ଅଶ୍ଲୀଳ ଓ୍ୱେବସାଇଟ୍ ରଖିନଥିଲା ବୟସ ଯୋଗ୍ୟତାର ସୂଚନା, ୧ ମିଲିୟନ ୟୁରୋ ଫାଇନ୍ କଲେ ବ୍ରିଟେନ୍ ସରକାର

NEWS7
sara-ali-khan-latest-bikini-images-are-viral-on-instagram

ନୂଆଦିଲ୍ଲୀ,୦୪ /୧୨: ପର୍ଣ୍ଣ କମ୍ପାନୀ ବିରୋଧରେ ଆକ୍ସନ । ନିୟମ ନମାନିବାରୁ ଲାଗିଲା ପେନାଲ୍ଟି । ୟୁରୋପରେ ଥିବା ପ୍ରସିଦ୍ଧ ପର୍ଣ୍ଣ କମ୍ପାନୀ ଏଭିଏସ ଗ୍ରୁପ୍ ଲିମିଟେଡ୍ ଉପରେ ୧ମିଲିୟନ ୟୁରୋର ଫାଇନ୍ ଲାଗିଛି । କମ୍ପାନୀ ୟୁଜରଙ୍କ ବୟସ ଭେରିଫିକେସନରେ ଅନିୟମିତତା କରିଥିବାରୁ ଏହି ଆକ୍ସନ୍ ନିଆଯାଇଛି ।

ରିପୋର୍ଟ ଅନୁସାରେ, କମ୍ପାନୀର ଅନେକ ପର୍ଣ୍ଣ ଓ୍ୱେବସାଇଟ୍ ରହିଛି । ଯେଉଁଥିରେ ବ୍ଲୁ ଫିଲ୍ମ ଅପଲୋଡ୍ ହୋଇଥାଏ । ଏହାର ଭିୟୁରସିପ୍ ମଧ୍ୟ ଅଧିକ । କିନ୍ତୁ ଅଭିଯୋଗ ହୋଇଥିଲା ଯେ ଏହି ଓ୍ୱେବସାଇଟକୁ ଶିଶୁମାନେ ଆକସେସ୍ କରିପାରୁଛନ୍ତି । ସେମାନେ ନିଜ ବୟସକୁ ଲୁଚାଇ ଭିଡିଓ ଦେଖୁଛନ୍ତି । ଓ୍ୱେବସାଇଟରେ ମଧ୍ୟ ସଠିକ ବୟସ ଜାଣିବା ପାଇଁ କୌଣସି ପ୍ରାବଧାନ ନାହିଁ । ଯେଉଁଥିପାଇଁ ୟୁରୋପରେ ବିଭିନ୍ନ ଓ୍ୱେବସାଇଟ ଉପରେ ନଜର ରଖୁଥିବା ସଂସ୍ଥା ଅଫ୍ କମ୍ ଆକ୍ସନ ନେବା ସହ ଜରିମାନା ଲଗାଇଛି । ସେଠାକାର ଅନଲାଇନ୍ ସେଫଟି ଆକ୍ଟ ଅନୁସାରେସ ଆକ୍ସନ ନିଆଯାଇଥିବା ଅଫ୍ କମର ଅଧିକାରୀ କହିଛନ୍ତି ।

ଅନଲାଇନ୍ ସେଫ୍ଟି ଆକ୍ଟ ଅନୁସାରେ, ୟୁରୋପରେ ବିଭିନ୍ନ ପର୍ଣ୍ଣ ଓ୍ୱେବସାଇଟରେ ଶିଶୁମାନଙ୍କୁ କଡା ବାରଣ ରହିଛି । ଶିଶୁମାନେ ଯେପରି ଏହି ସବୁ ଓ୍ୱେବସାଇଟକୁ ଆକ୍ସେସସ୍ କରିପାରିବେନି ସେନେଇ ଆଇନ ରହିଛି । କିନ୍ତୁ ସଂପୃକ୍ତ ଓ୍ୱେବସାଇଟ ବୟସ ଭେରିଫିକେସନକୁ ସଠିକ ଢଙ୍ଗରେ କରିପାରିନଥିଲା । ତେଣୁ ଆକ୍ସନ ନିଆଯିବା ସହ ୭୨ ଘଣ୍ଚା ମଧ୍ୟରେ ବୟସ ଭେରିଫିକେସନ ପ୍ରଣାଳୀରେ ପରିବର୍ତ୍ତନ ପାଇଁ ଏଭିଏସକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଏଥିରେ ଖିଲାପ ହୁଏ ତେବେ ଦୈନିକ ଅତିରିକ୍ତ ୧ହଜାର ୟୁରୋର ଅତିରିକ୍ତ ଜରିମନା ଲାଗିବ ।

ଅଫ୍ କମର କହିବାନୁସାରେ, ଆହୁରି ଅନେକ ବଡ ବଡ ସୋସିଆଲ ମିଡିଆ କମ୍ପାନୀ ବୟସ ସମ୍ବନ୍ଧୀୟ ନିୟମର ଖିଲାପ କରୁଛନ୍ତି । ୧୮ ବର୍ଷରୁ ଅଧିକ ବୟସରୁ କମ୍ ଶିଶୁ ପର୍ଣ୍ଣ ଦେଖିପାରୁଛନ୍ତି । ସହଜରେ ଅଶ୍ଳୀଳ କଣ୍ଟେଟ୍ ଆକସେସ୍ କରିପାରୁଛନ୍ତି । ଏହାକୁ ରୋକିବା ପାଇଁ ଏନଫୋର୍ସମେଣ୍ଟ୍ ଟିମ୍ ଗଠନ କରାଯାଇଛି ।

ସେପଟେ କିଛି ପର୍ଣ୍ଣ କମ୍ପାନୀ ବୟସ ନିୟମ ପାଳନ ପରେ ଭିୟ୍ୟୁ କମୁଥିବା ପ୍ରକାଶ କରିଛନ୍ତି । ପର୍ଣ୍ଣହବ୍ କହିଛି ଯେ, ବ୍ରିଚେନରେ ଅକ୍ଟୋବର ମାସରେ ୭୭ ପ୍ରତିଶତ ୟୁଜର ହ୍ରାସ ପାଇଛନ୍ତି । ଏଥିପାଇଁ କମ୍ପାନୀକୁ କ୍ଷତି ସହିବାକୁ ପଡିବ ବୋଲି ପର୍ଣ୍ଣହବ୍ କହିଛି ।