LIVE TV

ପାରିବାରିକ କଳହର କରୁଣ ପରିଣତି, ଗାଁ ଲୋକଙ୍କ ସହ ବିଷ ଦେଇ ଭାଇକୁ ମାରିଦେଲା ଭାଇ !

NEWS7
security-advisory-issued-for-amarnath-yatri-and-tourist-for-immediate-evacuate-jk

କଟକ ୧୯।୧୦ : ପାରିବାରିକ କଳହର କରୁଣ ପରିଣତି। ବିଷ ଦେଇ ଗାଁ ଦାଣ୍ଡରେ ଭାଇ ଏବଂ ଗାଁ ଲୋକେ ମାରିଦେଇଥିବାର ଅଭିଯୋଗ ଆସିଛି। ଯାଜପୁର ଜିଲ୍ଲା ରାମଚନ୍ଦ୍ରପୁର ଥାନା ବରୀ ଅଞ୍ଚଳରୁ ଆସିଛି ଏମିତି ଏକ ଘଟଣା

ଖବର ଅନୁଯାୟୀ, ବରୀ ଆନନ୍ଦପୁର ଅଞ୍ଚଳର ସନ୍ତୋଷ ମଲ୍ଲିକଙ୍କୁ ପାରିବାରିକ ହିଂସା ପାଇଁ ନିଜ ଭାଇ ଏଵଂ ଗାଁ ଲୋକେ ମିଶି ବିଷ ଦେଇ ମାରିଦେଇଥିବା ଅଭିଯୋଗ କରିଛନ୍ତି ପତ୍ନୀ ଓ ଝିଅ। ଗୁରୁତର ଅବସ୍ଥାରେ ସନ୍ତୋଷଙ୍କୁ ବରୀରୁ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନା ଅଣାଯାଇଥିଲା। SCBରେ ଚିକିତ୍ସାଧିନ ଅବସ୍ଥାରେ ସନ୍ତୋଷଙ୍କ ମୃତ୍ୟୁ ଘଟିଛି। ଆଜି ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିବା ବେଳେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। କେବଳ ସେତିକି ନୁହେଁ ସନ୍ତୋଷଙ୍କ ଝିଅ କାଜଲଙ୍କ କହିବା କଥା ଯେତେବେଳେ ଏଘଟଣାକୁ ନେଇ ସେମାନେ ଥାନାର ଦ୍ୱାରସ୍ଥ ହୋଇଥିଲେ ଥାନା ତରଫରୁ କୌଣସି ପ୍ରତିକ୍ରିୟା ମିଳିନଥିଲା। ଏହାବ୍ୟତୀତ ଯଦି ପୋଲିସକୁ ଅଭିଯୋଗ କରନ୍ତି ତେବେ ପୁରା ପରିବାରକୁ ମାରି ଦେବାକୁ ଧମକ ଦେଇଛନ୍ତି। ତେଣୁ ସେମାନେ ବାଧ୍ୟ ହୋଇ ନ୍ୟାୟ ପାଇଁ ଆଜି ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। ଏହାସହିତ ଦୋଷୀକୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି।