Live Live
LIVE

UPI in Sri Lanka: ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଏବେ ଶ୍ରୀଲଙ୍କାରେ କରି ହେବ ୟୁପିଆଇ ପେମେଣ୍ଟ

NEWS7
shopkeeper-tied-minor-boy-on-poll-in-nilgiri

ନୂଆଦିଲ୍ଲୀଏବେ ଶ୍ରୀଲଙ୍କା ଭ୍ରମଣ କରିବାକୁ ଗଲେ ଭାରତୀୟ ଯାତ୍ରୀଙ୍କ ପାଇଁ ଆଉ ପେମେଣ୍ଟ ସମସ୍ୟା ରହିବ ନାହିଁ। କାରଣ ଶ୍ରୀଲଙ୍କାରେ ଆରମ୍ଭ ହୋଇଯାଇଛି ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ସେବା। NPCI ଇଣ୍ଟରନ୍ୟାସନାଲ ପେମେଣ୍ଟସ୍ ଲିମିଟେଡ୍ (NIPL) ଶ୍ରୀଲଙ୍କାରେ ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI)ମାର୍ଚ୍ଚାଣ୍ଟ ଆକ୍ସେପ୍ଟାନ୍ସ(ବାଣିଜ୍ୟ ଗ୍ରହଣ)କୁ ସୁଦୃଢ଼ କରିଛି। ଯାହା ଦ୍ଵାରା ଭାରତୀୟ ପର୍ଯ୍ୟଟକମାନେ ସିଂହଳ ଦେଶରେ ବୁଲିବାକୁ ଗଲେ ୟୁପିଆଇ ଆପ୍ ମାଧ୍ୟମରେ ଡିଜିଟାଲ ପେମେଣ୍ଟ କରିପାରିବେ।

ଭାରତୀୟ ଯାତ୍ରୀମାନେ LankaQR କୋଡ୍ ସ୍କାନ କରି ୟୁପିଆଇ ଆପ୍ ମାଧ୍ୟମରେ ପେମେଣ୍ଟ କରିପାରିବେ। ଫଳରେ ଆଉ କ୍ୟାସ୍ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ।ଶ୍ରୀଲଙ୍କାର ଡିଜିଟାଲ୍ ଅର୍ଥନୀତିକୁ ବଳ ଦେବା ସହ ଭାରତୀୟ ଭ୍ରମଣକାରୀଙ୍କ ପାଇଁ ସୀମାପାର ପେମେଣ୍ଟ ଅଭିଜ୍ଞତାକୁ ଉନ୍ନତ କରିବା ହିଁ ଏହି ପଦକ୍ଷେପର ମୁଖ୍ୟ ଲକ୍ଷ ରହିଛି।

ବଢ଼ୁଛି ୟୁପିଆଇ ପ୍ରଚଳନ

ଶ୍ରୀଲଙ୍କାରେ ସର୍ବାଧିକ ଭାରତୀୟ ପର୍ଯ୍ୟଟକ ଭ୍ରମଣ କରିବାକୁ ଯାଆନ୍ତି। ତଥ୍ୟ ଦେଖିଲେ୨୦୨୪ରେ,୧୬,୦୦୦ରୁ ଅଧିକ ଭାରତୀୟ ପର୍ଯ୍ୟଟକ ଶ୍ରୀଲଙ୍କା ଗସ୍ତ କରିଥିଲେ।୨୦୨୫ରେଏହି ସଂଖ୍ୟା ଆହୁରି ବଢ଼ି,୩୧,୦୦୦କୁ ବୃଦ୍ଧି ପାଇଛି। ଶ୍ରୀଲଙ୍କା ଅର୍ଥନୀତିରେ ଭାରତୀୟଙ୍କ ଅବଦାନର ଉଲ୍ଲେଖନୀୟ ରହିଛି। ତେଣୁଯେମିତି ଆହୁରି ଭାରତୀୟ ପର୍ଯ୍ୟଟକ ଶ୍ରୀଲଙ୍କା ଆସିବେ, ତେଣୁ ଶ୍ରୀଲଙ୍କା ସରକାର ମଧ୍ୟ ୟୁପିଆଇ ବ୍ୟବସ୍ଥାକୁ ସହଜ କରିବାକୁ ଚାହୁଁଛନ୍ତି।

ତେଣୁ NIPLଏବଂ LankaPay ମଧ୍ୟରେ ଏକ ସହଭାଗୀତା ଅଧୀନରେ,ଭାରତୀୟ ଯାତ୍ରୀମାନେ ଶ୍ରୀଲଙ୍କାର ବିଭିନ୍ନ ଆଉଟଲେଟରେ ପେମେଣ୍ଟ ପାଇଁୟୁପିଆଇବ୍ୟବହାର କରିପାରିବେ। ଏଥିରେ ସିନାମନ୍ ହୋଟେଲ୍,ତାଜ୍ ହୋଟେଲ୍,ବାରିଷ୍ଟା,କିଲ୍ସ ସୁପରମାର୍କେଟ୍ ଏବଂ ଓଡେଲ୍ଭଳି ଲୋକପ୍ରିୟ ଶ୍ରୀଲଙ୍କା ମଲ୍ ଆଦି ସାମିଲ ରହିଛି।

also read- India's LPG consumption; ଯୁଦ୍ଧ ଯୋଗୁ କମିଲା ଏଲ୍ପିଜି ରନ୍ଧନ ଗ୍ୟାସ୍ ଖର୍ଚ୍ଚ; ମାର୍ଚ୍ଚର ପ୍ରଥମ ଦୁଇ ସପ୍ତାହରେ ଖର୍ଚ୍ଚ ୧୭.୭% ହ୍ରାସ

ଭାରତର ରିଅଲ୍-ଟାଇମ୍ ପେମେଣ୍ଟ ସିଷ୍ଟମ୍,ୟୁପିଆଇରେପ୍ରତି ମାସରେ ୨୦ବିଲିୟନରୁ ଅଧିକ ଆର୍ଥିକ କାରବାର ହେଉଛି। ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ତୁରନ୍ତ ଆକାଉଣ୍ଟରୁ ଆକାଉଣ୍ଟ ଟଙ୍କା ଟ୍ରାନ୍ସଫର ହୋଇଯାଉଛି। ତେଣୁ ଏହି ସୁବିଧା ବର୍ତ୍ତମାନ ଭାରତରେ ଖୁବ୍ ଲୋକପ୍ରିୟ ହୋଇଛି।

ସୁଗମ କାରବାର ଉପରେ ଗୁରୁତ୍ୱ

ବିଦେଶରେ ପେମେଣ୍ଟ ବ୍ୟବସ୍ଥା ସୁଦୃଢ଼ କରିବାକୁ ଏନ୍‌ପିସିଆଇ କାମ ଜାରି ରଖିଛି। ଏନେଇ ଏନପିସିଆଇ ଇଣ୍ଟରନ୍ୟାସନାଲର ଏମଡି ଏବଂ ସିଇଓ ରିତେଶ ଶୁକ୍ଲା କହିଛନ୍ତି "ଏନପିସିଆଇ ଇଣ୍ଟରନ୍ୟାସନାଲ ବିଶ୍ୱାସ ଯୋଗ୍ୟ,ଆନ୍ତଃପରିଚାଳିତ ପେମେଣ୍ଟ କରିଡର ନିର୍ମାଣ କରିବାକୁ ପ୍ରତିବଦ୍ଧ। ଯାହା ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଦେଶଗୁଡ଼ିକୁ ନିକଟତର କରିବ। ଶ୍ରୀଲଙ୍କାରେ ଆମର କାର୍ଯ୍ୟ ଡିଜିଟାଲ୍ ପେମେଣ୍ଟ ଗ୍ରହଣକୁ ବୃଦ୍ଧି କରିବା,ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଯାତ୍ରା ଏବଂ ବାଣିଜ୍ୟକୁ ସରଳ କରିବା ଉଦ୍ଦେଶ୍ୟର କରାଯାଇଛି। ସ୍ଥାନୀୟ ବ୍ୟବସାୟ ଓ ବ୍ୟାପକ ଅର୍ଥନୀତି ପାଇଁ ଏକ ଭାଲ୍ୟୁ ସୃଷ୍ଟି କରିବାକୁ ପାଇଁ ଏକ ସହଭାଗୀ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି।"

ସେ ଆହୁରି କହିଛନ୍ତି“LankaPayସହିତ ଆମର ସହଭାଗୀତା ମାଧ୍ୟମରେ,ଆମେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଆର୍ଥିକ ସହଭାଗୀତାକୁ ସୁଦୃଢ଼ କରୁଥିବା ସୁଗମ,ସୁରକ୍ଷିତ ଏବଂ ରିୟଲଟାଇମ କାରବାରକୁ ଆଗକୁ ବଢ଼ାଉଛୁ।

also read- LPG ପାଇଁ eKYCର ଚିନ୍ତା ନାହିଁ, ସରକାର ଦେଲେ ବଡ଼ ଆଦେଶ