Flight Ticket: ଇଣ୍ଡିଗୋ-ଏୟାର ଇଣ୍ଡିଆ ପରେ ବଡ଼ ନିଷ୍ପତ୍ତି ନେଲା ଅକାସା ଏୟାର

NEWS7
south-actress-vani-casting-couch

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଜାରି ଯୁଦ୍ଧ ପ୍ରଭାବ ବିମାନ ଯାତ୍ରା ଉପରେ ପଡ଼ିଛି । ଇନ୍ଧନ ମୂଲ୍ୟ ବୃଦ୍ଧି ପାଇଥିବାରୁ, ବିମାନ କମ୍ପାନୀ ଏହି ଟଙ୍କା ଏବେ ଯାତ୍ରୀଙ୍କ ଠାରୁ ଆଦାୟ କରିବାକୁ ଯାଉଛନ୍ତି । ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ପରେ ଅକାସା ଏୟାର ମଧ୍ୟ ବିମାନ ଭଡ଼ା ବୃଦ୍ଧି କରିଛି । ବର୍ଦ୍ଧିତ ଇନ୍ଧନ ମୂଲ୍ୟର ବୋଝ ଯାତ୍ରୀମାନଙ୍କ ଉପରେ ଲଦିବାକୁ ନିଷ୍ପତ୍ତି ନେଇ ଅକାସା ଏୟାର । ବିମାନ କମ୍ପାନୀ ମାର୍ଚ୍ଚ ୧୫ ତାରିଖରୁ ଟିକେଟ ବୁକିଂ ଉପରେ ୧୩୦୦ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଇନ୍ଧନ ସରଚାର୍ଜ ଆଦାୟ କରିବ।

ଅଧିକ ପଢ଼ନ୍ତୁ: ମାର୍ଚ୍ଚ ୧୪ରୁ ସବୁ ଉଡାଣରେ Fuel ସରଚାର୍ଜ ଲଗାଇବ ଇଣ୍ଡିଗୋ

କାଲି ରାତିରୁ ଲାଗୁ ହେବ

ଅକାସା ଏୟାରର ମୁଖପାତ୍ରଙ୍କ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ , ଇନ୍ଧନ ମୂଲ୍ୟରେ ଉଲ୍ଲେଖନୀୟ ବୃଦ୍ଧି ଯୋଗୁଁ ଏହି ପଦକ୍ଷେପ ଜରୁରୀ ହୋଇପଡ଼ିଛି। ୧୫ ମାର୍ଚ୍ଚ, ୨୦୨୬ ରାତି ୧୨ ପରେ ହୋଇଥିବା ସମସ୍ତ ବୁକିଂ ପାଇଁ ନୂତନ ଶୁଳ୍କ ଲାଗୁ ହେବ। ଯଦି ଆପଣ ୧୫ ମାର୍ଚ୍ଚ ପୂର୍ବରୁ ଆପଣଙ୍କର ଟିକେଟ୍ ବୁକ୍ କରିଛନ୍ତି, ତେବେ ଆପଣଙ୍କୁ ଏହି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ।

ଅତିରିକ୍ତ ଚାର୍ଜ କେତେ ହେବ ?

ନୂତନ ଚାର୍ଜ ଉଡ଼ାଣ ଦୂରତା ଏବଂ ଅବଧି ଉପରେ ଆଧାରିତ।

ଏହା ଘରୋଇ ଏବଂ ଆନ୍ତର୍ଜାତୀୟ ଉଭୟ ରୁଟ୍ ପାଇଁ ପ୍ରଯୁଜ୍ୟ ହେବ 

ସର୍ବନିମ୍ନ ଶୁଳ୍କ: ୧୯୯ ଟଙ୍କା

ସର୍ବାଧିକ ଫି: ୧୩୦୦ ଟଙ୍କା

ଅଧିକ ପଢ଼ନ୍ତୁ: Flight ticket price hike: ଯୁଦ୍ଧର ପ୍ରଭାବ, ବହୁତ ବଢ଼ିଲା ବିମାନ ଭଡ଼ା

ବିମାନ ଟର୍ବାଇନ୍ ଇନ୍ଧନ (ATF)ର ମୂଲ୍ୟ ବୃଦ୍ଧି ପାଇଛି ବୋଲି ବିମାନ କମ୍ପାନୀ ପକ୍ଷରୁ କୁହାଯାଇଛି। ଫଳସ୍ୱରୂପ, କମ୍ପାନୀ ୧୯୯ ଟଙ୍କାରୁ ଆରମ୍ଭ କରି ୧୩୦୦ ଟଙ୍କା ପର୍ଯ୍ୟନ୍ତ ଇନ୍ଧନ ସରଚାର୍ଜ ଲାଗୁ କରିବାକୁ ବାଧ୍ୟ ହୋଇଛି।

ଯାତ୍ରାର ସମୟ ଅନୁସାରେ ଲାଗିବ ଚାର୍ଜ

ଉଡ଼ାଣ ଯେତେ ଲମ୍ବା ହେବ, ଯାତ୍ରୀଙ୍କୁ ସେତେ ଅଧିକ ସରଚାର୍ଜ ଦେବାକୁ ପଡିବ। ଉଦାହରଣ ସ୍ୱରୂପ, ଦିଲ୍ଲୀରୁ ଚଣ୍ଡିଗଡ଼ ଭଳି ଛୋଟ ରୁଟ୍ ତୁଳନାରେ ମୁମ୍ବାଇରୁ ସିଙ୍ଗାପୁର କିମ୍ବା ଦିଲ୍ଲୀରୁ କେରଳ ଭଳି ଲମ୍ବା ରୁଟରେ ସରଚାର୍ଜ ଅଧିକ ହେବ। ଭଡ଼ା ସହ ଯାତ୍ରୀ ଇନ୍ଧନ ସରଚାର୍ଜ ଦେବେ । ମଧ୍ୟପ୍ରାଚ୍ୟରେ ସ୍ଥିତି ସ୍ବାଭାବିକ ହେବା ପରେ ଏହି ଅତିରିକ୍ତ ଚାର୍ଜ ଆଉ ଲାଗିନପାରେ ।