ବିଜେଡି ଛାଡିଲେ ପୂର୍ବତନ କାଉନସିଲର ପ୍ରାର୍ଥୀ, ବିଜେପିରେ ହେଲେ ସାମିଲ

Published By : Prameya-News7 Bureau | May 07, 2024 IST

ଭଦ୍ରକ ୦୭।୦୫ : ବିଜେଡି ଛାଡିଲେ ପୂର୍ବତନ କାଉନସିଲର ପ୍ରାର୍ଥୀ । ନିଜ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି । ଭଦ୍ରକ ବିଧାନସଭା କ୍ଷେତ୍ର ଅଧିନ ଭଦ୍ରକ ପୌରାଞ୍ଚଳ ୩ ନମ୍ବର ଓ୍ୱାର୍ଡରେ ମହାମଶ୍ରଣ ପର୍ବ ଆୟୋଜିତ କରିଛି ବିଜେପି । 

ତେବେ ଏହି ମହମିଶ୍ରଣ ପର୍ବରେ ବିଜୁ ଜନତା ଦଳର ପୂର୍ବତନ ପାରିଷଦ ପ୍ରାର୍ଥି ପରେଶ ନାୟକ ବିଜେପିରେ ବିଦ୍ଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ଗୁଂଠୁନିଆ ଠାରେ ଆୟୋଜିତ ମିଶ୍ରଣପର୍ବରେ ନିଜର ଶତାଧିକ କର୍ମୀଙ୍କ ସହ ଏକ ଖୋଲା ମଞ୍ଚରେ ସାମିଲ ହୋଇଛନ୍ତି । ଭଦ୍ରକ ବିଧାୟକ ପ୍ରାର୍ଥୀ ସୀତାଅଂଶୁ ଶେଖର ମହାପାତ୍ର ଓ ଅନ୍ୟ ବିଜେପି ନେତାଙ୍କ ଉପସ୍ଥିତିରେ ହୋଇଛନ୍ତି ସାମିଲ। ବିଜେପିରେ ସାମିଲ ହେବା ପରେ ପରେଶ କହିଛନ୍ତି ଯେ, ବିଜେପି ବିଧାୟକ ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱକୁ ଦେଖି ଦଳରେ ସାମିଲ ହୋଇଛନ୍ତି । ଆଗାମୀ ନିର୍ବାଚନରେ ଦଳ ପାଇଁ କର୍ମୀଙ୍କ ସହ ସକ୍ରିୟ ଭାବେ କାର୍ଯ୍ୟ କରିବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.