ବାଲିଯାତ୍ରା ୨୦୨୫
LIVE TV

ଛାତି ଥରାଇଲା, ଯମଦୂତ ଭଳି ମାଡ଼ି ଆସିଲା : ସିରିଜ୍ ଦୁର୍ଘଟଣା ଘଟାଇବା ପରେ ଧରାପଡିଲା ଥାର୍ ଚାଳକ

NEWS7
reliance-jio-user-can-watch-ipl-2020-live-streaming-free-with-these-plans

ଭୁବନେଶ୍ବର ୧୧୧:ପୁଣି ରାଜଧାନୀରେ ଥାର୍ ଆତଙ୍କ । ଛାତି ଥରାଇଲା, ଯମଦୂତ ଭଳି ମାଡ଼ି ଆସିଲା । ଏଜି ଛକରୁ ପିଟି ପିଟି ଆସିଲା ଆଚାର୍ଯ୍ୟବିହାରରେ ଅଟକିଲା । ସିରିଜ୍ ଦୁର୍ଘଟଣା ପରେ ଧରା ହେଲା ମଦୁଆ ଡ୍ରାଇଭର ।

ରାଜଧାନୀରେ ରାତି ତମାମ ଚେକିଂ, ବ୍ଲକିଂ ହେଉଥିବା ହେଲେ ଦିନ ଦ୍ବିପ୍ରହରରେ ମଦୁଆ ଡ୍ରାଇଭରର ଉନ୍ମତକାଣ୍ଡ । ଆତଙ୍କ ଖେଳାଇଲା, ସିରିଜ୍ ଦୁର୍ଘଟଣା କଲା I ଏଜି ଛକରୁ ଗୋଟିଏ ପରେ, ଗୋଟିଏ ଗାଡିକୁ ପିଟି ପିଟି ଆସି ଆଚାର୍ଯ୍ୟବିହାରରେ ଟ୍ରାଫିକ୍ ସିଗନାଲ୍ ଭାଙ୍ଗିଲା I ଦୁର୍ଘଟଣାରେ ଗାଡିର ଚକା ଫାଟି ଯିବାରୁ, ରିମ୍ ସାହାଯ୍ୟରେ ପ୍ରାୟ ୫୦୦ ମିଟର ଗାଡି ଦୌଡ଼ାଇଲା I ବେରିଙ୍ଗ ଏକସେଲ ଭାଗିଯିବାରୁ, ଆପୋଲୋ ରୋଡ଼ରେ ଥାର୍ ଗାଡିକୁ ଅଟକାଇବାକୁ ବାଧ୍ୟ ହୋଇଥିଲା ଚାଳକ I ପିସିଆର ପହଞ୍ଚି ଉକ୍ତ ଥାର୍ ଗାଡିକୁ ଥାନାକୁ ଉଠାଇ ନେଇଥିବା ବେଳେ, ଗାଡି ଡ୍ରାଇଭରକୁ ଅଟକ ରଖିଛି I