୨୦୨୬ ମାର୍ଚ୍ଚରେ ହଟିଯିବ ୫୦୦ ଟଙ୍କିଆ ନୋଟ୍: ସୋସିଆଲ୍ ମିଡିଆରେ ଭାଇରାଲ ଖବରକୁ ନେଇ କ’ଣ କହିଲା ଆର୍ବିଆଇ?

NEWS7
shopkeeper-tied-minor-boy-on-poll-in-nilgiri

ନୂଆଦିଲ୍ଲୀସୋସିଆଲ୍ ମିଡିଆରେ ଗୋଟେ ଖବର ଭାଇରାଲ ହେଉଛି। ୨୦୨୬ ମାର୍ଚ୍ଚ ପରେ ମାର୍କେଟ୍‌ରୁ ୫୦୦ ଟଙ୍କିଆ ନୋଟ୍ ହଟାଇ ନେବ ଆର୍‌ବିଆଇ। ଅର୍ଥାତ୍ ଏହି ନୋଟ୍ ଆଉ ପ୍ରଚଳନ ହେବ ନାହିଁ। ଏହି ଖବରକୁ ନେଇ ବର୍ତ୍ତମାନ ଲୋକଙ୍କ ମଧ୍ୟରେ ଚିନ୍ତାରେ ପଡ଼ି ଯାଇଛନ୍ତି। ଆଉ ଯଦି ଆପଣ ଏହି ଗୁଜବ ଖବର ଶିକାର ହୋଇଛନ୍ତି ତେବେ ଚିନ୍ତା ଛାଡ଼ନ୍ତୁ, ସେମିତି କିଛି ହେବାର ନାହିଁ। ଏହା ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏକ ଗୁଜବ ଖବର।

ଏନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆରବିଆଇ) ପ୍ରତିକ୍ରିୟା ଦେଇଛି। ଆରବିଆଇ କହିଛି ଯେ ଏହା ସମ୍ପୂର୍ଣ୍ଣ ଭୁଲ୍ ଖବର।୫୦୦ ଟଙ୍କିଆ ନୋଟ୍ ସମ୍ପୂର୍ଣ୍ଣ ବୈଧ ରହିଛି। ବ୍ୟାଙ୍କିଙ୍ଗ୍ କାରବାର,ଏଟିଏମ୍ଏବଂ ଅନ୍ୟାନ୍ୟ ପେମେଣ୍ଟ ପଦ୍ଧତିରେ ନୋଟ୍ର ବ୍ୟବହାର ଜାରି ରହିବ।ସରକାର କିମ୍ବା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆଏହି ନୋଟକୁ ହଟାଇବା କିମ୍ବା ବନ୍ଦ କରିବା ପାଇଁ କୌଣସି ଯୋଜନା କରି ନାହାଁନ୍ତି। ପିଆଇବି ଫ୍ୟାକ୍ଟ ଚେକ୍ ଏହି ଖବରକୁ ମିଥ୍ୟା ବୋଲି ସ୍ପଷ୍ଟ ଭାବରେ ଖାରଜ କରି ଏକ ରିପୋର୍ଟ ପ୍ରକାଶ କରିଛି। ଏହି ଖବରର କୌଣସି ସରକାରୀ ଆଧାର ନାହିଁ ବୋଲି ପିଆଇବି କହିଛି।

କୌଣସି ଭାଇରାଲ୍ ଖବର ଉପରେ ବିଶ୍ୱାସ କରନ୍ତୁ ନାହିଁ

୫୦୦ ଟଙ୍କିଆ ଉଠି ଯିବ ବୋଲି ସୋସିଆଲ ମିଡିଆରେ ଖବର ଭାଇରାଲ ହେବା ପରେ ଲୋକ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏହାକୁ ନେଇ କିଛି ୟୁଜର ଏଟିଏମରୁ ୫୦୦ ନୋଟ୍ ଉଠାଇବା ବନ୍ଦ କରି ଦେଇଥିବା କହିଥିଲେ। ଆଉ କିଛି ସେମାନଙ୍କର ନଗଦ ସଞ୍ଚୟ ନେଇ ଚିନ୍ତିତ ହୋଇଯାଇଥିଲେ। ବିଶେଷଜ୍ଞମାନେ କହିଛନ୍ତି ଯେ ଏପରି ଗୁଜବ ଆର୍ଥିକ ଆଚରଣ ଉପରେ ଅସ୍ଥାୟୀ ଭାବରେ ପ୍ରଭାବ ପକାଇପାରେଏହି ଖବର ଉପରେ ବିଶ୍ୱାସ କରି ଲୋକେ କିଛି ଭୁଲ୍ ଆର୍ଥିକ ନିଷ୍ପତ୍ତି ବି ନେଇପାରନ୍ତି, ଫଳରେ ସେମାନେ ଆର୍ଥିକ ସମସ୍ୟାରେ ସମ୍ମୁଖୀନ ହୋଇପାରନ୍ତି। ତେଣୁ ଯେ ପର୍ଯ୍ୟନ୍ତ ସରକାରୀ ସ୍ତରରେ ଏଭଳି କୌଣସି ଖବର ପ୍ରକାଶ ପାଇ ନାହିଁ ସେ ପର୍ଯ୍ୟନ୍ତ ଗୁଜବ ଖବର ଉପରେ ବିଶ୍ୱାସ କରନ୍ତୁ ନାହିଁ କି କୌଣସି ଭୁଲ ନିଷ୍ପତ୍ତି ନଅନ୍ତୁ ନାହିଁ।