LIVE TV

ୟୁକ୍ରେନକୁ ମିଳିଲା ଖାସ୍‌ ହତିଆର, ରୁଷର ଆକ୍ରମଣରୁ ଦେବ ସୁରକ୍ଷା

NEWS7
sachin-tendulkar-at-bhubaneswar-kalinga-stadium

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ। ଉଭୟ ପଟୁ ଲଗାତାର ଆକ୍ରମଣ ଚାଲିଛି। ଏହାରି ମଧ୍ୟରେ ୟୁକ୍ରେନକୁ ଆମେରିକା ନିର୍ମିତ ପ୍ୟାଟ୍ରିୟଟ ଏୟାର ଡିଫେନ୍ସ ସିଷ୍ଟମର ପ୍ରଥମ ବ୍ୟାଚ ମିଳିଛି। ରବିବାର ରାତିରେ ୟୁକ୍ରେନ ରାଷ୍ଟପତି ଭୋଲୋଡିମିର ଜେଲେନସ୍କି ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି।

ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଏହି ସିଷ୍ଟମ, ରୁଷ ପକ୍ଷରୁ ଲଗାତାର ଭାବରେ ଆକାଶମାର୍ଗରୁ କରାଯାଉଥିବା ଆକ୍ରମଣରୁ ୟୁକ୍ରେନର ନାଗରିକ ଏବଂ ଭିତ୍ତିଭୂମିର ସୁରକ୍ଷା କରିବାରେ ସହାୟକ ହେବ। ଅନ୍ୟପଟେ, ରୁଷର ଡ୍ରୋନ ଆକ୍ରମଣରେ ରବିବାର ଜଣେ ୟୁକ୍ରେନ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏହି ଆକ୍ରମଣରେ ଉକ୍ତ ବ୍ୟକ୍ତିଙ୍କ ପରିବାରର ଦୁଇ ଶିଶୁଙ୍କ ସମେତ ପାଞ୍ଚ ସଦସ୍ୟ ଆହତ ହୋଇଛନ୍ତି।

ପ୍ୟାଟ୍ରିୟଟ ଏୟାର ଡିଫେନ୍ସ ସିଷ୍ଟମ କ’ଣ ଏହି ?

ପ୍ୟାଟ୍ରିୟଟ ଏୟାର ଡିଫେନ୍ସ ସିଷ୍ଟମ ଆମେରିକାର ଅତ୍ୟାଧୁନିକ ମିସାଇଲ ପ୍ରତିରୋଧୀ ଟେକ୍ନୋଲୋଜି। ଯାହା ରୁଷର ଆତ୍ମଘାତୀ ଆକ୍ରମଣକୁ ବିଫଳ କରିବାରେ ସକ୍ଷମ। ଜେଲେନସ୍କି ଦୀର୍ଘ ଦିନରୁ ଏହି ମିସାଇଲ ଦେବାକୁ ପଶ୍ଚିମ ଦେଶଙ୍କୁ ଦାବି କରୁଥିଲେ। କିନ୍ତୁ ଉତ୍ପାଦନ ସୀମା ଏବଂ ବିଭିନ୍ନ ଦେଶର ନିଜସ୍ବ ସୈନ୍ୟ ଆବଶ୍ୟକତା ଯୋଗୁ ଯୋଗାଣରେ ବିଳମ୍ବ ହେଉଥିଲା।

ଜେଲେନସ୍କି ରବିବାର ରାତିରେ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ, ଏବେ ୟୁକ୍ରେନରେ ଆହୁରି ଅଧିକ ପ୍ୟାଟିୟଟ ସିଷ୍ଟମ ରହିଛି। ଏହାକୁ ସକ୍ରିୟ ଭାବରେ ନିୟୋଜିତ କରାଯାଉଛି। ଯେପରି ପ୍ରମୁଖ ସହର ଏବଂ ପାଓ୍ବାର ପ୍ଲାଣ୍ଟର ସୁରକ୍ଷା ମଜଭୁତ ହୋଇପାରିବ। ସେ ଆହୁରି କହିଛନ୍ତି ନିଶ୍ଚିତ ଭାବରେ ଆମର ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ଏବଂ ସହରର ସୁରକ୍ଷା ପାଇଁ ଆହୁରି ଅଧିକ ପ୍ରଣାଳୀର ଆବଶ୍ୟକତା ରହିଛି।

ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି

ୟୁକ୍ରେନର ବାୟୁସେନା ଅନୁସାରେ, ରୁଷ ରବିବାରଠାରୁ ସୋମବାର ପର୍ଯ୍ୟନ୍ତ ରାତିସାରା ୧୨ ବିଭିନ୍ନ ପ୍ରକାରର ମିସାଇଲ ଏବଂ ଡ୍ରୋନ ୟୁକ୍ରେନ ଉପରେ ମାଡ଼ କରିଥିଲା। ଅଧିକାରୀ କହିଛନ୍ତି ଉତ୍ତର-ପୂର୍ବ ସୂମି କ୍ଷେତ୍ରରେ ରୁଷ ଡ୍ରୋନ ଏକ ଘର ଉପରେ ମାଡ଼ ହୋଇଛି। ଯେଉଁଥରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ଆଉ ତାଙ୍କ ପରିବାରର ପାଞ୍ଚ ସଦସ୍ୟ ଆହତ ହୋଇଛନ୍ତି। ସୂମୀରେ ଆଉ ଏକ ଅନ୍ୟ ଘଟଣାରେ ଦୁଇ ମହିଳା ମଧ୍ୟ ଆହତ ହୋଇଛନ୍ତି। ଯାହା ଚିକିତ୍ସା ସ୍ଥାନୀୟ ହସ୍ପିଟାଲରେ ଚାଲିଛି।

କ୍ଷେତ୍ରୀୟ ପ୍ରମୁଖ ଓଲେହ ହ୍ରିହୋରୋଭ ଟେଲିଗ୍ରାମରେ ଆକ୍ରମଣର ପ୍ରତିକ୍ରିୟାରେ ଲେଖିଛନ୍ତି ଯେ, ରୁଷ ଜାଣିଶୁଣି ଲୋକଙ୍କୁ ରାତିରେ ଶୋଇଥିବା ସମୟରେ ଟାର୍ଗେଟ କରୁଛି। ମଧ୍ୟ ଦନିପ୍ରୋ କ୍ଷେତ୍ରରେ ରୁଷ ମିସାଇଲ କାରଣରୁ ଏକ ବ୍ୟବସାୟିକ ପ୍ରତିଷ୍ଠାରେ ନିଆଁ ଲାଗିଥିଲା। ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ରୁଷ ଡ୍ରୋନ ଦକ୍ଷିଣ ମାଇକୋଲାଇଭ କ୍ଷେତ୍ରରେ ପାଓ୍ବାର ପ୍ଲାଣ୍ଟ ଉପରେ ମଧ୍ୟ ଆକ୍ରମଣ କରିଛି।

ୟୁକ୍ରେନର ଜେନେରାଲ ଷ୍ଟାଫଙ୍କ ଅନୁସାରେ, ୟୁକ୍ରେନ ସେନା ରାତିସାରା ରୁଷର ସାରାତୋଭ ତେଲ ରିଫାଇନାରୀରେ ଆକ୍ରମଣ କରିଛି ଆଉ ତାକୁ ନିଆଁ ମୁହଁକୁ ଠେଲିଦେଇଛି। ପ୍ରାୟ ୭ ସପ୍ତାହରେ ସାରାତୋଭ ରିଫାଇନାରୀରେ ୟୁକ୍ରେନର ଏହା ଚତୁର୍ଥ ଆକ୍ରମଣ ଥିଲା। ଜେଲେନସ୍କି ଗତ ସପ୍ତାହରେ ଦାବି କରିଥିଲେ ଯେ, ରୁଷ ରିଫାଇନାରୀରେ ଲମ୍ବା ଦୂରତାର ଆକ୍ରମଣରେ ମସ୍କୋର ତେଲ ରିଫାଇନାରୀ କ୍ଷମତାରେ ୨୦ ପ୍ରତିଶତ ହ୍ରାସ ହୋଇଛି।