LIVE TV

ଶୀତଦିନରେ ଅଧିକ ହୁଏ ଗଳା ଯନ୍ତ୍ରଣା, ଜାଣନ୍ତୁ କିପରି ରହିବେ ସୁରକ୍ଷିତ ?

NEWS7
shilpa-shetty-eating-high-heel-sandal-shaped-chocolate-video-goes-viral

ନୂଆଦିଲ୍ଲୀ ୨୪।୧୧; ଶୀତଦିନେ ପ୍ରାୟ ଲୋକଙ୍କଠାରେ ଗଳା ଯନ୍ତ୍ରଣା ସମସ୍ୟା ବଢିଯାଇଥାଏ । ଫଳରେ ଲୋକମାନେ ଖାଇବାପିଇବା ଓ କଥା କହିବାରେ ସମସ୍ୟା ଭୋଗିଥାନ୍ତି । ତେଣୁ ଏଭଳି ସ୍ଥିତିରୁ ନିଜକୁ ଦୂରେଇ ରଖିବା ଖୁବ୍ ଜରୁରି । ଗଳା ଯନ୍ତ୍ରଣା ପଛରେ ଅନେକ କାରଣ ରହିଥାଏ । ଚାଲନ୍ତୁ ଜାଣିବା କାରଣ କ'ଣ କେମିତି ରହିପାରିବେ ସୁରକ୍ଷିତ? ଆରମ୍ଭ ହେବାକୁ ବସିଲାଣି ଶିତ ଋତୁ । ଥଣ୍ଡା ଋତୁ କାହା ପାଇଁ ଖୁବ୍ ଆନନ୍ଦଦାୟକ ତ ଆଉ କାହା ପାଇଁ ଅନେକ ରୋଗ ନେଇ ଆସିଥାଏ । ଫଳରେ ନିୟମିତ ଜୀବନଯାପନରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ଏହି ଋତୁରେ ପ୍ରାୟତଃ ରୋଗ ପ୍ରତିରୋଧକ ଶକ୍ତି କମିବା ଯୋଗୁ ସଂକ୍ରମଣ ବଢିଥାଏ । ତେଣୁ ଲୋକମାନେ ରୋଗାକ୍ରାନ୍ତ ହୋଇଥାନ୍ତି ।

କାହିଁକି ହୁଏ?

ବିଶେଷକରି ଗଳାଯନ୍ତ୍ରଣା ବା ଗଳା ସଂକ୍ରମଣର ଶିକାର ହୋଇଥାନ୍ତି । ଗଳା ଯନ୍ତ୍ରଣା ଖୁବ୍ ଯନ୍ତ୍ରଣାଦାୟକ ସ୍ଥିତି ହୋଇଥାଏ, ଯଦ୍ୱାରା ଖାଇବାପିଇବା ଓ କଥା ହେବା ସହଜ ହୋଇ ନଥାଏ ।  ଥଣ୍ଡା ଆରମ୍ଭରୁ ଗଳା ବା ଉପର ରେସ୍ପାରେଟୋରୀର ସମସ୍ୟାକୁ ବଢାଇ ଦେଇଥାଏ । ଏହାର ଅନେକ କାରଣ ରହିଥାଏ । କମ୍ ତାପମାତ୍ରାରେ ଭାଇରାଲ୍ ପାର୍ଟିକଲ୍ସ ଶୀଘ୍ର ବିକଶିତ ହୋଇଥାନ୍ତି । ଶୀତ ଋତୁରେ ବୁଲାବୁଲି, ବିବାହ ଓ ପାର୍ଟି ଆଦି ବଢିଯାଇଥାଏ । ଫଳରେ ଲୋକମାନେ ପ୍ରାୟତଃ ବେଶି ଭଡି ଭିତରକୁ ଯିବାକୁ ପଡିଥାଏ । ବାରମ୍ବାର ବିଭିନ୍ନ ଲୋକମାନଙ୍କ ସମ୍ପର୍କରେ ଆସିବାକୁ ପଡିଥାଏ । ଫଳରେ କିଛି ଲୋକ ସଂକ୍ରମିତ ହୋଇଥାନ୍ତି । ସେହିପରି ଶୀତରେ ପ୍ରଦୂଷଣ ମଧ୍ୟ ଖୁବ୍ ବଢିଯାଇଥାଏ । ଫଳରେ କାଶ ଓ ଏହି ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇଥାଏ ।

କେମିତି ରହିବେ ସୁରକ୍ଷିତ

ଗଳାରେ ଯନ୍ତ୍ରଣା ବା ଜ୍ୱଳନ କାରଣରୁ ଜ୍ୱର ହୋଇ ନଥାଏ । କିନ୍ତୁ ଯଦି ଭାଇରାଲ୍ ଜ୍ୱର ହୁଏ, ତେବେ ଏହା ବ୍ୟାକ୍ଟେରିଆଲ୍ ଜ୍ୱରରେ ପରିବର୍ତ୍ତିତ ହୋଇଯାଇପାରେ । ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିବା ଲୋକମାନଙ୍କଠାରେ ଏହା ତୀବ୍ର ବେଗରେ ବଢିପାରେ । ତେଣୁ ସମସ୍ୟାକୁ ଦୂର କରିବା ପାଇଁ ଅଧିକ ଥଣ୍ଡା ଜିନିଷଠାରୁ ଦୂରେଇ ରହିବା ସହ ଗରମ ପାନୀୟକୁ ପ୍ରାଥମିକତା ଦେବା ଜରୁରି । କମ୍ ଇମ୍ୟୁନିଟି ଥିବା ଲୋକମାନେ ନିୟମିତ ଗାର୍ଗଲିଂ କରିବା ଜରୁରି । ଆଜ୍ମା ସମସ୍ୟା ଥିବା ବ୍ୟକ୍ତିମାନେ ନିଜ ପାଖରେ ନେବୁଲାଇଜର୍ ଓ ଇନ୍ହେଲର୍କୁ ରଖିବା ସହ ନିୟମିତ ଔଷଧ ଖାଇବା ଆବଶ୍ୟକ ।