ଦିନେ ବସୁଥିଲେ ବାଇକ୍‌ ପଛରେ, ଏବେ ନିଜେ ସାଜିବେ ବାଇକ ରାଇଡର୍ସ

NEWS7
senior-clerk-of-the-department-of-information-and-public-relations-in-the-vigilance

ତେହରାନ ୦୫/୦୨: ବଡ଼ ନିଷ୍ପଭି । ଇରାନର ଧାର୍ମିକ ଶାସକ ସେଠାକାର ମହିଳାଙ୍କୁ ବାଇକ୍ ଚଲାଇବା ଲାଗି ଅନୁମତି ଦେଇଛନ୍ତି। ଏ ନେଇ ଇରାନ ସରକାର ଔପଚାରିକ ଭାବେ ଆଇନ ପାସ୍‌ କରିଛନ୍ତି। ଏହା ଅନୁସାରେ ଏଣିକି ମୋଟରସାଇକେଲ ଚଲାଇବା ଲାଗି ମହିଳାଙ୍କୁ ଲାଇସେନ୍ସ ମିଳିବ। ଇରାନର ପ୍ରଥମ ଉପରାଷ୍ଟ୍ରପତି କାର୍ଯ୍ୟବସ୍ଥା ଏବଂ ଦେଶବ୍ୟାପୀ ବିରୋଧ ମହମ୍ମଦ ରେଜା ଆରିଫ୍ ମଙ୍ଗଳବାର ଏକ ପ୍ରସ୍ତାବରେ ସ୍ବାକ୍ଷର କରିଛନ୍ତି।

ଗତ ଜାନୁଆରୀ ଶେଷ ଆଡ଼କୁ ଇରାନ କ୍ୟାବିନେଟ ଏହାକୁ ମଞ୍ଜୁରି ଦେଇଥିଲା ବୋଲି ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଏହି ପ୍ରସ୍ତାବ ଅନୁସାରେ, ଖଲ୍ଲିକ ପୋଲିସ ମହିଳା ଆବେଦନକାରୀଙ୍କୁ ପ୍ରାକ୍ଟିକାଲ ଭାବେ ଟ୍ରେନିଂ ଦେବେ। ପୋଲିସର ତତ୍ତ୍ୱାବଧାନରେ ସେମାନେ ପରୀକ୍ଷା ଦେବେ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ସମ୍ପୃକ୍ତ ମହିଳାଙ୍କୁ ଡ୍ରାଇଭିଂ ଲାଇସେନ୍ସ ଦିଆଯିବ। ଇରାନରେ ଆର୍ଥକ ପ୍ରଦର୍ଶନ ଭିତରେ ଇରନ ସରକାର ଏହି ନିୟମ ଆଣିଛନ୍ତି।

ପୂର୍ବରୁ ଇରାନରେ ମହିଳାଙ୍କ ପାଇଁ ବାଇକ୍, ସ୍କୁଟର ଚଲାଇବା ଲାଗି ସ୍ପଷ୍ଟ ଭାବେ ରୋକ ନ ଥିଲେ ମଧ୍ୟ ଅଧିକାରୀମାନେ ସେମାନଙ୍କୁ ଲାଇସେନ୍ସ ଜାରି କରିବାକୁ ମନା କରୁଥିଲେ । ଫଳରେ କୌଣସି ଦୁର୍ଘଟଣାହେଲେ କେବଳ ମହିଳାଙ୍କୁ ହିଁ ଦୋଷୀ କରାଯାଉଥିଲା। ଲାଇସେନ୍ସ ବିନା ସେମାନେ ବୀମା ମଧ୍ୟ କରିପାରୁ ନ ଥିଲେ । ଫଳରେ ଦୁର୍ଘଟଣା ହେଲେ ମହିଳାଙ୍କ ଦୋଷ ନ ଥିଲେ ବି ସେମାନଙ୍କୁ କ୍ଷତିପୂରଣ ଦେବାକୁ ପଡ଼େ।