଦେଖିବା ମାତ୍ରେ ଉକ୍ତ ଜୋତାକୁ ହାତରେ ଧରି ବାହାରକୁ ଆଣିଛନ୍ତି। ତେବେ ଜୋତାଟି ମାଟିଆ ରଙ୍ଗର ହୋଇଥିବାରୁ ଏହା ପୋଲିସର ହୋଇଥିବା ସାଧାରଣରେ ଅନୁମାନ କରାଯାଉଛି । ସିସିଟିଭି ଫୁଟେଜ ଦେଖି କିଏ ସେ ବ୍ୟକ୍ତି ଜୋତା ପିନ୍ଧି ମନ୍ଦିର ମଧ୍ୟକୁ ଯାଇଛନ୍ତି । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରାଯାଇଛି । ଏତେ ସୁରକ୍ଷା ବଳୟ ଭେଦ କରି କିଏ କିପରି ଜୋତା ପିନ୍ଧି ମନ୍ଦିର ଭିତରକୁ ପ୍ରବେଶ କଲା ଓ କେହି ଜାଣି ପାରିଲେ ନାହିଁ । ତାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।